ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକରେ ମଙ୍ଗଳବାର ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭ୍ୟା ମମିନା ମଲ୍ଲିକଙ୍କ ମଧ୍ୟରେ ସ୍ଥାନୀୟ ସମସ୍ୟାକୁ ନେଇ ତୀବ୍ର ବଚସା ହୋଇଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଜୋନ-୬ ଜିଲ୍ଲା ପରିଷଦ ସଭ୍ୟା ମମିନା ମଲ୍ଲିକ ତାଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜନଶୁଣାଣିରେ ଯୋଗ ଦେଇଥିଲେ । ସେ ଆୟୁଷ ହସ୍ପିଟାଲ, ଅନ୍ତ୍ୟୋଦୟ ଗୃହ ଯୋଜନାର ଅନିୟମିତତା ଓ ରେଡକ୍ରସ ପାଣ୍ଠିରୁ ରୋଗୀଙ୍କୁ ସହାୟତା ଭଳି ତିନୋଟି ପ୍ରମୁଖ ପ୍ରସଙ୍ଗ ଉଠାଇଥିଲେ ।
ଏହି ସମୟରେ ଜିଲ୍ଲାପାଳ ଅଧିକ ସମସ୍ୟା କାହିଁକି ଆଣାଯାଉଛି ବୋଲି ପ୍ରଶ୍ନ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥାକାଟାକାଟି ହୋଇଥିଲା । ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଅଧିକାରୀ ଓ ସାଧାରଣ ଲୋକଙ୍କ ସାମ୍ନାରେ ଏହି ବିବାଦ ହୋଇଥିବାରୁ ଘଟଣା ଚର୍ଚ୍ଚାରେ ଆସିଛି ।
ମମିନା ମଲ୍ଲିକ କହିଛନ୍ତି ଯେ, ଜଣେ ଜନପ୍ରତିନିଧି ଭାବେ ଲୋକଙ୍କ ସମସ୍ୟା ପ୍ରଶାସନ ସମ୍ମୁଖରେ ଉଠାଇବା ତାଙ୍କର କର୍ତ୍ତବ୍ୟ । କିନ୍ତୁ ଜିଲ୍ଲାପାଳ ଅତ୍ୟନ୍ତ ବିରକ୍ତ ଭାବରେ କଥା ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, “ମୁଁ ଜନପ୍ରତିନିଧି ଭାବେ ମୋ ଅଞ୍ଚଳର ସମସ୍ୟା ନେଇ ଆସିଥିଲି । କଲେକ୍ଟର ପଚାରିଲେ ଏତେ ସମସ୍ୟା କାହିଁକି ଆଣୁଛ । ମୁଁ କହିଲି, ଲୋକଙ୍କ ସମସ୍ୟା ଉଠାଇବା ମୋର ଦାୟିତ୍ୱ ।”
ଏପର୍ଯ୍ୟନ୍ତ ଘଟଣା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ସରକାରି ପ୍ରତିକ୍ରିୟା ମିଳିନାହିଁ । ତେବେ ଏହି ଘଟଣା ପରେ ଜନଶୁଣାଣି ବ୍ୟବସ୍ଥା ଓ ପ୍ରଶାସନ-ଜନପ୍ରତିନିଧି ସମନ୍ୱୟକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହି ଜନଶୁଣାଣିରେ ମୋଟ ୧୫୧ଟି ଅଭିଯୋଗ ଦାଖଲ ହୋଇଥିବା ସୂଚନା ମିଳିଛି ।
ଇଞ୍ଜିନିୟରିଂ କ୍ଷେତ୍ରରେ IITରେ ଭର୍ତ୍ତି ହେବାକୁ ଇଚ୍ଛୁକ...
ଉତ୍ତର ପ୍ରଦେଶ ବିଧାନସଭା ପରିସରରେ ସମାଜବାଦୀ ପାର୍ଟି (SP)...
ବିହାରର ରାଜନୀତିରେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି, ଯେତେବେଳ...
ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ Pappu Yadav ପୁନର୍ବାର ବିବା...
ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ କେନ୍ଦ୍...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ନିଜର ମଲ୍ଟିଲ...
ପଶ୍ଚିମବଙ୍ଗ ଆଜି ଏକ ନୂଆ ରାଜନୈତିକ ଯୁଗରେ ପ୍ରବେଶ କରିଛି।...
ମଇ 3ରେ ଆୟୋଜିତ NEET UG 2026 ପରୀକ୍ଷାକୁ ଦେଶର ଶିକ୍ଷା ବ...
ସୋମବାର ଜାପାନର ଉତ୍ତର-ପୂର୍ବ ଉପକୂଳରେ ଭୟାବହ 7.7 ମାଗ୍ନି...