ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ନିଜ ଜୀବନର ଏକ ନୂଆ ଅଧ୍ୟାୟରେ ପଦାର୍ପଣ କରିଛନ୍ତି। କିଛି ଦିନ ତଳେ ସେ ସ୍ୱାମୀ ୱିଲିୟମ୍ ଇସମାଏଲଙ୍କ ସହ ନିଜ ବିବାହର ଘୋଷଣା କରିଥିଲେ। ବିବାହକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିଥିବା ଏହି ଯୋଡ଼ି ଏବେ ଧୀରେ ଧୀରେ ସେମାନଙ୍କ ଖାସ ମୁହୂର୍ତ୍ତଗୁଡ଼ିକୁ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି।
ନିକଟରେ ଜେନିଫର ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ କାରୋସେଲ୍ ସେୟାର କରିଛନ୍ତି। ସେଥିରେ ବିବାହ ଦିନର ଅନେକ ଅନ୍ତରଙ୍ଗ ଓ ଭାବପ୍ରବଣ ମୁହୂର୍ତ୍ତ ସ୍ଥାନ ପାଇଛି। କେତେକ ଫଟୋରେ ସେ ୱିଲିୟମଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଥିବା ବେଳେ, ଅନ୍ୟ ଏକ ଫଟୋରେ ନିଜ ବିବାହ ପୋଷାକକୁ ହାତରେ ଧରିଥିବା ନଜର ଆସିଛନ୍ତି।
ଏହି ଫଟୋ ଆଲବମରେ ତାଙ୍କ ବିବାହ ପୋଷାକରେ ସୁନା ରଙ୍ଗର ସୂତାରେ ଖୋଦିତ ବିବାହ ତାରିଖ ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଜଣେ ପିତୃତୁଲ୍ୟ ବ୍ୟକ୍ତିଙ୍କ ସହ ଜେନିଫରଙ୍କ ଭାବପ୍ରବଣ ଆଲିଙ୍ଗନ ଫଟୋ ମଧ୍ୟ ପ୍ରଶଂସକଙ୍କୁ ଆବେଗପ୍ରବଣ କରିଛି।
ଶେଷରେ ନବଦମ୍ପତିଙ୍କ ରିଙ୍ଗ୍ ବଦଳ, ପରସ୍ପରକୁ ଆଲିଙ୍ଗନ, ଚୁମ୍ବନ ଏବଂ ପରସ୍ପରକୁ ମିଠା ଖୁଆଇବାର ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଏହି ଫଟୋ ଆଲବମକୁ ଆହୁରି ସ୍ମରଣୀୟ କରିଛି। ଜେନିଫର ଓ ୱିଲିୟମଙ୍କ ଏହି ସରଳ ଓ ଅନ୍ତରଙ୍ଗ ବିବାହ ପ୍ରଶଂସକଙ୍କ ହୃଦୟ ଜିତି ନେଇଛି।
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ଗାଜା ଷ୍ଟ୍ରିପରେ ଇସ୍ରାଏଲ ବ୍ୟାପକ ଭାବେ ମାଟିର କାନ୍ଥ ନିର...
ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳକୁ ନେଇ ଚୀନ୍ ଓ ଫିଲିପ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ କାନାଡିୟ...