ଓଡ଼ିଶାରେ ଏବେ ତାତିର ତ୍ରାହିତ୍ରାହି ଅବସ୍ଥା ଜାରି ରହିଛି। ରାଜ୍ୟବାସୀଙ୍କୁ ଏଯାଏଁ ଗରମରୁ କୌଣସି ଆଶ୍ୱସ୍ତି ମିଳିବାର ସମ୍ଭାବନା ନଥିବା ବେଳେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟୱେଭ୍ ପରିସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ତାପମାତ୍ରା ଓ ଆର୍ଦ୍ରତା ଲୋକଙ୍କ ଜୀବନକୁ ଅସହ୍ୟ କରିଦେଇଛି। ପାଣିପାଗ ବିଭାଗ କହିଛି ଯେ, ମେ’ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ତାପମାତ୍ରା ଆହୁରି ୨ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିପାରେ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଆଗାମୀ ପାଞ୍ଚ ଦିନ ଧରି ଓଡ଼ିଶାରେ ହିଟୱେଭ୍, ଉଷ୍ଣ ରାତି ଓ ଅସହ୍ୟ ଆର୍ଦ୍ରତା ଅବ୍ୟାହତ ରହିବ।
ବୁଧବାର ରାଜ୍ୟର ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା ଗରମର ତୀବ୍ରତାକୁ ସ୍ପଷ୍ଟ କରିଥିଲା। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ଅତିକ୍ରମ କରିଥିବାବେଳେ ଆଉ ୬ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ଏହାସହ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।
ପାଣିପାଗ ବିଶେଷଜ୍ଞମାନେ ଏହି ତୀବ୍ର ଗରମ ପାଇଁ “ହିଟ୍ ଡୋମ୍” ପ୍ରଭାବକୁ ଦାୟୀ କରିଛନ୍ତି। ପରିବେଶବିତ୍ ଜୟ କୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ଉଚ୍ଚ ଚାପ ବଳୟ ସୃଷ୍ଟି ହେବାରୁ ସୂର୍ଯ୍ୟର ତାପ ପୃଥିବୀ ପୃଷ୍ଠଭାଗ ନିକଟରେ ଅଟକି ରହୁଛି। ଫଳରେ ମେଘ ସୃଷ୍ଟି ଓ ବର୍ଷା ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବାରୁ ତାପମାତ୍ରା ଲଗାତାର ବଢ଼ିଚାଲିଛି।
ଏହି ପରିସ୍ଥିତିରେ ଲୋକଙ୍କୁ ଅତ୍ୟାବଶ୍ୟକ ନଥିଲେ ଦିନ ସମୟରେ ବାହାରକୁ ନଯିବା, ପ୍ରଚୁର ପାଣି ପିଇବା ଓ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ନିଜର ମଲ୍ଟିଲ...
ସମ୍ପ୍ରତି ଘୋଷିତ ଡିଏ (Dearness Allowance) ବୃଦ୍ଧି ପରେ...
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ୍‌ ଚଳିତ...
ଇଞ୍ଜିନିୟରିଂ କ୍ଷେତ୍ରରେ IITରେ ଭର୍ତ୍ତି ହେବାକୁ ଇଚ୍ଛୁକ...
ଦେଶରେ ପୁନର୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେ...
ଡିଜିଟାଲ୍ ପେମେଣ୍ଟ୍ କମ୍ପାନୀ ପେଟିଏମ୍ର ଶେୟର ଦର ଆଜି ଶେୟ...
ଆଇପିଏଲ୍ ୨୦୨୬ରୁ କୋଲକାତା ନାଇଟ୍ ରାଇଡର୍ସ ବାଦ୍ ପଡ଼ିବା ପ...
ଆଇପିଏଲ୍‌ ୨୦୨୬ରେ ରାଜସ୍ଥାନ ରୟାଲ୍ସର ଓପେନିଂ ଯୋଡ଼ି...
ଆଇପିଏଲ୍‌ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍&...
ଆପଣ ଯଦି ୧୦ ଲକ୍ଷ ଟଙ୍କାରୁ ଅଧିକ ଦାମର କାର କିଣିଛନ୍ତି, ତ...
ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ କେନ୍ଦ୍...
ମଇ 3ରେ ଆୟୋଜିତ NEET UG 2026 ପରୀକ୍ଷାକୁ ଦେଶର ଶିକ୍ଷା ବ...