ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀମାନେ କିଣ୍ଡରଗାର୍ଟେନ୍ (KG) ଠାରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ସହଜରେ ଶିକ୍ଷା ଲାଭ କରିପାରିବେ ବୋଲି ସରକାର କହିଥିଲେ।
ତେବେ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ବିଶେଷକରି କେଉଁ କେଉଁ ଫି’ ଛାଡ଼ କରାଯିବ, ତାହା ନେଇ ଅସ୍ପଷ୍ଟତା ଦେଖାଦେଇଛି।
ଅଭିଭାବକମାନଙ୍କ ପ୍ରଶ୍ନ ହେଉଛି, ଯୋଜନାରେ କେବଳ ଟ୍ୟୁସନ ଫି’ ମାଫ ହେବ କି ନା ନାମଲେଖା ଫି’, ଆଡମିଶନ ଫି’ ଓ ଅନ୍ୟାନ୍ୟ ଶିକ୍ଷାଗତ ଶୁଳ୍କ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହି ନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପ୍ରକାଶ ପାଇନାହିଁ।
ଅଭିଭାବକ ସଂଘ କହିଛି ଯେ, ଯୋଜନାର ଲାଭ ପାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କଠାରୁ କେଉଁ ବାବଦରେ ଟଙ୍କା ଆଦାୟ କରାଯିବ ଏବଂ କେଉଁ ଶୁଳ୍କ ସମ୍ପୂର୍ଣ୍ଣ ମାଫ ହେବ, ସେନେଇ ସରକାର ତୁରନ୍ତ ସ୍ପଷ୍ଟତା ଆଣିବା ଉଚିତ।
ଯଦି ଏହି ପ୍ରସଙ୍ଗରେ ସ୍ପଷ୍ଟ ଗାଇଡଲାଇନ୍ ଜାରି ନହୁଏ, ତେବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦ୍ୱନ୍ଦ୍ୱରେ ପଡ଼ିବେ ବୋଲି ସଂଘ ମତ ପ୍ରକାଶ କରିଛି। ତେଣୁ ତୁରନ୍ତ ସରକାର ନିୟମାବଳୀ ପ୍ରକାଶ କରି ସମସ୍ତ ସନ୍ଦେହ ଦୂର କରିବାକୁ ଦାବି କରାଯାଇଛି।
ଯୋଜନା ଘୋଷଣା ପରେ ରାଜ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଶା ବଢ଼ିଥିବା ବେଳେ, ବର୍ତ୍ତମାନ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ସ୍ପଷ୍ଟୀକରଣ ଓ ଗାଇଡଲାଇନ୍ ଉପରେ ରହିଛି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରୁ ଏ...
ଡାକ୍ତରମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟରେ ନୂଆପଡ଼ା ଜି...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ...
ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ନୂଆ ଚର୍ଚ୍ଚାର ଝଡ଼ ସୃଷ୍...
ମେଷ : ଏହି ସପ୍ତାହରେ ଆପଣଙ୍କ ପରିଶ୍ରମର ଫଳ ମିଳିବା ଆର...
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ୭,୦୦୦ କୋଟି ଟଙ୍କା ବ୍ୟୟରେ...
ଆସନ୍ତା୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନପାଇଁ ପ୍ରଶାସନିକ...
ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତା...
ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ...
ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଦଳୀୟ ପାଣ୍ଠି ଦୁରୁପଯ...