ଜମ୍ମୁ-କଶ୍ମୀରରେ ଲଗାତାର ହେଉଥିବା ପ୍ରବଳ ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ସୋମବାର ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ଆଉ ୧୨ ଜଣଙ୍କ ପ୍ରାଣହାନି ଘଟିବା ସହ ଗତ ଦୁଇ ଦିନ ମଧ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୨ରେ ପହଞ୍ଚିଛି। ଏହାସହ ୮ ଜଣ ଏବେ ମଧ୍ୟ ନିଖୋଜ ରହିଥିବା ସୂଚନା ମିଳିଛି।
ପାଣିପାଗ ବିଭାଗ ଆଗାମୀ କିଛି ଦିନ ଆହୁରି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିବାରୁ ପ୍ରଶାସନ ସତର୍କତା ବଢ଼ାଇଛି।
ଜମ୍ମୁର ସୀମାନ୍ତ ଜିଲ୍ଲା ପୁଞ୍ଛର ଲୋରାନ-ଡୁମିଲାନ ଅଞ୍ଚଳରେ ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା କାଦୁଅ ଓ ଭୂସ୍ଖଳନ ଏକ ମାଟି ଘର ଉପରେ ମାଡ଼ି ଯିବାରୁ ଘର ଭିତରେ ଥିବା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ପୁରୁଷ ଓ ୨ ଜଣ ଶିଶୁ ରହିଛନ୍ତି।
ସେହିପରି ଜମ୍ମୁ-କିଶ୍ତୱାଡ଼ ଜାତୀୟ ରାଜପଥର ରାଗି ନାଲା ନିକଟରେ ପାହାଡ଼ରୁ ପଥର ଖସି ଏକ ଯାତ୍ରୀବାହୀ ବସ୍ ଉପରେ ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଏହାଛଡ଼ା ଡୋଡା ଜିଲ୍ଲାରେ ଘର ଭାଙ୍ଗି ପଡ଼ିବାରୁ ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ରାଜୌରୀରେ ବନ୍ୟା ଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ମେଣ୍ଢର ଅଞ୍ଚଳରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ନଦୀନାଳର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ସାଧାରଣ ଲୋକ ଓ ପର୍ଯ୍ୟଟକମାନଙ୍କୁ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ ଓ ନଦୀକୂଳକୁ ନଯିବା ପାଇଁ ପରାମର୍ଶ ଦେଇଛି।
ବର୍ତ୍ତମାନ ଏନ୍ଡିଆର୍ଏଫ୍ (NDRF), ଏସ୍ଡିଆର୍ଏଫ୍ (SDRF) ଓ ସ୍ଥାନୀୟ ପୁଲିସର ମିଳିତ ଟିମ୍ ନିଖୋଜ ଲୋକଙ୍କୁ ଖୋଜିବା ସହ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ରାଜ୍ୟର ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରି...
ଭୁବନେଶ୍ୱରକୁ ଅଧିକ ସବୁଜ, ଯାତ୍ରୀ-ଅନୁକୂଳ ଏବଂ ଆଧୁନିକ ସହ...
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେ...
ଓଡ଼ିଶାର ବିଭିନ୍ନ ମନ୍ଦିରରେ ଘଟିଥିବା କ୍ରମାଗତ ଚୋରି ଘଟଣା...
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳକୁ ନେଇ ଚୀନ୍ ଓ ଫିଲିପ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ କାନାଡିୟ...
ଗାଜା ଷ୍ଟ୍ରିପରେ ଇସ୍ରାଏଲ ବ୍ୟାପକ ଭାବେ ମାଟିର କାନ୍ଥ ନିର...