ଭୁବନେଶ୍ୱର: ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ବା EV ପ୍ରତି ଚାହିଦା ବଢ଼ୁଥିବା ବେଳେ ଦେଶର ଇଲେକ୍ଟ୍ରିକ୍ ମୋବିଲିଟି ଇଣ୍ଡେକ୍ସରେ ରାଜ୍ୟ ଅଷ୍ଟମ ସ୍ଥାନରେ ରହିଛି। ନୀତି ଆୟୋଗ ପକ୍ଷରୁ ପ୍ରକାଶିତ India Electric Mobility Index (IEMI) 2025 ରିପୋର୍ଟରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଛି।
୨୦୨୫ରେ ଓଡ଼ିଶା ୧୦୦ରୁ ୫୫ ପଏଣ୍ଟ ହାସଲ କରିଛି। ୨୦୨୪ରେ ରାଜ୍ୟର ସ୍କୋର ୪୯ ଥିବାରୁ ଏଥର ୬ ପଏଣ୍ଟ ବୃଦ୍ଧି ହୋଇଛି। ତେବେ ଅନ୍ୟ କିଛି ରାଜ୍ୟର ପ୍ରଦର୍ଶନରେ ଅଧିକ ଉନ୍ନତି ହେବାରୁ ଓଡ଼ିଶାର ରାଙ୍କ ଗୋଟିଏ ସ୍ଥାନ ତଳକୁ ଖସିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି।
ରିପୋର୍ଟ ଅନୁଯାୟୀ, ଓଡ଼ିଶା ପରିବହନ ବିଦ୍ୟୁତୀକରଣରେ ୫୮, ଚାର୍ଜିଂ ଭିତ୍ତିଭୂମିରେ ୫୭ ଏବଂ EV ଗବେଷଣା ଓ ନବସୃଜନରେ ୪୫ ପଏଣ୍ଟ ପାଇଛି। ବ୍ୟକ୍ତିଗତ EV ପଞ୍ଜୀକରଣ ଓ ସରକାରୀ ପଦକ୍ଷେପ କ୍ଷେତ୍ରରେ ରାଜ୍ୟ ୧୦୦ ପଏଣ୍ଟ ଲେଖାଏଁ ପାଇଛି। ଫ୍ୟୁଏଲ୍-ପ୍ରାଇସ୍ ପ୍ୟାରିଟିରେ ଓଡ଼ିଶାର ସ୍କୋର ୯୦ ରହିଛି।
ଅନ୍ୟପକ୍ଷରେ, ବାଣିଜ୍ୟିକ EV ପଞ୍ଜୀକରଣ ଓ EV କ୍ରୟ ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟର ସ୍କୋର ତୁଳନାମୂଳକ ଭାବେ କମ୍ ରହିଛି। ରିପୋର୍ଟରେ EV କନଭର୍ସନ୍ କିଟ୍ ପାଇଁ ସବସିଡି, ଅଧିକ ଚାର୍ଜିଂ ସୁବିଧା, ସଂରକ୍ଷିତ ପାର୍କିଂ, କମ୍ ଉତ୍ସର୍ଜନ ଜୋନ୍ ଏବଂ EV କ୍ରୟ ପ୍ରୋତ୍ସାହନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି।
IEMI 2025ରେ ଦିଲ୍ଲୀ ୮୪ ପଏଣ୍ଟ ସହ ପ୍ରଥମ, ମହାରାଷ୍ଟ୍ର ୭୮, କର୍ଣ୍ଣାଟକ ୭୩ ଏବଂ ଚଣ୍ଡିଗଡ଼ ୭୧ ପଏଣ୍ଟ ସହ ଆଗରେ ରହିଛନ୍ତି। ମଧ୍ୟପ୍ରଦେଶ ୫୯ ପଏଣ୍ଟ ସହ ଓଡ଼ିଶାଠାରୁ ଆଗରେ ରହିଛି। ରିପୋର୍ଟରେ ଓଡ଼ିଶାକୁ ‘Front Runners’ ବର୍ଗରେ ସ୍ଥାନ ଦିଆଯାଇଛି।
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ବାୟୁ ପ୍ରଦୂଷଣ କେବଳ ଫୁସଫୁସ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନୁହ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଦେଶରେ ଚଳିତ ବର୍ଷର ଦୁର୍ବଳ ମୌସୁମୀ ଏବେ ଧୀରେ ଧୀରେ ବିଦାୟ...
ଯୁବ ପ୍ରଫେସନାଲ୍ମାନଙ୍କ ପାଇଁ ଚାକିରିରେ ଅଧିକ salary ପାଇ...
ଭାରତୀୟ ବଜାରରେ ବିକ୍ରି ହେଉଥିବା କିଛି ପାକିସ୍ତାନୀ ନିର୍ମ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ପ୍ରଭ...