ନବରାତ୍ରିର ଷଷ୍ଠୀ ତିଥିରେ ମା’ କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା’ ସାରଳା। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା’ ସାରଳାଙ୍କ ପୀଠରେ ନବରାତ୍ରି ପାଇଁ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମା’ଙ୍କ ମଙ୍ଗଳ ଆଳତି ଦର୍ଶନ ପାଇଁ ଶୁକ୍ରବାର ସକାଳୁ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା।
ଭୋର ୪ଟାରେ ମନ୍ଦିର ଦ୍ୱାର ଖୋଲାଯାଇଥିବା ବେଳେ ସକାଳ ୫ଟାରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ପୀଠରେ ପାରମ୍ପରିକ ୧୬ ଦିନିଆ ଉତ୍ସବ ପୂଜା ଅନୁଷ୍ଠିତ ହେଉଛି।
ଏହି ଉତ୍ସବ ସମୟରେ ପ୍ରତିଦିନ ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଉଛି। ପୀଠରେ ଷୋଡ଼ଶ ଉପଚାର ପୂଜା ଓ ଚଣ୍ଡୀପାଠ ଜାରି ରହିଛି। ପ୍ରତ୍ୟେକ ସନ୍ଧ୍ୟାରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ସୁସଜ୍ଜିତ ପାଲିଙ୍କିରେ ମନ୍ଦିର ପରିସର ପରିକ୍ରମା କରାଯାଉଛି।
ଆହୁରି ପଢନ୍ତୁ: ଷଷ୍ଠୀରେ ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ, ନବରାତ୍ରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ନବରାତ୍ରିର ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ତିଥିରେ ମା’ ସାରଳାଙ୍କୁ ମହିଷମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଏ। ଷଷ୍ଠୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ମା’ଙ୍କ ମହିଷମର୍ଦ୍ଦିନୀ ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ପରେ ରାତିରେ ପୁଣି ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯିବ।
ମନ୍ଦିରର ଜଣେ ସେବାୟତଙ୍କ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମହିଷମର୍ଦ୍ଦିନୀ ବେଶରେ ମା’ ଭକ୍ତଙ୍କୁ ଦର୍ଶନ ଦେବେ। ପରେ ପ୍ରାୟ ରାତି ୯ଟା ୩୦ରେ ସୁନାବେଶ ଅନୁଷ୍ଠିତ ହେବ। ଏହି ବିଶେଷ ପୂଜା ଓ ବେଶ ଦର୍ଶନକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଛି।
ଜନ୍ତର ମନ୍ତରରେ CJPର ପ୍ରତିବାଦ, ନେତାଙ୍କୁ ହେପାଜତକୁ ନେଲ...
ନୂଆଦିଲ୍ଲୀ/ଲକ୍ଷ୍ନୌ, ଅକ୍ଟୋବର ୧୬:ନିର୍ବାଚନ ଆୟୋଗ, ମୁଖ୍ୟ...
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ହାତ ଇସାରାକୁ ନେଇ ନୂଆ ବ...
ଚୀନ୍‌ର ହେନାନ୍ ପ୍ରଦେଶର ଜିଆଓଜୁଓ ସହରରେ ବିଫ୍ ହଟପଟ...
ମେରଠ: ଉତ୍ତରପ୍ରଦେଶର ମେରଠରେ ଚର୍ଚ୍ଚାରେ ଥିବା ନୀଳ ଡ୍ରମ୍...
ଜନ୍ତର ମନ୍ତର ଘଟଣାରେ CJP ନେତାଙ୍କୁ ରାହୁଲଙ୍କ ସମର୍ଥନ...
ରୁଷିଆର ପୂର୍ବ ଭାଗରେ ଥିବା କାମଚାଟକା ଉପଦ୍ୱୀପ ଅଞ୍ଚଳରେ ଶ...
ଲଦାଖ ଉପରେ ଚୀନ୍ର ମନ୍ତବ୍ୟକୁ ନେଇ ତୀବ୍ର ଆପତ୍ତି! ଚୀନ୍ ସ...