ଭାରତ ଓ ନେପାଳ ମଧ୍ୟରେ ଯାତାୟାତ ଓ ବ୍ୟବସାୟକୁ ସହଜ କରିବା ଦିଗରେ ନେପାଳ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ‘ନେପାଳ ରାଷ୍ଟ୍ର ବ୍ୟାଙ୍କ’ (NRB) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏବେ ଭାରତୀୟ ଏବଂ ନେପାଳୀ ନାଗରିକମାନେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ନେପାଳକୁ ନେଇଯିବା ଓ ସେଠାରୁ ଫେରିବା ସମୟରେ ସହିତ ରଖିପାରିବେ।
ଏହି ସୁବିଧା କେବଳ ୨୦୧୬ ନଭେମ୍ବର ୯ କିମ୍ବା ତା’ପରେ ଜାରି ହୋଇଥିବା ଭାରତୀୟ ନୋଟ୍ ପାଇଁ ପ୍ରଯୋଜ୍ୟ ହେବ। ଅନ୍ୟପଟେ, ୨୦୧୬ ନଭେମ୍ବର ୯ ପୂର୍ବରୁ ଜାରି ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଉପରେ ପୂର୍ବଭଳି କଟକଣା ଜାରି ରହିବ।
ନେପାଳ ରାଷ୍ଟ୍ର ବ୍ୟାଙ୍କର ପ୍ରବକ୍ତା ଗୁରୁ ପ୍ରସାଦ ପାଉଡେଲ କହିଛନ୍ତି ଯେ, ନେପାଳୀ ନାଗରିକମାନେ କେବଳ ଭାରତରୁ ନେପାଳକୁ ଏହି ମୁଦ୍ରା ଆଣିପାରିବେ ଏବଂ ନେପାଳରୁ କେବଳ ଭାରତକୁ ଏହା ନେଇଯାଇପାରିବେ। ତୃତୀୟ ଦେଶକୁ ଭାରତୀୟ ମୁଦ୍ରା ନେବା କିମ୍ବା ଆଣିବା ଉପରେ କଟକଣା ବଳବତ୍ତର ରହିବ।
ଏହି ନୂତନ ନିୟମ ଭାରତୀୟ ପର୍ଯ୍ୟଟକ, ବ୍ୟବସାୟୀ ଏବଂ ଦୁଇ ଦେଶ ମଧ୍ୟରେ ନିୟମିତ ଯାତାୟାତ କରୁଥିବା ନାଗରିକଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ। ଏହା ଦ୍ୱାରା ନେପାଳ ଭ୍ରମଣ ଓ ସୀମାବର୍ତ୍ତୀ ଅଞ୍ଚଳରେ ବ୍ୟବସାୟିକ କାର୍ଯ୍ୟକଳାପ ଆହୁରି ସୁଗମ ହେବ ବୋଲି ଆଶା କରାଯାଉଛି।
ଏହାବ୍ୟତୀତ, ବିଦେଶୀ ନାଗରିକମାନେ ବିନା କଷ୍ଟମ ଘୋଷଣାରେ ସର୍ବାଧିକ ୫,୦୦୦ ଆମେରିକୀୟ ଡଲାର କିମ୍ବା ଏହାର ସମମୂଲ୍ୟର ବିଦେଶୀ ମୁଦ୍ରା ନେପାଳକୁ ଆଣିପାରିବେ ବୋଲି ମଧ୍ୟ ଏନଆରବି ସ୍ପଷ୍ଟ କରିଛି।
କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଦନ୍...
ଅମଳ ସମୟରେ ପ୍ରକୃତିର ଦାଉ ଚାଷୀଙ୍କ ବର୍ଷକର ପରିଶ୍ରମକୁ ବି...
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବାତ୍ୟା ‘ମୁରାସୁ&r...
ବାତ୍ୟା ‘ମୁରାସୁ’ ପ୍ରଭାବରେ ବଢ଼ିବ ବର୍ଷା...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...