ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ **‘ରାମାୟଣ’**ର ଅଫିସିଆଲ୍ ଟ୍ରେଲର ମୁକ୍ତିକୁ ନେଇ ଦର୍ଶକମାନେ ଅପେକ୍ଷା କରୁଥିବା ବେଳେ, ସୋସିଆଲ୍ ମିଡିଆରେ ପୁଣିଥରେ ଏକ କଥିତଲିକ୍ ଭିଡିଓଭାଇରାଲ ହୋଇଛି। ଏହି ଭିଡିଓରେ ୟଶଙ୍କ ରାବଣ ଚରିତ୍ର, ରଣବୀର କପୁରଙ୍କ ରାମ ରୂପ ଏବଂ ରାମାୟଣର ଅନେକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଦେଖାଯାଉଥିବା ଦାବି କରାଯାଉଛି।
ଭାଇରାଲ କ୍ଲିପ୍ରେ ପ୍ରଥମେ ରାବଣଙ୍କ କପାଳରେତ୍ରିପୁଣ୍ଡ୍ର ତିଳକଲଗାଯାଉଥିବା ଦୃଶ୍ୟ ଦେଖାଯାଉଛି। ପରେ ସେ ରାଜସିକ ପୋଷାକ, ଅଳଙ୍କାର ଓ ମୁକୁଟ ପିନ୍ଧୁଥିବା ଦୃଶ୍ୟ ରହିଛି। ଏହାପରେ ଏକ ବିଶାଳ ପ୍ରାସାଦ ବାହାରେ ଲୋକଙ୍କ ଭିଡ଼ ମଧ୍ୟରେ ୟଶଙ୍କ ରାବଣ ଅବତାର ନଜରକୁ ଆସୁଛି।
ଭିଡିଓରେ ଏକ ସଂଳାପ ମଧ୍ୟ ଶୁଣିବାକୁ ମିଳୁଛି—"ସ୍ୱର୍ଗଲୋକ, ମୃତ୍ୟୁଲୋକ, ପାତାଳଲୋକ... ତିନୋଟି ଲୋକରେ ରାଜ କେବଳ ଜଣଙ୍କର ହେବ..."। ଏହା ପରେ ଅଗ୍ନିମୟ ପରିବେଶ ମଧ୍ୟରୁ ରାବଣଙ୍କ ଶକ୍ତିଶାଳୀ ରୂପ ପ୍ରକାଶ ପାଉଥିବା ଦୃଶ୍ୟ ଦେଖାଯାଉଛି।
ଲିକ୍ ଫୁଟେଜରେ ଅଯୋଧ୍ୟାର ଦୃଶ୍ୟ ମଧ୍ୟ ରହିଛି। ରାଜା ଦଶରଥ ଯଜ୍ଞ କରୁଥିବା ବେଳେ ରାମଙ୍କ ପରିଚୟ କରାଉଥିବା ଦୃଶ୍ୟ ଦେଖାଯାଉଛି। ରଣବୀର କପୁରଙ୍କ ରାମ ରୂପ ଏବଂ ବିଶ୍ୱ କଲ୍ୟାଣ ପାଇଁ ତାଙ୍କ ଅଟୁଟ ସଂକଳ୍ପକୁ ମଧ୍ୟ ଏଥିରେ ଦର୍ଶାଯାଇଛି।
ପରବର୍ତ୍ତୀ ଦୃଶ୍ୟରେ ରାମ ଓ ଦଶରଥଙ୍କ ଭାବପ୍ରବଣ ସାକ୍ଷାତକାର, କୈକେୟୀଙ୍କ ବନବାସ ଦାବି ଏବଂ ରାମଙ୍କ ବନବାସ ଯାତ୍ରାର ଝଲକ ଦେଖିବାକୁ ମିଳୁଛି।
ଭିଡିଓରେ ସାଇ ପଲ୍ଲବୀଙ୍କ ସୀତା ଚରିତ୍ର, ରାମ-ସୀତାଙ୍କ ବିବାହ ଦୃଶ୍ୟ ଏବଂ ବନବାସରେ ସୀତାଙ୍କ ସାଥି ହେବାର ଘଟଣା ମଧ୍ୟ ରହିଛି।
ଶେଷରେ ପଞ୍ଚବଟୀରେ ରାମ, ସୀତା ଓ ଲକ୍ଷ୍ମଣଙ୍କ ସହସୂର୍ପଣଖାଙ୍କ ସାକ୍ଷାତ ଏବଂ ଲକ୍ଷ୍ମଣଙ୍କ ଦ୍ୱାରା ସୂର୍ପଣଖାଙ୍କ ନାକ ଓ କାନ କାଟିଦେବା ଘଟଣା ଦେଖାଯାଇଛି, ଯାହା ପରେ ରାମ-ରାବଣ ଯୁଦ୍ଧର ଆରମ୍ଭ ହୁଏ।
ସୋସିଆଲ୍ ମିଡିଆରେ ଏହି କଥିତ ଲିକ୍ ଭିଡିଓକୁ ନେଇ ବେଶ ଚର୍ଚ୍ଚା ଚାଲିଥିବା ବେଳେ,ନିର୍ମାତାଙ୍କ ପକ୍ଷରୁ ଏହାର ପ୍ରାମାଣିକତା ସମ୍ପର୍କରେ କୌଣସି ଆଧିକାରିକ ସୂଚନା କିମ୍ବା ପୁଷ୍ଟି ମିଳିନାହିଁ। ତେଣୁ ଦର୍ଶକମାନଙ୍କୁ ଅଫିସିଆଲ୍ ଟ୍ରେଲର ମୁକ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ‘ହିଟ୍‌...
ବଲାଙ୍ଗିର ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବିଭାଗ...
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସିଙ୍ଗଲା ଥାନା ଅଧୀନ ବେଣ୍ଟାପ...
ଦାଦାବଟି ଓ ବ୍ଲାକମେଲ୍ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ଏକ...
ଭୁବନେଶ୍ୱରର ମହର୍ଷି କଲେଜ କ୍ୟାମ୍ପସରେ ଘଟିଥିବା ଗଣ୍ଡଗୋଳ...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...
ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ ଅବସରରେ ପ୍ରଧାନ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...