Rescue operation underway after roof collapse at Hanuman temple in Maharashtra's Parbhani district.

ମହାରାଷ୍ଟ୍ରର ହନୁମାନ ମନ୍ଦିରରେ ଅଘଟଣ: ନିର୍ମାଣାଧୀନ ହଲ୍‌ର ଛାତ ଭୁଷୁଡ଼ି ୫ ମୃତ, ଏକାଧିକ ଆହତ

ମହାରାଷ୍ଟ୍ରର ପରଭଣୀ ଜିଲ୍ଲାର ଯଶ୍ୱାଡ଼ି ଗ୍ରାମସ୍ଥିତ ଏକ ହନୁମାନ ମନ୍ଦିରରେ ଶନିବାର ବଡ଼ ଅଘଟଣ ଘଟିଛି। ନିର୍ମାଣାଧୀନ ସଭା ହଲ୍‌ର ଛାତ ଓ ଏକ ସ୍ତମ୍ଭ ଧସି ପଡ଼ିବାରୁ ଅତିକମରେ ୫ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଭିଯାନ ଜାରି ରଖିଛନ୍ତି।

ମହାରାଷ୍ଟ୍ରର ପରଭଣୀ ଜିଲ୍ଲା ଅନ୍ତର୍ଗତ ଯଶ୍ୱାଡ଼ି ଗ୍ରାମରେ ଥିବା ଏକ ହନୁମାନ ମନ୍ଦିରରେ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ମନ୍ଦିର ପରିସରରେ ନିର୍ମାଣାଧୀନ ସଭା ହଲ୍‌ର ଛାତ ଓ ଏକ ସ୍ତମ୍ଭ ହଠାତ୍ ଭୁଷୁଡ଼ି ପଡ଼ିବାରୁ ଅତିକମରେ ୫ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଏକାଧିକ ଲୋକ ଆହତ ହୋଇଛନ୍ତି।

ଶନିବାର ହେତୁ ମନ୍ଦିରରେ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଥିଲେ। ଏହି ସମୟରେ ନିର୍ମାଣ କାମ ଚାଲିଥିବା ସଭା ହଲ୍‌ର ଛାତ ଓ ଏକ ଖମ୍ବା ହଠାତ୍ ଧସି ପଡ଼ି ତଳେ ଥିବା ଭକ୍ତମାନଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦୁର୍ଘଟଣାରେ ୮ରୁ ୧୦ ଜଣ ଭକ୍ତ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଛି ଲୋକ ଧ୍ୱଂସସ୍ତୂପ ତଳେ ଫସି ରହିଥିବା ଆଶଙ୍କା କରାଯାଉଥିବାରୁ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଚାଲାଇଛନ୍ତି।

ସ୍ଥାନୀୟ ପ୍ରଶାସନ, ପୋଲିସ ଓ ବିପର୍ଯ୍ୟୟ ମୁକାବିଲା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ନିର୍ମାଣ କାମରେ କୌଣସି ଅବହେଳା ଥିଲା କି ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି।

Breaking News
+