ଓଡ଼ିଶାରେ ପ୍ରାୟ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା କଥା ରଖିଛି ବୋଲି ସେ କହିଛନ୍ତି।
ଅଭିଳାଷ ପଣ୍ଡାଙ୍କ କହିବା ଅନୁସାରେ, ବିଜେପି ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ପ୍ରତିଶ୍ରୁତି ଦେଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏହି ପ୍ରତିଶ୍ରୁତି ପୂରଣ କରିଥିବା ସେ କହିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବ ସରକାର ସମୟରେ ଷଡଯନ୍ତ୍ର କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା। ନିର୍ବାଚନ ନହେବାରୁ ଛାତ୍ରଛାତ୍ରୀଙ୍କ ସ୍ୱର ପ୍ରଶାସନ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନଥିଲା ବୋଲି ସେ କହିଛନ୍ତି।
ଏବେ ନିର୍ବାଚନ ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ସମସ୍ୟା ଓ ଦାବିକୁ ନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ମାଧ୍ୟମରେ ସରକାର ଓ ପ୍ରଶାସନ ପାଖରେ ରଖିପାରିବେ ବୋଲି ଅଭିଳାଷ କହିଛନ୍ତି। ଛାତ୍ର ନେତୃତ୍ୱ ବିକାଶ ପାଇଁ ବାଟ ଖୋଲିଥିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି।
ଏହା ସହ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଅଭିଳାଷ ପଣ୍ଡା। କଂଗ୍ରେସ ଛାତ୍ର ନିର୍ବାଚନ ଦାବି କରୁଥିଲା, କିନ୍ତୁ ଏବେ ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି ବୋଲି ସେ କହିବା ସହ ନିର୍ବାଚନ ପୂର୍ବରୁ କାହିଁକି ‘ଅସ୍ତ୍ର ପକାଇ ଦେଉଛନ୍ତି’ ବୋଲି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଶେଷଥର ପାଇଁ ୨୦୧୭ରେ ହୋଇଥିଲା। ୨୦୨୬-୨୭ ଶିକ୍ଷାବର୍ଷରେ ଏହାକୁ ପୁଣି ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୧୫ରେ ଭୋଟିଂ ହେବ ଏବଂ ଅକ୍ଟୋବର ୧୬ରେ ନିର୍ବାଚିତ ପ୍ରତିନିଧିମାନେ ଶପଥ ନେବେ।
ମଧ୍ୟପ୍ରଦେଶରେ ଶିକ୍ଷକ ନିଯୁକ୍ତିକୁ ନେଇ ପ୍ରାର୍ଥୀମାନଙ୍କ...
ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କକୁ ନୂଆ ଗତି: ମୋଦୀ-ପାର୍ମେଲ...
ଅଭିନେତା Vijay Deverakonda ଓ Rashmika Mandannaଙ୍କ ସ...
ସୋସିଆଲ୍ ମିଡିଆରେ ନିର୍ବନ୍ଧ ଘୋଷଣା Kash Patel ଓ Ale...
ଆମେରିକାରେ ଗୁପ୍ତଚରୀ ଅଭିଯୋଗକୁ ନେଇ ଏକ ଘଟଣା ଏବେ ଚର୍ଚ୍ଚ...
SBI Research ପକ୍ଷରୁ ପ୍ରକାଶିତ ବିଶ୍ୱର ବୃହତ୍ତମ ପରୀକ୍ଷ...
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଲୋକପ୍ରିୟ ଗୀତ *...
ହଲିଉଡ୍‌ର ଲୋକପ୍ରିୟ ମାର୍ଭେଲ୍ ଫିଲ୍ମ ‘Aveng...