ଭୁବନେଶ୍ୱର: ଓଟିଟି ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣିଥରେ ପରଦାକୁ ଫେରୁଛି ଲୋକପ୍ରିୟ ହିନ୍ଦୀ ୱେବ୍ ସିରିଜ୍ ‘ପଞ୍ଚାୟତ’। ଏହାର ପଞ୍ଚମ ସିଜନ୍ର ରିଲିଜ୍ ତାରିଖ ଘୋଷଣା କରିଛି ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ। ଆସନ୍ତା ଡିସେମ୍ବର ୩ ତାରିଖରୁ ଦର୍ଶକ ଏହି ସିରିଜ୍ର ନୂଆ ସିଜନ୍ ଦେଖିପାରିବେ।
ପ୍ରାଇମ୍ ଭିଡିଓ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ନୂଆ ପୋଷ୍ଟର ସେୟାର କରି ରିଲିଜ୍ ତାରିଖ ଘୋଷଣା କରାଯାଇଛି। ପୋଷ୍ଟରରେ ଫୁଲେରା ଗାଁର ପରିଚିତ ଚରିତ୍ରମାନଙ୍କୁ ଦେଖିବାକୁ ମିଳିଛି। ଏହା ସହିତ ନିର୍ମାତାମାନେ ଲେଖିଛନ୍ତି ଯେ, ଫୁଲେରାରେ ପୁଣି କିଛି ଝଗଡ଼ା ଓ କିଛି ଭଲପାଇବାର ମାହୋଲ ରହିବ।
ଏହି ସିଜନ୍ରେ ପୁଣି ଅଭିଷେକ ତ୍ରିପାଠୀ ଓରଫ୍ ସଚିବଜୀ ଭୂମିକାରେ ଜିତେନ୍ଦ୍ର କୁମାର ନଜର ଆସିବେ। ତାଙ୍କ ସହ ରଘୁବୀର ଯାଦବ, ନୀନା ଗୁପ୍ତା, ଅଶୋକ ପାଠକଙ୍କ ସମେତ ଅନ୍ୟ ପରିଚିତ କଳାକାରମାନେ ମଧ୍ୟ ନିଜ ନିଜ ଚରିତ୍ରରେ ଫେରିବେ।
‘ପଞ୍ଚାୟତ’ର ଚତୁର୍ଥ ସିଜନ୍ରେ ଫୁଲେରା ଗାଁର ନିର୍ବାଚନ ପରେ ରାଜନୈତିକ ସମୀକରଣ ବଦଳିଯାଇଥିଲା। ମଞ୍ଜୁ ଦେବୀ ଓ ପ୍ରଧାନଜୀ ନିଜ ପଦ ହରାଇଥିବା ବେଳେ କ୍ରାନ୍ତି ଦେବୀ ଗାଁର ନୂଆ ପ୍ରଧାନ ହୋଇଥିଲେ। ତାଙ୍କ ସ୍ୱାମୀ ଭୂଷଣ ଶର୍ମା ଓରଫ୍ ବନରାକସଙ୍କ ପ୍ରଭାବ ମଧ୍ୟ ଗାଁରେ ବଢ଼ିଥିଲା।
ପଞ୍ଚମ ସିଜନ୍ରେ ଏହି ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିର ପ୍ରଭାବ ଅଭିଷେକଙ୍କ କାର୍ଯ୍ୟଜୀବନ ଉପରେ ପଡ଼ିବ। ନୂଆ ନେତୃତ୍ୱ ଅଧୀନରେ ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ୍ର ସାମ୍ନା କରିବାକୁ ପଡ଼ିବ। ଅନ୍ୟପଟେ ଏମ୍ବିଏ କରିବାର ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ସେ ପ୍ରସ୍ତୁତି କରିବେ। କିନ୍ତୁ ଫୁଲେରା ଗାଁର କିଛି ଅଧୁରା କାମ ସାରିବା ପରେ ହିଁ ସେ ଆଗକୁ ବଢ଼ିପାରିବେ।
‘ଦି ଭାଇରାଲ୍ ଫିଭର୍’ (TVF) ଦ୍ୱାରା ପ୍ରସ୍ତୁତ ଏହି ସିରିଜ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦୀପକ କୁମାର ମିଶ୍ର। ଏହି ସିରିଜ୍ର କାହାଣୀ ଓ ଗାଁର ସରଳ ଜୀବନଶୈଳୀ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ଏବେ ପଞ୍ଚମ ସିଜନ୍ରେ ଫୁଲେରା ଗାଁରେ କ’ଣ ନୂଆ ମୋଡ଼ ଆସୁଛି, ତାହା ଦେଖିବାକୁ ଦର୍ଶକଙ୍କ ଅପେକ୍ଷା।
ଡବଲିନ୍/ନ୍ୟୁୟର୍କ: ଆମେରିକାର ପ୍ରାୟ ୬୦ ନିୟୁତ ଡଲାର (ପ୍ର...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ...
ଆମେରିକାର ୮୩ ମହିଳା ସାଂସଦଙ୍କ ଅଶ୍ଳୀଳ ଡିପ୍ଫେକ୍ ଫଟୋ ଅନ୍...
ୱାଶିଂଟନ୍: ଆମେରିକାର ବିଭିନ୍ନ ସରକାରୀ ସଂସ୍ଥା ଓ ଘରୋଇ କମ...