କ୍ରିକେଟ୍ ଜଗତରେ ନୂଆ ଇତିହାସ ରଚିଛନ୍ତି ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ରଶିଦ ଖାନ୍। ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୦୦ ୱିକେଟ୍ ନେବାରେ ସେ ପ୍ରଥମ ବୋଲର ହୋଇଛନ୍ତି। ଗୁରୁବାର, ଅକ୍ଟୋବର ୨୯ରେ ଶାରଜା କ୍ରିକେଟ୍ ଷ୍ଟାଡିୟମ୍ରେ ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଏହି ରେକର୍ଡ କରିଛନ୍ତି ରଶିଦ।
ରଶିଦ ଖାନ୍ ନିଜର ୧୨୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଏହି ମାଇଲ୍ଷ୍ଟୋନ୍ ହାସଲ କରିଛନ୍ତି। ଜିମ୍ବାୱେର ୱିକେଟ୍କିପର୍ ବ୍ୟାଟର୍ ତାଡିୱାନାଶେ ମାରୁମାନିଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କରି ସେ ୨୦୦ତମ ୱିକେଟ୍ ପୂରଣ କରିଥିଲେ। ଏହି ତାଲିକାରେ ଇଂଲଣ୍ଡର ଆଦିଲ ରଶିଦ ୧୭୧ ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ଆରମ୍ଭରେ ମାତ୍ର ୫ ରନ୍ରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଆଜମତୁଲ୍ଲା ଓମରଜାଇ ଓ ଇଜାଜ ଅହମଦଜାଇଙ୍କ ଦମ୍ଦାର ବ୍ୟାଟିଂ ଦଳକୁ ମଜବୁତ ସ୍ଥିତିକୁ ଫେରାଇ ଆଣିଥିଲା।
ଓମରଜାଇ ମାତ୍ର ୫୦ ବଲ୍ରେ ୧୧୬ ରନ୍ କରିଥିବା ବେଳେ ଇଜାଜ ଅହମଦଜାଇ ୫୨ ରନ୍ର ଯୋଗଦାନ ଦେଇଥିଲେ। ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ରେ ୧୪୨ ରନ୍ର ଭାଗୀଦାରି ହୋଇଥିଲା। ଏହାଦ୍ୱାରା ଆଫଗାନିସ୍ତାନ ୨୦ ଓଭରରେ ୭ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା।
୨୨୨ ରନ୍ର ଲକ୍ଷ୍ୟ ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୨ ରନ୍ କରିପାରିଥିଲା। ଅଧିନାୟକ ସିକନ୍ଦର ରଜା ଶତକ ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରି ନଥିଲେ। ଆଫଗାନିସ୍ତାନ ୧୯ ରନ୍ରେ ମ୍ୟାଚ୍ ଜିତି ତିନି ମ୍ୟାଚ୍ର ସିରିଜ୍ରେ ୨-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି।
ଏହି ରେକର୍ଡ ସହ ରଶିଦ ଖାନ୍ ପୁଣିଥରେ ଟି-୨୦ କ୍ରିକେଟ୍ରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି।
ଗୁଜରାଟର ବନାସକାଣ୍ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି...
ଭାରତର ସାମୁଦ୍ରିକ ସୁରକ୍ଷା ଓ ନୌସେନାର ଯୁଦ୍ଧ କ୍ଷମତା ବୃଦ...
ଗୁଜରାଟର ବନାସକାଣ୍ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋ...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ବନାସକାଣ୍ଠା, ଗୁଜରାଟ: ଦେଶର ଚାଷୀମାନଙ୍କ ପାଇଁ PM-KISAN...
ଭୁବନେଶ୍ୱର: CM KISAN ଯୋଜନାରେ ଆର୍ଥିକ ସହାୟତା ପାଉଥିବା...
ବ୍ରହ୍ମପୁର: ବାହୁଦା ନଦୀର ବନ୍ୟା ଜଳ ଜାତୀୟ ରାଜପଥ ୧୬ ଉପର...
କେବେ ନେଇପାରେ ବାତ୍ୟାର ରୂପ? ପାଣିପାଗ ବିଶାରଦଙ୍କ ଆକଳ...