ବଲିଉଡ୍ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର **‘ରାମାୟଣ’**କୁ ନେଇ ଦର୍ଶକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିଚାଲିଛି। ଟ୍ରେଲର ମୁକ୍ତି ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିନେତା ରଣବୀର କପୁର ଫିଲ୍ମ ସମ୍ପର୍କରେ ବଡ଼ ଅପଡେଟ୍ ଦେଇଛନ୍ତି।
ରଣବୀର କହିଛନ୍ତି ଯେ, ‘ରାମାୟଣ’ ଏତେ ବିଶାଳ କାହାଣୀ ଯେ ଏହାକୁ ସମ୍ପୂର୍ଣ୍ଣ ଭାବେ କହିବା ପାଇଁ ୧୦ଟି ଫିଲ୍ମ ମଧ୍ୟ ଆବଶ୍ୟକ ହୋଇପାରେ। ତେବେ ନିର୍ଦ୍ଦେଶକ ନୀତେଶ ତିୱାରୀ ଓ ଲେଖକ ଦଳ ଦୁଇଟି ଫିଲ୍ମରେ ଏହାର ମୂଳ ଆତ୍ମାକୁ ଅକ୍ଷୁଣ୍ଣ ରଖିବାକୁ ସଫଳ ହୋଇଛନ୍ତି।
ଏକ ସାକ୍ଷାତକାରରେ ରଣବୀର କପୁର କହିଛନ୍ତି ଯେ, ‘ରାମାୟଣ: ପାର୍ଟ-୨’ର ପ୍ରାୟ ୫୦ ପ୍ରତିଶତ ସୁଟିଂ ପୂର୍ବରୁ ଶେଷ ହୋଇଯାଇଛି। କାହାଣୀ ଲଗାତାର ଥିବାରୁ ଦ୍ୱିତୀୟ ଭାଗର ସୁଟିଂ ପ୍ରଥମ ଭାଗ ରିଲିଜ୍ ପୂର୍ବରୁ ଚାଲିଛି।
ରଣବୀରଙ୍କ କହିବା ଅନୁଯାୟୀ, ରାମାୟଣର କାହାଣୀକୁ ନୂଆ କରି କହିବାର ଆବଶ୍ୟକତା ନାହିଁ। ଏହାର ମୂଳ ସନ୍ଦେଶ ସଦା ସର୍ବଦା ପ୍ରସଙ୍ଗିକ। ଆଧୁନିକ ଭିଜୁଆଲ୍ ଇଫେକ୍ଟ୍ସ ଓ ନୂତନ ପ୍ରଯୁକ୍ତି ଏହି ଫିଲ୍ମକୁ ଅନ୍ୟ ସବୁ ରୂପାନ୍ତରଣଠାରୁ ଅଲଗା କରିବ।
ସେ କହିଛନ୍ତି ଯେ ରାମାୟଣ ହଜାର ହଜାର ବର୍ଷ ଧରି ନାଟକ, ସଙ୍ଗୀତ, ରେଡିଓ, ଟେଲିଭିଜନ ଓ ସିନେମା ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିଆସିଛି। ବର୍ତ୍ତମାନ କେବଳ ଏହାର ଉପସ୍ଥାପନ ଶୈଳୀ ବଦଳିଛି।
ରଣବୀର କହିଛନ୍ତି ଯେ, ଭଗବାନ ଶ୍ରୀରାମଙ୍କ ଜୀବନରୁ ସାହସ, ସତ୍ୟ, କ୍ଷମା, କରୁଣା ଓ ଅହଂକାରକୁ ତ୍ୟାଗ କରିବାର ଶିକ୍ଷା ମିଳେ। ଏହି ମୂଲ୍ୟବୋଧ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛି।
ରଣବୀର କପୁର ଓ ୟଶ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ପ୍ରଥମ ଭାଗରେ ଉଭୟଙ୍କ ମୁହାଁମୁହିଁ ଦୃଶ୍ୟ ନାହିଁ। ତେଣୁ ଶ୍ରୀରାମ ଓ ରାବଣଙ୍କ ମହାଯୁଦ୍ଧ ପାର୍ଟ-୨ରେ ଦେଖିବାକୁ ମିଳିବ। ସେହିପରି ସନି ଦେଓଲଙ୍କ ହନୁମାନ ଚରିତ୍ରର ଭୂମିକା ମଧ୍ୟ ଦ୍ୱିତୀୟ ଭାଗରେ ଅଧିକ ବଡ଼ ହେବ।
‘ରାମାୟଣ: ପାର୍ଟ-୧’ ୨୦୨୬ ଦୀପାବଳି ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷି...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଗଜପତି: ବିପଦ ସମୟରେ ମାନବିକତାର ହାତ ବଢ଼ାଇଛି କାଶୀନଗର ବ୍...
ବନ୍ୟା ପରିଚାଳନାକୁ ନେଇ BJDର ସରକାରଙ୍କୁ ଟାର୍ଗେଟ୍ ଗଞ...