ଉତ୍ତରପ୍ରଦେଶର ମେରଠ ଏକଦା କେବଳ କ୍ରିକେଟ୍ ବ୍ୟାଟ୍ ପାଇଁ ପରିଚିତ ଥିଲା। ଏବେ ଏହି ସହର ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଓ ରପ୍ତାନିର ଏକ ବଡ଼ କେନ୍ଦ୍ରରେ ପରିଣତ ହୋଇଛି। ଜିଲ୍ଲା ଶିଳ୍ପ ବିଭାଗ ଅନୁସାରେ, ମେରଠରେ ବର୍ତ୍ତମାନ ପ୍ରାୟ୫,୦୦୦ରୁ ୭,୦୦୦ ସ୍ପୋର୍ଟ୍ସ ଗୁଡ୍ସ ଉତ୍ପାଦନ ୟୁନିଟ୍ରହିଛି। ଏଠାରୁ ପ୍ରତିବର୍ଷ ପ୍ରାୟ୯୭୫ କୋଟି ଟଙ୍କାର କ୍ରୀଡ଼ା ସାମଗ୍ରୀ ରପ୍ତାନିହେଉଥିବା ଆକଳନ କରାଯାଇଛି।
କ୍ରିକେଟ୍ ବ୍ୟାଟ୍, ବଲ୍ ଓ ଷ୍ଟମ୍ପ୍ ଏବେ ମଧ୍ୟ ମେରଠର ପ୍ରମୁଖ ଉତ୍ପାଦ ହୋଇଥିବା ବେଳେ ଏଠାରେ ହକି ଷ୍ଟିକ୍, ଫୁଟବଲ୍, ଭଲିବଲ୍, କ୍ୟାରମ୍ ବୋର୍ଡ, ଟେନିସ୍ ଓ ବ୍ୟାଡମିଣ୍ଟନ୍ ସାମଗ୍ରୀ, ସ୍ପୋର୍ଟ୍ସ ନେଟ୍, ପ୍ରୋଟେକ୍ଟିଭ୍ ଗିୟର୍, କିଟ୍ ବ୍ୟାଗ୍, ସ୍ପୋର୍ଟ୍ସୱେୟାର୍, ବକ୍ସିଂ ଗ୍ଲୋଭ୍ସ, ଜିମ୍ ଉପକରଣ ଓ ଶଟଲକକ୍ ମଧ୍ୟ ଉତ୍ପାଦନ ହେଉଛି।
ମେରଠର ସ୍ପୋର୍ଟ୍ସ ଗୁଡ୍ସ ଶିଳ୍ପର ଇତିହାସ ପ୍ରାୟ୯୦ ବର୍ଷ ପୁରୁଣା। ଶିଳ୍ପ ବିଭାଗ ଅନୁସାରେ, ୧୯୩୫ରୁ ୧୯୪୦ ମଧ୍ୟରେ ସହରର କିଛି ପରିବାର ଫୁଟବଲ୍ ତିଆରି କରିବା ଆରମ୍ଭ କରିଥିଲେ। ବିଭାଜନ ପରେ ସିଆଲକୋଟ ଓ ପେଶାୱାର ଭଳି ସହରରୁ ମେରଠକୁ ଆସିଥିବା ପ୍ରବାସୀମାନେ ନିଜ କୌଶଳ ଓ ଅଭିଜ୍ଞତା ନେଇ ଆସିବା ପରେ ଏହି ଶିଳ୍ପକୁ ଆହୁରି ବଡ଼ ଗତି ମିଳିଥିଲା।
ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ମେରଠର ସ୍ପୋର୍ଟ୍ସ ଗୁଡ୍ସ ଶିଳ୍ପର ବିକାଶ ପଛରେ ସରକାରୀ ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି କହିଛନ୍ତି। ଉତ୍ତରପ୍ରଦେଶରOne District One Product (ODOP)ଯୋଜନା, ସୁଧମୁକ୍ତ ଋଣ, ମେସିନାରୀ ଉପରେ ସବସିଡି ଏବଂ କେନ୍ଦ୍ର ସରକାରଙ୍କKhelo Indiaକାର୍ଯ୍ୟକ୍ରମ ଛୋଟ ବ୍ୟବସାୟଗୁଡ଼ିକୁ ବିସ୍ତାର କରିବାରେ ସହାୟତା କରିଛି।
Buchi Sportsର ମାଲିକ ଚରଣଜିତ୍ ଭାଟିଆଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ସମୟରେ ମେରଠରେ ମାତ୍ର ୪-୫ଟି ସ୍ପୋର୍ଟ୍ସ ୟୁନିଟ୍ ଥିଲା। ଏବେ ଏହା ସଂଖ୍ୟା ବହୁଗୁଣିତ ହୋଇଛି। ସହଜରେ ଋଣ ମିଳିବା ସହ ନୂଆ ମେସିନାରୀ ଉପରେ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡିମିଳିବା ଯୋଗୁଁ ଉତ୍ପାଦନ ବଢ଼ିବା ସହ ନୂଆ ପ୍ରଯୁକ୍ତି ଆପଣାଇବା ସମ୍ଭବ ହୋଇଛି।
ମେରଠରେ ତିଆରି ହେଉଥିବା କ୍ରୀଡ଼ା ସାମଗ୍ରୀ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଆମେରିକା, ୱେଷ୍ଟ ଇଣ୍ଡିଜ୍, ନ୍ୟୁଜିଲାଣ୍ଡ, ଜର୍ମାନୀ, ଫ୍ରାନ୍ସ, ଶ୍ରୀଲଙ୍କା, ଋଷିଆ ଓ ବାଂଲାଦେଶ ସମେତ ବିଭିନ୍ନ ଦେଶକୁ ରପ୍ତାନି ହେଉଛି।
ଏହି ଶିଳ୍ପ କେବଳ ବଡ଼ ଉତ୍ପାଦନକାରୀଙ୍କୁ ନୁହେଁ, ବରଂ ହଜାର ହଜାର ଶ୍ରମିକ ଓ ଛୋଟ ବ୍ୟବସାୟକୁ ମଧ୍ୟ ରୋଜଗାର ଦେଉଛି। ସିଲେଇ, ପଲିସିଂ, ଫିଟିଂ, ପ୍ୟାକେଜିଂ, ପରିବହନ ଓ ଯୋଗାଣ କ୍ଷେତ୍ରରେ ଅନେକ ଲୋକ ଏହି ଶିଳ୍ପ ସହ ଜଡ଼ିତ ଅଛନ୍ତି।
ପ୍ରଯୁକ୍ତି, ଗୁଣବତ୍ତା, ଡିଜାଇନ୍, ବ୍ରାଣ୍ଡିଂ ଓ ରପ୍ତାନି ଉପରେ ଅଧିକ ଗୁରୁତ୍ୱ ଦେଇ ମେରଠ ନିଜକୁ ଧୀରେ ଧୀରେ ବିଶ୍ୱର ଏକ ପ୍ରମୁଖସ୍ପୋର୍ଟ୍ସ ଗୁଡ୍ସ ହବ୍ଭାବେ ସୁଦୃଢ଼ କରୁଛି। ବାର୍ଷିକ ରପ୍ତାନି ପ୍ରାୟ ୯୭୫ କୋଟି ଟଙ୍କା ଥିବା ଆକଳନ କରାଯାଇଛି।
ରିଲିଜ୍ ପୂର୍ବରୁ ‘ରାମାୟଣ’ର ବଡ଼ ରେକର୍ଡ...
ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...
ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...
ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...