ପୁଲିସ ଉପରେ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ସମେତ ୯ ଗିରଫ, ୫୦ ଲକ୍ଷର ସୁନା-ରୁପା ଜବତ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ପାଟ୍ରୋଲିଂ ଟିମ୍‌ ଉପରେ ଗୁଳି ଚଳାଇ ଫେରାର ହୋଇଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ଓରଫ ସିମନ ନାଗ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ମାମଲା ଥିବା ପୁଲିସ କହିଛି। ଗ୍ୟାଙ୍ଗଠାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର, ବନ୍ଧୁକ, ୨୦ ରାଉଣ୍ଡ ଜୀବନ୍ତ ଗୁଳି, ୫୦ ହଜାର ଟଙ୍କା ନଗଦ ଓ ୪ଟି ଗାଡ଼ି ଜବତ ହୋଇଛି।
କୋରାପୁଟରେ ପୁଲିସ ଉପରେ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ସମେତ ୯ ଜଣ ଗିରଫ
କୋରାପୁଟରେ ପୁଲିସ ଉପରେ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ସମେତ ୯ ଜଣ ଗିରଫ

କୋରାପୁଟ:କୋରାପୁଟ ଜିଲ୍ଲାରେ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଧରିବାରେ ବୋରିଗୁମ୍ମା ପୁଲିସ ସଫଳ ହୋଇଛି। ପୁଲିସ ଉପରେ ଗୁଳି ଚଳାଇ ଫେରାର ହୋଇଥିବା ଡକାୟତ ଟୁନା ହରିଜନ ଓରଫ ସିମନ ନାଗଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ୭ ଦିନିଆ ପୁଲିସ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।

ପୁଲିସ ଉପରେ ଚଳାଇଥିଲା ଗୁଳି

ପୁଲିସ ସୂଚନା ଅନୁସାରେ, ଟୁନା ହରିଜନ ନିକଟରେ ଜେଲରୁ ମୁକ୍ତ ହୋଇଥିଲା। ଜେଲରୁ ବାହାରିବା ପରେ ସେ ପୁଣି ଏକ ନୂଆ ଗ୍ୟାଙ୍ଗ ଗଠନ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ରହିଛି।

ଗତଅଗଷ୍ଟ ୨୫ ତାରିଖ ରାତିରେ ପାର୍ଲି-ଦାବୁଗୁଡ଼ା ରାସ୍ତାରେପୁଲିସ ପାଟ୍ରୋଲିଂ ଟିମ୍ ଉପରେ ସେ ସିଧାସଳଖ ଗୁଳି ଚଳାଇଥିବା ପୁଲିସ କହିଛି। ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଜଗଦଲପୁରରୁ ଧରାପଡ଼ିଲା

ଘଟଣା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ସେପ୍ଟେମ୍ବର ୩ ତାରିଖରେ ଛତିଶଗଡ଼ରଜଗଦଲପୁରରୁ ଟୁନାକୁ ଧରାଯାଇଥିଲା

ପଚରାଉଚରା ସମୟରେ ସେ କମାରା ମନ୍ଦିର, ଭୈରବ ମନ୍ଦିର ଓ ବିଜାପୁର ମନ୍ଦିରରେ ଚୋରି ସହ ଭାନସୁଲି ଡକାୟତି ଏବଂ ବାଦିଗାଁରେ ଚୋରି ଭଳି ଅନେକ ଅପରାଧରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିବା ପୁଲିସ କହିଛି।

୪୦ରୁ ଅଧିକ ମାମଲା

ପୁଲିସର ସୂଚନା ଅନୁସାରେ, ଟୁନା ହରିଜନଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ୪୦ରୁ ଅଧିକ ମାମଲାରହିଛି। ଏହା ବ୍ୟତୀତ ଛତିଶଗଡ଼ରେ ମଧ୍ୟ ତାଙ୍କ ବିରୋଧରେ ୧୦ଟି ମାମଲା ରହିଥିବା ପୁଲିସ କହିଛି।

୫୦ ଲକ୍ଷର ଅଳଙ୍କାର ଜବତ

ଗିରଫ ଗ୍ୟାଙ୍ଗଠାରୁ ପୁଲିସପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର, ଗୋଟିଏ ବନ୍ଧୁକ, ୨୦ ରାଉଣ୍ଡ ଜୀବନ୍ତ ଗୁଳି, ୫୦ ହଜାର ଟଙ୍କା ନଗଦ ଏବଂ ବୋଲେରୋ ସମେତ ୪ଟି ଗାଡ଼ି ଜବତ କରିଛି।

ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କୋରାପୁଟ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଏହି ଅପରାଧିକ ଗ୍ୟାଙ୍ଗର ନେଟୱର୍କ ନେଇ ଅଧିକ ତଦନ୍ତ ଜାରି ରହିଛି।

LIVE TV
LIVE
Latest News
ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ ଗରମ ମାସ ତାଲିକାରେ ଅଗଷ୍ଟ, ତାପମାତ୍ରା ୧.୬୫°C ଅଧିକ

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ...

ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

ଏସିଆନ୍ ଗେମ୍ସ ଦଳରୁ ବାଦ ପଡ଼ି ଭାଙ୍ଗିପଡ଼ିଲେ ୧୮ ବର୍ଷୀୟା ୱୁଶୁ ଖେଳାଳି: ଆତ୍ମହତ୍ୟା ଧମକ, ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ

ଏସିଆନ୍ ଗେମ୍ସ ଦଳରୁ ବାଦ ପଡ଼ି ଭାଙ୍ଗିପଡ଼ିଲେ...

ଏସିଆନ୍ ଗେମ୍ସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳ...

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା ଅଭିଯୋଗ, ଫେରାର ସ୍ୱାମୀଙ୍କୁ ଖୋଜୁଛି ପୁଲିସ

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩...

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

୬ ବର୍ଷ ପରେ US Open ଫାଇନାଲ୍‌ରେ ଜ୍ୱେରେଭ୍‌, ୨୦୨୬ରେ ଲଗାତାର ୩ୟ Grand Slam ଫାଇନାଲ୍ ଖେଳି ରଚିଲେ ବିରଳ ରେକର୍ଡ

୬ ବର୍ଷ ପରେ US Open ଫାଇନାଲ୍‌ରେ...

US Openରେ ପୁଣି ଥରେ ଫାଇନାଲ୍ରେ ପହଞ୍ଚିଛନ୍ତି ଜର୍ମାନୀର...

ସାବାଲେଙ୍କାଙ୍କୁ ରୋକିବାକୁ ରାଇବାକିନାଙ୍କ ବଡ଼ ପ୍ଲାନ୍: US Open ଫାଇନାଲ୍ ପୂର୍ବରୁ କହିଲେ- ‘ଆକ୍ରମଣାତ୍ମକ ରହିବି’

ସାବାଲେଙ୍କାଙ୍କୁ ରୋକିବାକୁ ରାଇବାକିନାଙ୍କ ବଡ଼ ପ୍ଲାନ୍: US...

US Open 2026 ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ରବିବାର...

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି, ଧରାପଡ଼ିଲେ ୨୪ ବର୍ଷୀୟ ଯୁବକ; AI ବ୍ୟବହାର ନେଇ ତଦନ୍ତ

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି,...

ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...

ଏସିଆନ୍ ଗେମ୍ସରେ ଭାରତର କୌଣସି ପୁରୁଷ ଭାରୋତ୍ତୋଳକ ନାହାନ୍ତି: ଆହତ ହୋଇ ଦଳରୁ ବାଦ ପଡ଼ିଲେ ରିଶିକାନ୍ତ ସିଂହ

ଏସିଆନ୍ ଗେମ୍ସରେ ଭାରତର କୌଣସି ପୁରୁଷ ଭାରୋତ୍ତୋଳକ...

ଏସିଆନ୍ ଗେମ୍ସ ପୂର୍ବରୁ ଭାରତୀୟ ଭାରୋତ୍ତୋଳନ ଦଳକୁ ବଡ଼ ଝଟ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+