ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଗୁରୁବାର ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଲୋକଭବନର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଆୟୋଜିତ ଏହି ବିଦାୟ ସମାରୋହରେ ରାଜ୍ୟପାଳଙ୍କ ସହ ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ରାଜ୍ୟପାଳ ତାଙ୍କର ପ୍ରାୟ ଏକ ବର୍ଷ ୯ ମାସର କାର୍ଯ୍ୟକାଳ ସମୟରେ ମିଳିଥିବା ସହଯୋଗ ଓ ସମର୍ଥନ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ଓଡ଼ିଶାରେ ବିତାଇଥିବା ସମୟ ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଡ. କମ୍ଭମପାଟି କହିଥିଲେ। କାର୍ଯ୍ୟକାଳ ସମୟରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ଯେଉଁ ସହଯୋଗ, ସମନ୍ୱୟ ଓ ସମର୍ଥନ ଦେଇଥିଲେ, ସେଥିପାଇଁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।
ଆହୁରି ପଢନ୍ତୁ: ମହାଙ୍ଗା ଡବଲ୍ ମର୍ଡର ମାମଲା: ସୁପ୍ରିମକୋର୍ଟରୁ ‘କ୍ଲିନ୍ଚିଟ୍’ ମିଳିଥିବା ଦାବି କଲେ ପ୍ରତାପ ଜେନା
ବିଦାୟ ସମାରୋହରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ଓ ସ୍ମୃତି ବାଣ୍ଟିଥିଲେ। ଏଥିସହ ତାଙ୍କ ପ୍ରତି ନିଜର ସମ୍ମାନ ଓ ଆନ୍ତରିକତା ପ୍ରକାଶ କରିବା ସହ ଭବିଷ୍ୟତର ସମସ୍ତ କାର୍ଯ୍ୟ ଓ ପ୍ରୟାସର ସଫଳତା କାମନା କରିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଲୋକଭବନର କର୍ମଚାରୀମାନେ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କ ସହ କାର୍ଯ୍ୟ କରିବାର ସ୍ମୃତିଚାରଣ କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
ଆହୁରି ପଢନ୍ତୁ: ରାଜନୀତିକୁ ନବୀନ ହୋଇ ଆସିଥିଲେ, ଆଜି ପ୍ରବୀଣ: ୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶାର ଦୀର୍ଘତମ ଶାସନକାଳର ନେତା ନବୀନ ପଟ୍ଟନାୟକ
IIT ବମ୍ବେର କଡ଼ା ନିର୍ଦ୍ଦେଶ: ଜାତି ଓ JEE ରାଙ୍କ୍ ପଚାରି...
ଉତ୍ତରପ୍ରଦେଶର ମେରଠର ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମ...
ମେରଠ: ଉତ୍ତରପ୍ରଦେଶର ମେରଠରେ ଚର୍ଚ୍ଚାରେ ଥିବା ନୀଳ ଡ୍ରମ୍...
UK ଭିସା ନିୟମ କଡ଼ାକଡ଼ି: ଭାରତୀୟ ଛାତ୍ରଛାତ୍ରୀଙ୍କ ଆଡମିସ...
IIT କାନପୁରର ୯,୦୦୦ କୋଟି ଟଙ୍କାର ଫଣ୍ଡିଂ ଅଭିଯାନ; ନୋଏଡା...
IIM ଅହମ୍ମଦାବାଦର ନୂଆ MBA ପ୍ରୋଗ୍ରାମ୍‌ରେ AI ଓ ବି...
ଆମେରିକାରେ ଗୁଳିକାଣ୍ଡ, ୨ ଶିଶୁଙ୍କ ସମେତ ୯ ମୃତ ଏରି:...