Decorative wooden horses and three chariots ready for Rath Yatra 2026 in Puri.

ରଥଯାତ୍ରା ୨୦୨୬କୁ ଆଉ ମାତ୍ର ୨ ଦିନ: ପ୍ରସ୍ତୁତ ତିନି ରଥ ଓ ୧୨ କାଠ ଘୋଡ଼ା, ସଜେଇ ହେଉଛି ଶ୍ରୀକ୍ଷେତ୍ର

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟର ପ୍ରସ୍ତୁତି ଚାଲିଛି। ତିନି ରଥର ନିର୍ମାଣ ପ୍ରାୟ ଶେଷ ହୋଇଥିବାବେଳେ ୧୨ଟି କାଠ ଘୋଡ଼ାକୁ ନବରୂପରେ ସଜାଯାଇଛି।

ବିଶ୍ୱପ୍ରସିଦ୍ଧପୁରୀ ରଥଯାତ୍ରା ୨୦୨୬କୁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବାବେଳେ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଚାଲିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ନିର୍ମାଣ ହେଉଥିବା ତିନି ରଥର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରଥଗୁଡ଼ିକ ସହ ସଜାଯିବାକୁ ଥିବା୧୨ଟି କାଠ ଘୋଡ଼ାମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ପ୍ରଥମେ ରୂପକାର ସେବାୟତମାନେ ଘୋଡ଼ାଗୁଡ଼ିକର ମରାମତି କରିଥିଲେ। ପରେ ଚିତ୍ରକାର ସେବାୟତମାନେ ପାରମ୍ପରିକ ଚିତ୍ରକଳା ଓ ଆକର୍ଷଣୀୟ ରଙ୍ଗରେ ସେଗୁଡ଼ିକୁ ସଜାଇଛନ୍ତି।

ରଥଯାତ୍ରାର ଏହି ସଜାସଜ୍ଜା ଶତାବ୍ଦୀ ପୁରୁଣା ପରମ୍ପରାର ଏକ ଅବିଚ୍ଛିନ୍ନ ଅଂଶ ହୋଇଥିବାବେଳେ ଏହା ଶ୍ରୀମନ୍ଦିର ସେବାୟତଙ୍କ କଳାକୌଶଳ ଓ ନିଷ୍ଠାର ପରିଚୟ ବହନ କରେ।

ପରମ୍ପରା ଅନୁଯାୟୀ,ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଧଳା ଘୋଡ଼ା,ବଳଭଦ୍ରଙ୍କ ତାଳଧ୍ୱଜ ରଥରେ କଳା ଘୋଡ଼ାଏବଂଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବାଦାମୀ ରଙ୍ଗର ଘୋଡ଼ାଯୋଡ଼ାଯିବ।

ବର୍ତ୍ତମାନ ରଥଗୁଡ଼ିକର ଶେଷ ପର୍ଯ୍ୟାୟର କାମ ଚାଲିଥିବାବେଳେ ଶ୍ରୀକ୍ଷେତ୍ର ଲକ୍ଷ ଲକ୍ଷ ଭକ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି।

ରୂପକାର ସେବାୟତରାଜେନ୍ଦ୍ର ମହାପାତ୍ରକହିଛନ୍ତି, “ଘୋଡ଼ାଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ରଥାରୂଢ଼ ହେବା ପରେ ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପନ୍ନ କରିବେ। ଏହାପରେ ଚାରମାଳ ହଟାଯାଇ ରଥରେ ଚାରିଟି ଘୋଡ଼ା ଯୋଡ଼ାଯିବ।”

ସେ ଆହୁରି କହିଛନ୍ତି ଯେ,ନନ୍ଦିଘୋଷ ପାଇଁ ୮ ଜଣ, ତାଳଧ୍ୱଜ ପାଇଁ ୯ ଜଣ ଏବଂ ଦର୍ପଦଳନ ପାଇଁ ୪ ଜଣ ରୂପକାର ସେବାୟତମିଳିତ ଭାବେ କାମ କରୁଛନ୍ତି। ସମସ୍ତେ ବଡ଼ଦାଣ୍ଡରେ ତିନି ରଥ ଗଡ଼ିବାର ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି।

Latest News
Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+