ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଶନିବାର ଭୋରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହାରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୫ଟା ୧୩ ମିନିଟ୍ ୧୭ ସେକେଣ୍ଡରେ ଏହି ଭୂମିକମ୍ପ ଘଟିଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦୨ ରେକର୍ଡ କରାଯାଇଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ରୁଦ୍ରପ୍ରୟାଗରୁ ପ୍ରାୟ ୧୦ କିଲୋମିଟର ପୂର୍ବ ଦିଗରେ ଅବସ୍ଥିତ ଥିବାବେଳେ ଏହା ଭୂଗର୍ଭର ପ୍ରାୟ ୧୫ କିଲୋମିଟର ତଳେ ଥିଲା। ଝଟକା ପ୍ରାୟ ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ଭୂମିକମ୍ପ ସମୟରେ ଅନେକ ଲୋକ ଘରେ ଶୋଇଥିବା ବେଳେ ଭୟରେ ବାହାରକୁ ବାହାରି ଆସିଥିଲେ। ତେବେ ସଉଭାଗ୍ୟବଶତଃ ଏହି ଘଟଣାରେ କୌଣସି ବଡ଼ ଧନଜୀବନ ହାନୀ କିମ୍ବା କ୍ଷତିର ସୂଚନା ମିଳିନାହିଁ।
ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।
ଏହି ଘଟଣା ପୁଣିଥରେ ପର୍ବତମାଳା ଅଞ୍ଚଳରେ ଭୂମିକମ୍ପର ସମ୍ଭାବନା ଓ ସତର୍କତାର ଆବଶ୍ୟକତାକୁ ଉଦ୍ଧାର କରିଛି।
Netflixର ନୂଆ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘Akka&rs...
ବଙ୍ଗୋପସାଗରରେ ଆଉ ଏକ ଅବପାତ ସମ୍ଭାବନା, ନଭେମ୍ବର ୧ରୁ ଓଡ଼...
‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...
ଗଞ୍ଜାମ:ଗଞ୍ଜାମ ଜିଲ୍ଲାର ଟାକିରିଆ–ବ୍ରହ୍ମପୁର ରାସ୍...
‘Pride and Prejudice’ର ନୂଆ ଟ୍ରେଲର୍&zwn...
ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା...