ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦୁର୍ନୀତି ମାମଲାରେ ଆସିଛି ବଡ଼ ମୋଡ଼।ତାଙ୍କ ବିରୋଧରେ ଚାଲିଥିବା ତିନୋଟି ମାମଲାର ଅଭିଯୋଗକୁ ପୁନର୍ବିଚାର କରିବାକୁ ଇସ୍ରାଏଲ୍ର ବିଚାରପତିମାନେ ଅଭିଯୋଜକଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଗୋଟିଏ ମାମଲାରେ ନେତାନ୍ୟାହୁ ଦୋଷୀ ସାବ୍ୟସ୍ତ ହେବାର ସମ୍ଭାବନା କମ୍ ଥିବା ଏବଂ ଅନ୍ୟ ଏକ ମାମଲାରେ ଅପରାଧ ଘଟିଛି କି ନାହିଁ, ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି କୋର୍ଟ।
ବୁଧବାର ଜେରୁସାଲେମ୍ ଜିଲ୍ଲା କୋର୍ଟର ବିଚାରପତିମାନେ ଇସ୍ରାଏଲ୍ର ଆଟର୍ଣ୍ଣି ଜେନେରାଲ୍ ଗାଲି ବାହାରାଭ୍-ମିଆରାଙ୍କୁ ଡକାଇଥିଲେ। ଏହି ମାମଲାଗୁଡ଼ିକ ଆଗକୁ ଚାଲିବ କି ନାହିଁ, ସେନେଇ ନିଷ୍ପତ୍ତି ନେବାର କ୍ଷମତା ତାଙ୍କ ପାଖରେ ରହିଛି। ତେଣୁ ଗୋଟିଏ ଅଭିଯୋଗକୁ ହଟାଇବା ଏବଂ ଅନ୍ୟ ଅଭିଯୋଗଗୁଡ଼ିକର ପୁନଃମୂଲ୍ୟାୟନ କରିବାକୁ ବିଚାରପତିମାନେ ପରାମର୍ଶ ଦେଇଛନ୍ତି।
କେସ୍ ୪,୦୦୦:ଏହି ମାମଲାରେ ନେତାନ୍ୟାହୁଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଜଣେ ଟେଲିକମ୍ କମ୍ପାନୀ ମାଲିକଙ୍କୁ ସରକାରୀ ନିୟମରେ ଅନୁକୂଳ ସୁବିଧା ଦେଇଥିଲେ। ଏହା ବଦଳରେ ଏକ ନ୍ୟୁଜ୍ ୱେବସାଇଟ୍ରେ ତାଙ୍କୁ ଅନୁକୂଳ ଖବର ପ୍ରକାଶ କରାଯାଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ନେତାନ୍ୟାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବାର ସମ୍ଭାବନା ଖୁବ୍ କମ୍ ବୋଲି ବିଚାରପତିମାନେ କହିଛନ୍ତି।
କେସ୍ ୨,୦୦୦:ଏହି ମାମଲାରେ ନେତାନ୍ୟାହୁଙ୍କ ଉପରେ ଜଣେ ଖବରକାଗଜ ପ୍ରକାଶକଙ୍କ ସହ ଏକ ପ୍ରସ୍ତାବିତ ଚୁକ୍ତି କରିବା ଅଭିଯୋଗ ରହିଛି। ଏହା ବଦଳରେ ତାଙ୍କୁ ଅନୁକୂଳ ଖବର ପ୍ରକାଶ କରିବାର ଯୋଜନା ଥିବା କୁହାଯାଇଛି। କିନ୍ତୁ ଏହି କାର୍ଯ୍ୟ ଆଇନ ଅନୁଯାୟୀ ଅପରାଧ ଥିଲା କି ନାହିଁ, ସେନେଇ ବିଚାରପତିମାନେ ଗୁରୁତର ସନ୍ଦେହ ପ୍ରକାଶ କରିଛନ୍ତି।
କେସ୍ ୧,୦୦୦:ଏହି ମାମଲାରେ ନେତାନ୍ୟାହୁଙ୍କ ଉପରେ ଧନୀ ବ୍ୟବସାୟୀଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ଏହା ବଦଳରେ ସେମାନଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ସହାୟତା କରିବାର ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାର ସମ୍ଭାବନା ଏବେ ମଧ୍ୟ ରହିଛି ବୋଲି ବିଚାରପତିମାନେ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଆଟର୍ଣ୍ଣି ଜେନେରାଲ୍ ଗାଲି ବାହାରାଭ୍-ମିଆରା କହିଛନ୍ତି ଯେ, ସେ ଏବଂ ତାଙ୍କ ଟିମ୍ କୋର୍ଟଙ୍କ ପରାମର୍ଶ ଓ ଉପଲବ୍ଧ ପ୍ରମାଣକୁ ଆଧାର କରି ସମସ୍ତ ବିକଳ୍ପ ଉପରେ ବିଚାର କରିବେ।
ତେବେ ବିଚାରପତିମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ମତାମତ କୌଣସି ଚୂଡ଼ାନ୍ତ ରାୟ ନୁହେଁ। ମାମଲାରେ ଥିବା ପ୍ରମାଣ ଓ ଆଇନଗତ ଦିଗକୁ ବିଚାର କରି ଆଗାମୀ ନିଷ୍ପତ୍ତି ନିଆଯିବ।
ଦୀର୍ଘଦିନ ଧରି ଚାଲିଥିବା ଏହି ଦୁର୍ନୀତି ମାମଲାରେ କୋର୍ଟଙ୍କ ଏହି ମନ୍ତବ୍ୟ ନେତାନ୍ୟାହୁଙ୍କ ପାଇଁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ଭାବେ ଦେଖାଯାଉଛି। ତେବେ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ଶେଷ ହୋଇଯାଇନାହିଁ।
ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍‌ ଜଗତର...
ନୂଆଦିଲ୍ଲୀ: ଭାରତୀୟଙ୍କ ଶରୀର ଦିନକୁ କେତେ କ୍ୟାଲୋରି ଖର୍ଚ...
ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍ ଜଗତରେ ନିଜ ବ୍ୟାଟିଂର ଜଲ...
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଜାରି ହୋଇଥିବା ନୂଆ ଟେଷ୍ଟ ଖେ...
୨୦୩୬ ମସିହାରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଓ ପାରାଲିମ୍ପିକ...
ଏବେ ଟକ୍‌ ଶୋ’ ହୋଷ୍ଟ ହେବେ ମେଗାଷ୍ଟାର ଚିରଞ୍...
ବକ୍ସ ଅଫିସରେ ଇତିହାସ ରଚିବାକୁ ଯାଉଛି ରଣବୀର କପୁର ଓ ୟଶଙ୍...