ଜମ୍ମୁ-କାଶ୍ମୀରରେ ବର୍ଷାର ତାଣ୍ଡବ: ରାଜୌରୀ-ପୁଞ୍ଚରେ ବନ୍ୟା, ୧୧ ମୃତ; ୨୫୦ରୁ ଅଧିକ ଗାଡ଼ି ଭାସିଗଲା

ଜମ୍ମୁ-କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ମୁଷଳଧାରା ବର୍ଷା ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫୦ଟି ଗାଡ଼ି ବନ୍ୟା ପାଣିରେ ଭାସିଯାଇଛି। ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ଆହ୍ୱାନ କରିଛି।
Flash floods in Rajouri and Poonch after heavy rainfall leave several dead and hundreds of vehicles washed away.
Flash floods in Rajouri and Poonch after heavy rainfall leave several dead and hundreds of vehicles washed away.

ଜମ୍ମୁ-କାଶ୍ମୀରରେ ଲଗାତାର ମୁଷଳଧାରା ବର୍ଷା ଯୋଗୁଁ ରାଜୌରୀ, ପୁଞ୍ଚ, ଅନନ୍ତନାଗ ଓ ଉଧମପୁର ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଶେଷକରି ରାଜୌରୀ ସହରରେ ରବିବାର ଭୋରରୁ ହୋଇଥିବା ପ୍ରବଳ ବର୍ଷା ପରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ରିପୋର୍ଟ ଅନୁଯାୟୀ, ରାଜୌରୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆକସ୍ମିକ ବନ୍ୟା ଓ ଖରାପ ପାଗ ଯୋଗୁଁ ୧୦ ଜଣଙ୍କ ଜୀବନ ଯାଇଛି। ଏହାସହ ଉଭୟ ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରଶାସନ, ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନେକ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ନଦୀ, ନାଳ ଓ ସମ୍ବେଦନଶୀଳ ଅଞ୍ଚଳରୁ ଦୂରେଇ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ରାଜୌରୀରେ ବନ୍ୟା ପାଣି ଦ୍ରୁତ ଗତିରେ ବଢ଼ିବାରୁ ଦୁଇଟି ଘର ଭୁଶୁଡ଼ି ପଡ଼ିଥିବା ବେଳେ ବେଲା ବସ୍ ଷ୍ଟାଣ୍ଡର ତଳିଆ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ପ୍ରବଳ ସ୍ରୋତରେ ପ୍ରାୟ ୨୦୦ରୁ ୨୫୦ଟି ପାର୍କିଂ ଗାଡ଼ି ଭାସିଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବନ୍ୟାର ଭୟାବହ ଚିତ୍ର ଦେଖିବାକୁ ମିଳୁଛି।

ବନ୍ୟା ପାଣି ବହୁ ଆବାସିକ ଅଞ୍ଚଳରେ ପ୍ରବେଶ କରିବାରୁ ଘରର ଆସବାବପତ୍ର ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୧୯୯୨ ପରେ ଏଭଳି ଭୟଙ୍କର ବନ୍ୟା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି।

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ସେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ପ୍ରଶାସନର ପ୍ରାଥମିକତା ହେଉଛି ଲୋକଙ୍କ ଜୀବନ ରକ୍ଷା କରିବା ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇବା।

ଏପଟେ ପାଣିପାଗ ବିଭାଗ ୧୯ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଜମ୍ମୁ, କାଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବାନ ଓ କିସ୍ତୱାର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ପ୍ରମୁଖ ନଦୀ ଓ ପାହାଡ଼ିଆ ନାଳଗୁଡ଼ିକର ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+