ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସମ୍ବନ୍ଧୀୟ ଏକ ମୃତ୍ୟୁ ଘଟଣା ପରେ ଓଡ଼ିଶା ସରକାର ସତର୍କତା ବଢ଼ାଇଛନ୍ତି। ମଙ୍ଗଳବାର କୋଭିଡ୍ ପରିସ୍ଥିତିକୁ ନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀମୁକେଶ ମହାଲିଙ୍ଗକହିଛନ୍ତି ଯେ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ସମସ୍ତ ଆବଶ୍ୟକ ପ୍ରସ୍ତୁତି ସମ୍ପୂର୍ଣ୍ଣ ରହିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପ୍ରକାର ଭୟଭୀତ ନହେବାକୁ ଅନୁରୋଧ କରି କହିଛନ୍ତି ଯେ, ସରକାର କୋଭିଡ୍ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି।
ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ସେଠାରେ କୋଭିଡ୍ ନଜରଦାରିକୁ ଆହୁରି ମଜବୁତ କରିବା ସହ କୌଣସି ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡ୍ ପରିଚାଳନା ସମ୍ପର୍କରେ କେନ୍ଦ୍ର ସରକାର ଯେଉଁ ସମସ୍ତ ନିର୍ଦ୍ଦେଶାବଳୀ ଜାରି କରିବେ, ଓଡ଼ିଶା ସରକାର ସେଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବେ।
ମୁକେଶ ମହାଲିଙ୍ଗ କହିଛନ୍ତି,"ଆଜି ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରାଯାଇଛି। ରାଜ୍ୟବାସୀ କୌଣସି ପରିସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ। ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି ଏବଂ ଯେକୌଣସି ସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ।"
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...