ନେପାଳରେ ଭୟଙ୍କର ଫ୍ଲାସ୍ ବନ୍ୟା ମଧ୍ୟରେ ଓଡ଼ିଶାର ୬ ଜଣ ଫୁଟବଲ ଖେଳାଳି ଓ ସେମାନଙ୍କ କୋଚ୍ ଫସିଥିବା ଖବରକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ଏବେ ସମସ୍ତେ ସୁରକ୍ଷିତ ଥିବା ନିଶ୍ଚିତ ହୋଇଛି। ଖେଳାଳିମାନେ ବର୍ତ୍ତମାନ ନେପାଳର ପୋଖରାର ଏକ ହୋଟେଲରେ ରହିଛନ୍ତି।
ଏହି ଫୁଟବଲ ଦଳ ଏକ ମ୍ୟାଚ୍ ଖେଳିବା ପାଇଁ ନେପାଳ ଯାଇଥିଲା। ନେପାଳର ବିଭିନ୍ନ ଅଞ୍ଚଳରେ ଫ୍ଲାସ୍ ବନ୍ୟାର ଖବର ଆସିବା ପରେ ଖେଳାଳିମାନଙ୍କ ମୋବାଇଲ ଫୋନ୍ରେ ଯୋଗାଯୋଗ ହୋଇପାରିନଥିଲା। ଏହାପରେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା।
ପରେ କୋଚ୍ ହଲିମ୍ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ କରି ସମସ୍ତ ୬ ଜଣ ଖେଳାଳି ସୁରକ୍ଷିତ ଥିବା ସୂଚନା ଦେଇଥିଲେ। ଗୁରୁବାର ସକାଳେ ଦଳ ପୋଖରାରେ ପହଞ୍ଚିଥିଲା ଏବଂ ସେମାନେ ନିଜ ପରିବାର ସଦସ୍ୟଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଜଣାପଡ଼ିଛି।
ଦଳର ଫୁଟବଲ ମ୍ୟାଚ୍ ଶୁକ୍ରବାର ଖେଳାଯିବାର ଥିଲା। କିନ୍ତୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମ୍ୟାଚ୍କୁ ଶନିବାରକୁ ସ୍ଥଗିତ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଠାରୁ ପୋଖରା ପ୍ରାୟ ୩୦୦ କିଲୋମିଟର ଦୂରରେ ରହିଛି। ପୋଖରାରେ କୌଣସି ବିପଦ ନଥିବା କୋଚ୍ ସ୍ପଷ୍ଟ କରିଛନ୍ତି।
ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ରାଜ୍ୟ ସରକାର ଫୁଟବଲ ଦଳ ସହ ଯୋଗାଯୋଗରେ ରହିଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।
ନେପାଳରେ ଫସିଥିବା କିମ୍ବା ଯୋଗାଯୋଗ ହୋଇପାରୁନଥିବା ଓଡ଼ିଆମାନଙ୍କ ସହାୟତା ପାଇଁ ରାଜ୍ୟ ସରକାର ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ନୂଆଦିଲ୍ଲୀରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
ଏହି ଘଟଣା ମଧ୍ୟରେ ନେପାଳରେ ଆଉ ୩ ଜଣ ଓଡ଼ିଆ ନିଖୋଜ ଥିବା ଖବର ମିଳିଛି। ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ ଅଗଷ୍ଟ ୨୨ରେ ନେପାଳ ଯାଇଥିଲେ। ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ।
ସେହିପରି ମୟୂରଭଞ୍ଜର କୁଲସମ ନିଗାର ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା ସୁରକ୍ଷିତ ଅଛନ୍ତି ଏବଂ ରକ୍ସୌଲ ସୀମା ଦେଇ ଭାରତ ଫେରୁଛନ୍ତି।
ରାଉରକେଲା ରେଳ ଷ୍ଟେସନରେ ପାର୍କିଂ ବ୍ୟବସ୍ଥାକୁ ନେଇ ଯାତ୍ର...
HBOର ବହୁ ପ୍ରତୀକ୍ଷିତ ‘Harry Potter’ ଟିଭ...
ଦେବଗଡ଼ ଜିଲ୍ଲାରେ ଜାତ୍ରା ପରିବେଷଣ ବେଳେ ଘଟିଛି ଅଘଟଣ। ଜା...
ଓଡ଼ିଶାରେ ଆଗାମୀ ସାତ ଦିନ ଯାଏଁ ପାଗ ସକ୍ରିୟ ରହିବା ସହ ବର...
ନେପାଳରେ ଭୟାବହ ଫ୍ଲାସ୍‌ ଫ୍ଲଡ୍‌ ପରେ ଅନେକ ଅଞ...
ପୁରୀ: ରାଖି ପୂର୍ଣ୍ଣିମା ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଦେବଗଡ଼ ଜିଲ୍ଲାରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...