ଭୁବନେଶ୍ୱର: ବଙ୍ଗୋପସାଗରରେ ନିଖୋଜ ହୋଇଥିବା MV Ocean Winner ଜାହାଜର ୨୨ ଜଣ ନାବିକଙ୍କ ସନ୍ଧାନ ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଜାହାଜ ନିଖୋଜ ହେବାର ୬୦ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨୨ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ନିଖୋଜ ନାବିକମାନେ ଜୀବିତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଗଭୀର ସମୁଦ୍ରରେ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୨ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଛି।
ନିଖୋଜ ନାବିକମାନଙ୍କୁ ଠାବ କରିବା ପାଇଁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ସମୁଦ୍ରରେ ଲଗାତାର ଅପରେସନ ଚଳାଇଛନ୍ତି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ପ୍ରତିକୂଳ ପାଣିପାଗ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ଚ୍ୟାଲେଞ୍ଜିଂ କରୁଥିବା ଜଣାପଡ଼ିଛି।
MV Ocean Winner ଜାହାଜଟି ଶନିବାର ଓଡ଼ିଶାର ପାରାଦୀପରୁ ଚୀନ୍ ଅଭିମୁଖେ ଯାଉଥିବା ସମୟରେ ବଙ୍ଗୋପସାଗରରେ ନିଖୋଜ ହୋଇଥିଲା। ଜାହାଜରେ ଥିବା ଅନ୍ୟ ନାବିକଙ୍କ ସନ୍ଧାନ ଏବେ ବି ଜାରି ରହିଛି।
ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ପୂର୍ବତନ ପ୍...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ରବ...
କଲମ୍ବୋର ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବ୍‌ରେ ଭାରତ ଓ ଶ୍...
ନୂଆଦିଲ୍ଲୀରେ ରବିବାର ଫ୍ରାନ୍ସ ବ୍ୟାଡମିଣ୍ଟନ୍‌ ଇତିହ...