ପ୍ରେମ, ପରମ୍ପରା ଓ ସମ୍ପ୍ରଦାୟର ନିୟମକୁ ନେଇ ମୟୂରଭଞ୍ଜ ଜିଲ୍ଲାର ମଇଁସିଦୁବା ଗାଁରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ରତନ ସୋରେନ ଜାନକୀ ହାସଦା ନାମକ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ।
ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ରତନ ନିଜ ଗାଁକୁ ଜାନକୀଙ୍କୁ ନେଇ ଆସିଥିଲେ। ପରିବାର ଲୋକେ ସମ୍ପର୍କକୁ ସ୍ୱୀକାର କରିଥିଲେ ମଧ୍ୟ ପରେ ଜଣାପଡ଼ିଥିଲା ଯେ ଜାନକୀ ଭିନ୍ନ ଧର୍ମର ଥିଲେ।
ଗ୍ରାମର ବୟୋଜ୍ୟେଷ୍ଠ ଓ ମୁରବିମାନଙ୍କ ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ଯେ, ବିବାହ ପୂର୍ବରୁ ଜାନକୀଙ୍କୁ ସାନ୍ତାଳୀ ଧର୍ମ ଗ୍ରହଣ କରିବାକୁ ପଡ଼ିବ। ଜାନକୀ ମଧ୍ୟ ଏହି ପରମ୍ପରାକୁ ସ୍ୱୀକାର କରିଥିଲେ।
ଗ୍ରାମର ପ୍ରଚଳିତ ରୀତିନୀତି ଅନୁସାରେ ଜାନକୀଙ୍କୁ ପୁନର୍ଜନ୍ମର ପ୍ରତୀକ ଭାବେ ବିଭିନ୍ନ ଧାର୍ମିକ ଆଚାରରେ ଅଂଶଗ୍ରହଣ କରିବାକୁ ପଡ଼ିଥିଲା। ସେ ହଳଦୀ ଓ ଗଙ୍ଗାଜଳରେ ସ୍ନାନ କରିଥିଲେ ଏବଂ ପାରମ୍ପରିକ ବିଧି ମାଧ୍ୟମରେ ସମ୍ପ୍ରଦାୟରେ ସାମିଲ ହୋଇଥିଲେ।
ପୂଜାରେ ଚାରିଟି କୁକୁଡ଼ା, ଗୋଟିଏ ଛେଳି, ଦୁଇ ହାଣ୍ଡି ହାଣ୍ଡିଆ ଓ ଚାଉଳ ଅର୍ପଣ କରାଯାଇଥିଲା। ଏହାପରେ ଗ୍ରାମ ଦେବତାଙ୍କ ପୂଜା କରାଯାଇ ଜାନକୀଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ସଦସ୍ୟ ଭାବେ ସ୍ୱୀକୃତି ଦିଆଯାଇଥିଲା।
ଧର୍ମ ଗ୍ରହଣ ପରେ ରତନ ଓ ଜାନକୀଙ୍କ ବିବାହ ସାନ୍ତାଳୀ ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀଙْକ ପାଇଁ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା।
ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରେମ, ପରମ୍ପରା ଓ ସାମାଜିକ ରୀତିନୀତିର ଏକ ନିଆରା ଉଦାହରଣ ଭାବେ ଦେଖାଯାଉଛି।
ଆସନ୍ତା ଖରିଫ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଲ୍ ନ...
ଚଳିତ ଫିଫା ବିଶ୍ୱକପ୍ରେ ୨୦୧୮ ଉପବିଜେତା କ୍ରୋଏସିଆ ନିଜର ପ...
ଓଡ଼ିଶାବାସୀଙ୍କୁ ଖରା ଓ ଗରମରୁ କିଛିଟା ଆଶ୍ୱସ୍ତି ମ...
୨୦୨୭ ମସିହାର ODI ବିଶ୍ୱକପ୍ରେ ବିରାଟ କୋହଲି ଓ ରୋହିତ ଶର୍...
କିଛି ସ୍ୱପ୍ନ ବୟସ ଦେଖି ଆସେ ନାହିଁ, ବରଂ ଦୃଢ଼ ପରିଶ୍ରମ ଓ...
ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବା...
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସମ୍ପୂର୍...
ଭାରତୀୟ କ୍ରିକେଟ ଦଳର ଯୁବ ଦ୍ରୁତ ବୋଲର ଆକାଶ ଦୀପ ନିଜ ଜୀବ...