ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଓ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି।
ବର୍ତ୍ତମାନର ପାଣିପାଗ ପରିସ୍ଥିତି ଯଦି ଜାରି ରହେ, ସ୍କୁଲ ଛୁଟି ଆଉ ୧-୨ ଦିନ ବଢ଼ିପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ତେବେ ଏହା ରାଜ୍ୟବ୍ୟାପୀ ନିଷ୍ପତ୍ତି ନୁହେଁ; ଜିଲ୍ଲାର ପାଣିପାଗ ଓ ଭୂମିସ୍ଥିତି ଅନୁସାରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ।
ବାରମ୍ବାର ପ୍ରାକୃତିକ ପରିସ୍ଥିତି ଯୋଗୁ ସ୍କୁଲ ବନ୍ଦ ରହିବାରୁ ଶିକ୍ଷାବର୍ଷର ଏକାଡେମିକ୍ କ୍ୟାଲେଣ୍ଡର ପ୍ରଭାବିତ ହେଉଥିବା ମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ହେଉଥିବା କ୍ଷତିକୁ ପୂରଣ କରିବା ପାଇଁ ଆବଶ୍ୟକ ପଡ଼ିଲେ ଅତିରିକ୍ତ କ୍ଲାସ୍ କରାଯାଇପାରେ।
ସେପ୍ଟେମ୍ବର ୨୪ ପାଇଁ ନବରଙ୍ଗପୁର, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, କୋରାପୁଟ, ଖୋର୍ଦ୍ଧା ଓ ମାଲକାନଗିରିରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଥିବା ରିପୋର୍ଟ ରହିଛି।
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
‘କଲ୍କି ୨୮୯୮ ଏଡି’ର ସଫଳତା ପରେ ଏହାର ଦ୍ୱିତ...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ବଲିଉଡ୍‌ର ‘କିଙ୍ଗ ଖାନ୍’ ଶାହରୁଖ ଖାନ୍...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
‘ସ୍ପାଇଡରମ୍ୟାନ୍’ ଭାବେ ବିଶ୍ୱସ୍ତରରେ ପରିଚି...
ସାହାରା ଶାହଙ୍କ ଅଭିନୟ ଡେବ୍ୟୁର ଘୋଷଣା ଏକ କ୍ୟାନସର ସର୍ଭା...