ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର ଜଙ୍ଗଲରୁ ସେପ୍ଟେମ୍ବର ୮ରେ ଉଦ୍ଧାର ହୋଇଥିବା୫ଟି ଓରାଙ୍ଗଉଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ଦେଖାଯାଉଛି। ଏହି ୩ଟି ପୁରୁଷ ଓ ୨ଟି ମାଈ ଛୁଆଙ୍କୁ ପରେ ଭୁବନେଶ୍ୱରର ନନ୍ଦନକାନନ ଜୁଲୋଜିକାଲ ପାର୍କକୁ ଅଣାଯାଇ ତାପମାତ୍ରା ନିୟନ୍ତ୍ରିତ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାରେ ରଖାଯାଇଛି।
ନନ୍ଦନକାନନ ଅଧିକାରୀଙ୍କ ଅନୁସାରେ, ୫ଟି ଯାକ ଓରାଙ୍ଗଉଟାନ୍ ଏବେ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି। ସେମାନଙ୍କଓଜନ ବଢ଼ିବା ସହ ଭୋକ, ଆଚରଣ ଓ ସକ୍ରିୟତାରେ ମଧ୍ୟ ଉନ୍ନତିହେଉଛି। ପୂର୍ବରୁ କେତେକ ଛୁଆଙ୍କଠାରେ ରକ୍ତହୀନତା ଓ ଜ୍ୱର ଭଳି ସମସ୍ୟା ଦେଖାଯାଇଥିଲା। ଚିକିତ୍ସା ଓ ନିରୀକ୍ଷଣ ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି।
ଓରାଙ୍ଗଉଟାନ୍ମାନେ ସାଧାରଣତଃ ଦକ୍ଷିଣ-ପୂର୍ବ ଏସିଆରବୋର୍ନିଓ ଓ ସୁମାତ୍ରାଅଞ୍ଚଳରେ ପ୍ରାକୃତିକ ଭାବେ ଦେଖାଯାଆନ୍ତି। ଓଡ଼ିଶାର ଜଙ୍ଗଲରେ ଏହି ୫ଟି ଛୁଆ ମିଳିବା ପରେ ସେମାନେ କିପରି ଏଠାକୁ ଆସିଲେ, ସେନେଇ ତଦନ୍ତ ଚାଲିଛି। ଓଡ଼ିଶା ପୁଲିସର STF ଓ Wildlife Crime Control Bureau ଏହାର ତଦନ୍ତ କରୁଛନ୍ତି।
ସେମାନଙ୍କୁ ନୂଆ ପରିବେଶ ସହ ଖାପ ଖୁଆଇବା ପାଇଁ ନନ୍ଦନକାନନରେ ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ ସହ ବିଭିନ୍ନenrichment activitiesକରାଯାଉଛି। ରସି, ଲାଡର୍ ଓ ଅନ୍ୟ ସାଧନ ଦିଆଯାଇ ସେମାନଙ୍କୁ ଚଢ଼ିବା, ଚାଲିବା ଓ ସକ୍ରିୟ ରହିବାକୁ ଉତ୍ସାହିତ କରାଯାଉଛି। ପୂର୍ବରୁ ସେମାନଙ୍କ ଚାପ କମାଇବା ପାଇଁ ଶାନ୍ତ ସଙ୍ଗୀତ ମଧ୍ୟ ବ୍ୟବହାର କରାଯାଇଥିଲା।
ଅଧିକାରୀଙ୍କ କହିବା ଅନୁସାରେ, କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ଓ ସ୍ୱାସ୍ଥ୍ୟାବସ୍ଥା ଆହୁରି ସ୍ଥିର ହେବା ପରେ ୫ଟି ଛୁଆଙ୍କୁ ଏକ ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର କରାଯାଇପାରେ।
ନିର୍ବାଚନ ଆୟୋଗର Special Intensive Revision (SIR) ଏବ...
Reality televisionର ମଞ୍ଚରେ ‘Bigg Boss’...
Comedian Samay Rainaଙ୍କ popular YouTube show &lsqu...
Special Intensive Revision (SIR) of electoral roll...
Election Commission ଏବଂ SIRକୁ ନେଇ ଚାଲୁଥିବା ବିବାଦ ମ...
Bollywood filmmaker-hostKaran Joharତାଙ୍କ ପ୍ରସିଦ୍ଧ...
Jammu & Kashmirର constitutional status ଏବଂ sta...
ନବରାତ୍ରିର ଉତ୍ସବମୁଖର ପରିବେଶ ଆସିବା ପୂର୍ବରୁ ବଲିଉଡ୍ ଗା...