ଲାଉସାନ୍ ଡାଇମଣ୍ଡ ଲିଗ୍ରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଆଶ୍ୱସ୍ତ କରିଛି। ନୀରଜ ୮୮.୦୫ ମିଟର ଦୂରତାରେ ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଏହା ଚଳିତ ସିଜନ୍ରେ ତାଙ୍କର ସର୍ବଶ୍ରେଷ୍ଠ ଥ୍ରୋ ଏବଂ ଦୀର୍ଘ ସମୟ ପରେ ୮୮ ମିଟରରୁ ଅଧିକ ଦୂରତାର ଥ୍ରୋ।
ଶ୍ରୀଲଙ୍କାର ରୁମେଶ ପାଥିରାଗେ ୮୮.୧୪ ମିଟର ଥ୍ରୋ ସହ ପ୍ରଥମ ସ୍ଥାନରେ ରହିଥିଲେ। ନୀରଜଙ୍କଠାରୁ ତାଙ୍କ ଦୂରତା ମାତ୍ର ୯ ସେଣ୍ଟିମିଟର ଅଧିକ ଥିଲା। ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୬.୬୯ ମିଟର ଥ୍ରୋ ସହ ତୃତୀୟ ସ୍ଥାନ ହାସଲ କରିଥିଲେ।
ନୀରଜ ନିଜର ପ୍ରଥମ ପ୍ରୟାସରେ ୮୩.୫୪ ମିଟର ଥ୍ରୋ କରିଥିଲେ। ପାଥିରାଗେ ପ୍ରଥମ ପ୍ରୟାସରେ ୮୫.୯୯ ମିଟର ଥ୍ରୋ କରି ଆଗୁଆ ରହିଥିଲେ। ପରେ ନୀରଜ ନିଜର ତୃତୀୟ ପ୍ରୟାସରେ ୮୮.୦୫ ମିଟର ଥ୍ରୋ କରି ଏକ ସମୟରେ ଲିଡ୍ ନେଇଥିଲେ। ତାଙ୍କର ଏହି ପ୍ରୟାସରେ ପୁଣିଥରେ ପୁରୁଣା ନୀରଜଙ୍କ ଆକ୍ରମଣାତ୍ମକ ମନୋଭାବ ଦେଖିବାକୁ ମିଳିଥିଲା।
ଗତ କିଛି ମାସ ଧରି ଆଘାତ ସମସ୍ୟା ଓ କୋଚିଂ ଟିମ୍ରେ ପରିବର୍ତ୍ତନ ଯୋଗୁ ନୀରଜଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ଲାଉସାନ୍ର ପ୍ରଦର୍ଶନ ତାଙ୍କ ଫର୍ମ ଧୀରେଧୀରେ ଫେରୁଥିବାର ସଙ୍କେତ ଦେଇଛି। ନୀରଜ ମଧ୍ୟ କହିଛନ୍ତି ଯେ ୮୮ ମିଟର ଥ୍ରୋ କରିବା ସମୟରେ ସେ ବେଶ୍ ଆରାମଦାୟକ ଅନୁଭବ କରିଥିଲେ ଏବଂ ପ୍ରତିଯୋଗିତା ପରେ ପ୍ରତିଯୋଗିତା ତାଙ୍କ ରିଦମ୍ ଫେରୁଛି।
ଏହି ପ୍ରଦର୍ଶନ ଆଗାମୀ ଏସିଆନ୍ ଗେମ୍ସ ପୂର୍ବରୁ ନୀରଜଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜୁରିଖ୍ ଡାଇମଣ୍ଡ ଲିଗ୍ ପରେ ବ୍ରସେଲ୍ସରେ ଡାଇମଣ୍ଡ ଲିଗ୍ ଫାଇନାଲ୍ ଏବଂ ସେପ୍ଟେମ୍ବରରେ ଅଲ୍ଟିମେଟ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ ଭଳି ପ୍ରତିଯୋଗିତା ତାଙ୍କୁ ଆହୁରି ପ୍ରସ୍ତୁତ ହେବାର ସୁଯୋଗ ଦେବ।
ଅନ୍ୟପକ୍ଷରେ, ରୁମେଶ ପାଥିରାଗେ ନୀରଜଙ୍କ ବିପକ୍ଷରେ ୨୦୨୬ରେ ଲଗାତାର ତୃତୀୟ ଥର ବିଜୟୀ ହୋଇଛନ୍ତି। ଦୋହା ଡାଇମଣ୍ଡ ଲିଗ୍ ଓ ଗ୍ଲାସଗୋ କମନୱେଲ୍ଥ ଗେମ୍ସ ପରେ ଲାଉସାନ୍ରେ ମଧ୍ୟ ସେ ନୀରଜଙ୍କୁ ପଛରେ ପକାଇଛନ୍ତି।
ମାତ୍ର ୯ ସେଣ୍ଟିମିଟରର ବ୍ୟବଧାନରେ ନୀରଜ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ମଧ୍ୟ ୮୮.୦୫ ମିଟରର ଥ୍ରୋ ତାଙ୍କ ପାଇଁ ବଡ଼ ସକାରାତ୍ମକ ସଙ୍କେତ। ଏବେ ନଜର ଏସିଆନ୍ ଗେମ୍ସରେ ନୀରଜଙ୍କ ଟାଇଟଲ୍ ଡିଫେନ୍ସ ଉପରେ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଭାବନୀୟ ଘଟଣା। ମିତ୍...
ଭୁବନେଶ୍ୱର: ଓଡ଼ିଶାରେ ପୁଣି ଏକ ବଡ଼ ବର୍ଷା ସମ୍ଭାବନା। ଆସ...
ଗଞ୍ଜାମ ଜିଲ୍ଲାରେ ସାର୍ବଜନୀନ ସଭା, ରାଲି ଓ ଶୋଭାଯାତ୍ରା ଉ...
ରାଉରକେଲା: ରାଉରକେଲାର ସର୍କିଟ୍‌ ହାଉସ୍‌ରେ ବନ...