ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଅଭିଯୋଗର ତଦନ୍ତ ସମୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍ (OCCL)-ର ନିର୍ବାହୀ ଯନ୍ତ୍ରୀସଞ୍ଜୟ କିସପଟ୍ଟାଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁମୂଲ୍ୟ ସମ୍ପତ୍ତି ଠାବ କରାଯାଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, କୋରାପୁଟ ସହରରେ ସଞ୍ଜୟ କିସପଟ୍ଟାଙ୍କର୨୩ଟି କୋଠରୀ ବିଶିଷ୍ଟ ୪ ମହଲା ଲଜ୍ରହିଥିବା ଜଣାପଡ଼ିଛି। ଏହାଛଡ଼ା କୋରାପୁଟରେ ଏକ ନିର୍ମାଣାଧୀନ ଘର ଓ ମୋଟ୫ଟି ମୂଲ୍ୟବାନ ପ୍ଲଟ୍ଠାବ କରାଯାଇଛି। ଏଥିମଧ୍ୟରେ ରାଉରକେଲାରେ ଦୁଇଟି ଓ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଥିବା ସୂଚନା ମିଳିଛି।
ସ୍ଥାବର ସମ୍ପତ୍ତି ବ୍ୟତୀତ ଚଢ଼ାଉ ସମୟରେ ଗୋଟିଏ ଚାରିଚକିଆ ଗାଡ଼ି, ଗୋଟିଏ ଦୁଇଚକିଆ ଯାନ, ବିପୁଳ ପରିମାଣର ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି।
ବର୍ତ୍ତମାନ ସଞ୍ଜୟ କିସପଟ୍ଟା ବଲାଙ୍ଗିରରଲୋୟର ସୁକତେଲ ସେଚ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଥିଲା।
ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ କୋରାପୁଟ, ସୁନ୍ଦରଗଡ଼, ଭୁବନେଶ୍ୱର ଓ ବଲାଙ୍ଗିରର ମୋଟ୭ଟି ସ୍ଥାନରେଏକକାଳୀନ ଚଢ଼ାଉ କରାଯାଇଥିଲା।
ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ମୋଟ ମୂଲ୍ୟ ଆକଳନ କରାଯାଉଥିବା ବେଳେ, ଏହି ସମ୍ପତ୍ତିଗୁଡ଼ିକ ତାଙ୍କର ଜଣାଶୁଣା ଆୟ ସହ ସମାନୁପାତିକ କି ନୁହେଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଋଣ ନେଇଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର।HDFC Bankଏହାର Ma...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଭାରତରMicro, Small and Medium Enterprises (MSME)କ୍ଷ...