୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ସ୍ନାତକୋତ୍ତର (PG) ନାମଲେଖା ପ୍ରକ୍ରିୟାର ଫେଜ୍-Iର ଦ୍ୱିତୀୟ ତଥା ଶେଷ ରାଉଣ୍ଡର ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ମୋଟ ୯,୦୩୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।
ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬,୨୩୦ ଜଣ ମହିଳା ଏବଂ ୨,୮୦୪ ଜଣ ପୁରୁଷ ରହିଛନ୍ତି। ଏହି ରାଉଣ୍ଡରେ କୌଣସି ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ମନୋନୀତ ହୋଇନାହାନ୍ତି।
ଏହି ନାମଲେଖା ପ୍ରକ୍ରିୟାରେ ୨୧ଟି ବିଶ୍ୱବିଦ୍ୟାଳୟ ଏବଂ ୧୧୪ଟି କଲେଜ ସାମିଲ ହୋଇଛି। ଏହି ସମସ୍ତ ଶିକ୍ଷାନୁଷ୍ଠାନରେ ମୋଟ ୩୨,୫୬୩ଟି PG ସିଟ୍ ରହିଛି। ଏଥିପାଇଁ ମୋଟ ୫୮,୬୧୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୫୦,୯୦୧ ଜଣ ଯୋଗ୍ୟ ବିବେଚିତ ହୋଇଥିବାବେଳେ ୩୭,୩୦୩ ଜଣ ଚଏସ୍ ଲକ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ।
ପ୍ରଥମ ରାଉଣ୍ଡରେ ୨୧,୧୨୧ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮,୪୪୬ ଜଣ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ। ଆଉ ୮,୬୦୧ ଜଣ ପରବର୍ତ୍ତୀ ରାଉଣ୍ଡରେ ଅନ୍ୟ ପସନ୍ଦର ସିଟ୍ ପାଇଁ slide/float ସୁବିଧା ଚୟନ କରିଥିଲେ।
ତେବେ ଫେଜ୍-Iର ଚୟନ ପ୍ରକ୍ରିୟା ଏବେ ଶେଷ ହୋଇଥିବାରୁ ଦ୍ୱିତୀୟ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀଙ୍କୁ slide କିମ୍ବା float ସୁବିଧା ମିଳିବ ନାହିଁ। ସେମାନଙ୍କୁ ଆବଣ୍ଟିତ ସିଟ୍କୁ ଗ୍ରହଣ କରି freeze କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ।
ମନୋନୀତ ଛାତ୍ରଛାତ୍ରୀମାନେ ଯେଉଁଠି ପ୍ରଯୁଜ୍ୟ, ଅଗଷ୍ଟ ୨୦ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନଲାଇନ୍ରେ ନାମଲେଖା ଫି’ ପୈଠ କରିପାରିବେ। ଏହାସହ ଇଣ୍ଟିମେସନ୍ ଲେଟର ଡାଉନଲୋଡ୍ କରି ଆବଣ୍ଟିତ ଶିକ୍ଷାନୁଷ୍ଠାନରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରିପୋର୍ଟ କରି ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ।
ମହାରାଷ୍ଟ୍ରରେ ଅଟୋ-ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ପାଇଁମରା...
ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
E20 ପେଟ୍ରୋଲକୁ ନେଇ ଚାଲିଥିବା ବିବାଦ ମଧ୍ୟରେ E10 ପେଟ୍ରୋ...
ଜମ୍ମୁ-କଶ୍ମୀରକୁ ନେଇ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋରଙ...