ନାଇଜେରିଆରେ ଘଟିଛି ଏକ ବଡ଼ ବିମାନ ଦୁର୍ଘଟଣା।ନାଇଜେରିଆନ୍ ଏୟାର୍ ଫୋର୍ସର ATR-42 ସାମରିକ ବିମାନସୋମବାର, ଅକ୍ଟୋବର ୫ରେ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟର ଇଗ୍ବୋକୋଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବେନିନ୍ ସିଟିରୁ ନାଇଜେରିଆର ବାଣିଜ୍ୟିକ କେନ୍ଦ୍ର ଲାଗୋସ୍ ଅଭିମୁଖେ ଯାଉଥିଲା।
ନାଇଜେରିଆ ସରକାରଙ୍କ ତଥ୍ୟ ଅନୁସାରେ ବିମାନରେ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଥିଲେ। ଦୁର୍ଘଟଣା ପରେ ପ୍ରାରମ୍ଭିକ ଭାବେ ଖୋଜା ଓ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ପରେ ରାଷ୍ଟ୍ରପତି ବୋଲା ଟିନୁବୁ ସମସ୍ତ ୩୨ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଥିଲେ।
ବିମାନଟି ଇଗ୍ବୋକୋଡାର ଏକ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳ ନିକଟରେ ଏକ ନଦୀ ଥିବାରୁ ଧ୍ୱଂସାବଶେଷର କିଛି ଅଂଶ ପାଣିରେ ଥିବା ରିପୋର୍ଟ ଆସିଥିଲା। ସ୍ଥାନୀୟ ଲୋକମାନେ ବିସ୍ଫୋରଣ ଭଳି ଜୋର ଶବ୍ଦ ଶୁଣିଥିବା ଏବଂ ପରେ ଘଟଣାସ୍ଥଳରେ ବିମାନର ଧ୍ୱଂସାବଶେଷ ଦେଖିଥିବା କହିଛନ୍ତି।
ନାଇଜେରିଆର Aviation Minister Festus Keyamoଙ୍କ ଅନୁସାରେ, ବିମାନଟି ସୋମବାର ସକାଳ ପ୍ରାୟ୯ଟା ୧୩ ମିନିଟ୍ରେଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ରାଡାରରୁ ଅଦୃଶ୍ୟ ହୋଇଥିଲା। ବିମାନ ସହ ରେଡିଓ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା ହୋଇଥିଲେ ମଧ୍ୟ ସଫଳତା ମିଳିନଥିଲା। ପରେ ଇଗ୍ବୋକୋଡା ନିକଟରେ ଧ୍ୱଂସାବଶେଷ ମିଳିଥିଲା।
ଏପର୍ଯ୍ୟନ୍ତ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ନିଶ୍ଚିତ କାରଣ ସାମ୍ନାକୁ ଆସିନାହିଁ। ରାଷ୍ଟ୍ରପତି ଟିନୁବୁ ନାଇଜେରିଆନ୍ ଏୟାର୍ ଫୋର୍ସକୁଦୁର୍ଘଟଣାର କାରଣ ନେଇ ସମ୍ପୂର୍ଣ୍ଣ ତଦନ୍ତକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରୁ ହିଁ ଦୁର୍ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଘଟଣାକୁ ନେଇ ନାଇଜେରିଆର ରାଷ୍ଟ୍ରପତିବୋଲା ଟିନୁବୁଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାରବର୍ଗ, ନାଇଜେରିଆନ୍ ଏୟାର୍ ଫୋର୍ସ ଏବଂ ସୁରକ୍ଷା ବାହିନୀ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ସଶସ୍ତ୍ର ବାହିନୀର କର୍ମଚାରୀମାନେ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇଥାନ୍ତି।
ଏହି ଦୁର୍ଘଟଣାକୁ ନାଇଜେରିଆର ନିକଟ ଅତୀତର ଗୁରୁତର ବିମାନ ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ରିପୋର୍ଟ କରାଯାଇଛି। ତେବେ ଦୁର୍ଘଟଣାର ପ୍ରାଯୁକ୍ତିକ କାରଣ ଏବଂ ବିମାନର ଶେଷ ମୁହୂର୍ତ୍ତର ତଥ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
କେବେ ନେଇପାରେ ବାତ୍ୟାର ରୂପ? ପାଣିପାଗ ବିଶାରଦଙ୍କ ଆକଳ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ...
ଗଞ୍ଜାମ:ଗଞ୍ଜାମ ଜିଲ୍ଲାର ଟାକିରିଆ–ବ୍ରହ୍ମପୁର ରାସ୍...
ବଙ୍ଗୋପସାଗରରେ ଆଉ ଏକ ଅବପାତ ସମ୍ଭାବନା, ନଭେମ୍ବର ୧ରୁ ଓଡ଼...