ଯାଜପୁର, ୧୬/୧୦: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଯାଜପୁର ଜିଲ୍ଲାରେ ବିସିଜେଡି ବଡ଼ ସଫଳତା ପାଇଛି। ଏବିଭିପି, ବିସିଜେଡି, ଛାତ୍ର କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ ବିସିଜେଡି ୭ଟି କଲେଜରେ ସଭାପତି ପଦ ଦଖଲ କରିଥିବା ବେଳେ ଏବିଭିପି ୩ଟି କଲେଜରେ ସଭାପତି ପଦ ହାତେଇଛି।
ଜିଲ୍ଲାର ୧୩ଟି କଲେଜରେ ନିର୍ବାଚନ ଘୋଷଣା ହେବା ପରେ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ରଣନୀତି ଓ ପ୍ରସ୍ତୁତି ଜୋରଦାର ହୋଇଥିଲା। ଏବିଭିପି ଓ ବିସିଜେଡି ମଧ୍ୟରେ ମୁଖ୍ୟ ଲଢ଼େଇ ହୋଇଥିବା ବେଳେ ଛାତ୍ର କଂଗ୍ରେସ ମଧ୍ୟ ନିଜର ପ୍ରଭାବ ବଢ଼ାଇବାକୁ ମଇଦାନକୁ ଓହ୍ଲାଇଥିଲା।
ତେବେ ପ୍ରାକ୍-ନିର୍ବାଚନୀ ହିଂସା ଯୋଗୁଁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ, ରସୁଲପୁର ବ୍ଲକ୍ର ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟ ଏବଂ ମଧୁପୁର ମହାବିଦ୍ୟାଳୟରେ ନିର୍ବାଚନ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଧର୍ମଶାଳା ମହାବିଦ୍ୟାଳୟରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ଏଠାରେ ସମସ୍ତ ପ୍ରାର୍ଥୀ ଏବିଭିପି ସମର୍ଥିତ ଥିବାରୁ ସଂଗଠନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା।
ଯାଜପୁର ସହରର ନରସିଂହ ଚୌଧୁରୀ କଲେଜରେ ସମସ୍ତ ପ୍ରମୁଖ ପଦ ବିସିଜେଡି ଦଖଲ କରିଛି। ସଭାପତି ପ୍ରାର୍ଥୀ ସଞ୍ଜମ ମହାନ୍ତି ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ସୁସ୍ମିତା ନନ୍ଦ ବିଜୟୀ ହୋଇଛନ୍ତି।
ଦଶରଥପୁର ବ୍ଲକ୍ର ସାଧୁ ଗୌରେଶ୍ୱର ମହାବିଦ୍ୟାଳୟରେ ବିସିଜେଡିର ଦେବାଶିଷ ଦାସ ସଭାପତି ଏବଂ ପ୍ରଜ୍ଞା ପରମିତା ପତି ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ବରୀ ବ୍ଲକ୍ର ଗୋପବନ୍ଧୁ ଚୌଧୁରୀ କଲେଜରେ ବିରଜା ପ୍ରସାଦ ଜେନା ସଭାପତି ଏବଂ ପ୍ରେମସାଗର ପତି ସାଧାରଣ ସମ୍ପାଦକ ହୋଇଛନ୍ତି।
ବିଞ୍ଝାରପୁର ବ୍ଲକ୍ର ବରୁଣେଶ୍ୱର ମହାବିଦ୍ୟାଳୟରେ ବିସିଜେଡିର ବିଶ୍ୱରାଜ ଧଳ ସଭାପତି ଓ ମିନର୍ଭା ପଣ୍ଡା ସାଧାରଣ ସମ୍ପାଦକ ହୋଇଛନ୍ତି। ଖରସ୍ରୋତା କଲେଜରେ ସୁହାସ ରଞ୍ଜନ ପଡ଼ିହାରୀ ସଭାପତି ଏବଂ ବାଣିଶ୍ରୀ ପୃଷ୍ଟି ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।
ଚଣ୍ଡିଖୋଲର ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ବିସିଜେଡିର ନବୀନ କୁମାର ପଣ୍ଡା ସଭାପତି ଏବଂ ଦେବସ୍ମିତା ଜେନା ସାଧାରଣ ସମ୍ପାଦକ ହୋଇଛନ୍ତି।
ଅନ୍ୟପକ୍ଷରେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ଏବିଭିପିର ବିବେକ ବିଶ୍ୱାଳ ସଭାପତି ହୋଇଥିବା ବେଳେ ସାଧାରଣ ସମ୍ପାଦକ ପଦ ବିସିଜେଡିର ଅଶ୍ୱିନୀ କୁମାର ଦାସଙ୍କ ହାତକୁ ଯାଇଛି।
ନୂଆହାଟସ୍ଥିତ ବିଷ୍ଣୁ ସାମନ୍ତରାୟ କଲେଜରେ ଏବିଭିପିର ଅଭିଜିତ ନାୟକ ସଭାପତି ଏବଂ ସୁପ୍ରଭା ସିଂ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।
ଯାଜପୁରରେ ବିସିଜେଡିର ଏହି ସଫଳତା ଛାତ୍ର ରାଜନୀତିରେ ଏବେ ଚର୍ଚ୍ଚାର ପ୍ରମୁଖ ବିଷୟ ହୋଇଛି। ନିର୍ବାଚିତ ପ୍ରାର୍ଥୀମାନଙ୍କ ଶପଥ ପାଠ ଓ ପରବର୍ତ୍ତୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଏବେ ନଜର ରହିଛି।
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ହାତ ଇସାରାକୁ ନେଇ ନୂଆ ବ...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ନୂଆଦିଲ୍ଲୀ:...
ଜନ୍ତର ମନ୍ତର ଘଟଣାରେ CJP ନେତାଙ୍କୁ ରାହୁଲଙ୍କ ସମର୍ଥନ...
ଜନ୍ତର ମନ୍ତରରେ CJPର ପ୍ରତିବାଦ, ନେତାଙ୍କୁ ହେପାଜତକୁ ନେଲ...