ଆଜିଠୁ ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓ: ତିଆରି ହେବ ବିଶ୍ୱସ୍ତରୀୟ ସିନେମା, ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ଭୁବନେଶ୍ୱରର ଐତିହାସିକ କଳିଙ୍ଗ ଷ୍ଟୁଡିଓ ଆଜି ନୂଆ ରୂପରେ ଲୋକାର୍ପିତ ହେଉଛି। ଖଣ୍ଡଗିରି-ଭରତପୁର ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ନବୀକରଣ ହୋଇଥିବା ଏହି ଷ୍ଟୁଡିଓରେ ଆଧୁନିକ ଫିଲ୍ମ ଉତ୍ପାଦନ ସୁବିଧା ସହ ବିଭିନ୍ନ ସୁଟିଂ ସେଟ୍‌ ରହିଛି।
Newly renovated Kalinga Studio in Bhubaneswar with modern film production facilities
Newly renovated Kalinga Studio in Bhubaneswar with modern film production facilities

ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଦୀର୍ଘ ପ୍ରତୀକ୍ଷା ଓ ନବୀକରଣ ପରେ ନୂଆ ରୂପରେ ଖୋଲିବାକୁ ଯାଉଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ। ନବୀକୃତ କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସର ଆଜି ଲୋକାର୍ପଣ ହେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦଘାଟନ କରିବେ।

ବିଶ୍ୱସ୍ତରୀୟ ଫିଲ୍ମ ଷ୍ଟୁଡିଓ ଭାବେ ବିକଶିତ କରିବାର ଲକ୍ଷ୍ୟରେ ପ୍ରାୟ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟ ଏବେ ସମ୍ପନ୍ନ ହୋଇଛି। ଖଣ୍ଡଗିରି-ଭରତପୁର ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ନବୀକରଣ ହୋଇଥିବା ଷ୍ଟୁଡିଓରେ ସିନେମା ନିର୍ମାଣକୁ ଅଧିକ ସହଜ ଓ ପେସାଦାର କରିବା ପାଇଁ ଆଧୁନିକ ବ୍ୟବସ୍ଥା କରାଯାଇଛି। 

ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ବିମାନବନ୍ଦର, ଗାଁ, ରାଜପ୍ରାସାଦ, କଟେଜ୍ ସମେତ ବିଭିନ୍ନ ଥିମ୍‌ ଭିତ୍ତିକ ସୁଟିଂ ସେଟ୍‌ ଓ ଆକର୍ଷଣ ବିକଶିତ କରାଯାଇଛି। ଏହା ଫିଲ୍ମ ସୁଟିଂ ସହ ପର୍ଯ୍ୟଟନ ଓ ମନୋରଞ୍ଜନ ପାଇଁ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିବ। 

ନୂଆ କଳିଙ୍ଗ ଷ୍ଟୁଡିଓକୁ ଅଲ୍ଟ୍ରା-ମଡର୍ଣ୍ଣ ଷ୍ଟୁଡିଓ ଏବଂ ଫିଲ୍ମ ଟେକ୍ ଜୋନ୍ ଭାବେ ବିକଶିତ କରାଯାଇଛି। ଏଠାରେ ଆଧୁନିକ ଫିଲ୍ମ ଉତ୍ପାଦନ ଉପକରଣ, ଇନଡୋର ସୁଟିଂ ସୁବିଧା ଏବଂ ଡିଜିଟାଲ୍ ପ୍ରଡକ୍ସନ୍‌ ସହ ଜଡ଼ିତ ବ୍ୟବସ୍ଥା ରହିଛି। 

ବିଶେଷକରି ଭର୍ଚୁଆଲ୍ ପ୍ରଡକ୍ସନ୍ ଓ AI-ଆଧାରିତ ପ୍ରଯୁକ୍ତି ବ୍ୟବହାର ଦ୍ୱାରା ଓଡ଼ିଆ ଫିଲ୍ମ ନିର୍ମାତାମାନେ ରାଜ୍ୟ ବାହାରକୁ ନଯାଇ ଓଡ଼ିଶାରେ ହିଁ ଆଧୁନିକ ମାନର ସିନେମା ନିର୍ମାଣ କରିବାର ସୁଯୋଗ ପାଇବେ। ଏହା ସହିତ ଅନ୍ୟ ରାଜ୍ୟର ନିର୍ମାତା ଓ ପ୍ରଡକ୍ସନ୍ ହାଉସ୍‌ଗୁଡ଼ିକୁ ମଧ୍ୟ ଓଡ଼ିଶାକୁ ଆକର୍ଷିତ କରିବାର ଆଶା ରହିଛି।

ନବୀକୃତ କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ଫିଲ୍ମ ଶିଳ୍ପକୁ ନୂଆ ଦିଗ ଦେବା ସହ ସ୍ଥାନୀୟ ଟେକ୍ନିସିଆନ୍, କଳାକାର ଓ ଫିଲ୍ମ ନିର୍ମାତାଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+