ବାଲେଶ୍ୱର: ଚୋରଙ୍କ ଟାର୍ଗେଟରୁ ବାଦ୍ ପଡ଼ିଲାନି ପୁଲିସ କର୍ମଚାରୀଙ୍କ ଘର। ପରିବାର ଲୋକେ ଘରେ ନଥିବା ସୁଯୋଗ ନେଇ ଝରକା ଗ୍ରିଲ୍ ତାଡ଼ି ଘରେ ପଶିଲେ ଦୁର୍ବୃତ୍ତ। ଆଲମିରା ଭାଙ୍ଗି ସୁନା ଓ ରୁପା ଗହଣା ସମେତ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ବାହାନଗା ବ୍ଲକ୍ର ପଣ୍ଡାଶୁଣୀ ପଞ୍ଚାୟତ ଅନ୍ତର୍ଗତ ଉତ୍ତର କୁଅଁର ଗ୍ରାମରେ ରାହାସ ବିହାରୀ ପାଣ୍ଡିଆ ଘର କରି ରହୁଥିଲେ। ସେ ପୁଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି।
ଗତ ଗୁରୁବାର ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏଥିପାଇଁ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ପରିବାର ଲୋକେ ଗାଁକୁ ଯାଇଥିଲେ। ଏହି ସମୟରେ ଘର ଖାଲି ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି।
ଗୁରୁବାର ବିଳମ୍ବିତ ରାତିରେ ଚୋରମାନେ ଘରର ଝରକା ଗ୍ରିଲ୍ ତାଡ଼ି ଭିତରକୁ ପଶିଥିଲେ। ପରେ ଘରେ ଥିବା ଆଲମିରା ଭାଙ୍ଗି ସେଥିରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ।
ଦୁର୍ବୃତ୍ତମାନେ ସୁନା ଚେନ୍, କାନଫୁଲ, ରୁପା ବ୍ରେସଲେଟ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଚୋରି ହୋଇଥିବା ସୁନା, ରୁପା ଗହଣା ଓ ନଗଦ ଟଙ୍କାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ରାହାସ ବିହାରୀ ପାଣ୍ଡିଆଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ କରାଯାଇଛି।
ଅଭିଯୋଗ ପାଇବା ପରେ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଲୁଟ୍ ସାମଗ୍ରୀ କେଉଁଠି ରହିଛି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।
Add Odisha.pro as a preferred source in Google News to see our latest stories more often.
Add as a preferred source
ଆଖି ମଣିଷ ଶରୀରର ଅତ୍ୟନ୍ତ ମୂଲ୍ୟବାନ ଅଙ୍ଗ। ଆଖି ମାଧ୍ୟମରେ...
ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ରାଜଧାନ...
ଡୁବୁରୀରେ ପୁଲିସର ଅତର୍କିତ ଚଢ଼ାଉ ଯାଜପୁର ଜିଲ୍ଲାରେ ବ...
ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ୩ ଜଣ ଉଦ୍ଧାର ରାଜଧାନୀ...
ନୂଆଦିଲ୍ଲୀ: ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନେଇ ଦେ...
କ୍ୟାପିଟଲ ହିଲ୍ ହିଂସାକୁ ନେଇ ପୁଣି ରାଜନୈତିକ ଝଡ଼ ଆମେ...
ଇସ୍ରାଏଲ୍‌ରେ କ୍ଷମତା ଲଢ଼େଇ, ପ୍ରଧାନମନ୍ତ୍ରୀ ପଦ ଛା...
‘ପର୍ମ’ ବୁଡ଼ାଜାହାଜ ନୌସେନାରେ ସାମିଲ ଋଷ...