: ୟୁକ୍ରେନ ସଂଘର୍ଷ ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭାରତ ରୁଷ ସମ୍ମୁଖରେ ନିଜର ଗଭୀର ଚିନ୍ତା ପ୍ରକାଶ କରିଛି। ଫିଲିପାଇନ୍ସର ରାଜଧାନୀ ମାନିଲାରେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭଙ୍କ ସହ ବୈଠକ ସମୟରେ ବୈଦେଶିକ ମନ୍ତ୍ରୀ ଡ଼. ଏସ୍. ଜୟଶଙ୍କର ଏହି ପ୍ରସଙ୍ଗକୁ ଦୃଢ଼ ଭାବେ ଉଠାଇଥିଲେ।
ଏମ୍ଭି ଗୋଲଡେନ୍ ଲିଓ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜୟଶଙ୍କର ସ୍ପଷ୍ଟ ଭାବେ କହିଥିଲେ ଯେ, ଭାରତୀୟ ନାଗରିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ଏବଂ ୪ ଭାରତୀୟ ନାବିକଙ୍କ ମୃତ୍ୟୁ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।
ବୈଠକ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଜୟଶଙ୍କର କହିଛନ୍ତି ଯେ, ସେ ରୁଷର ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତ-ରୁଷ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି। ସେହିପରି ୟୁକ୍ରେନ ସଂଘର୍ଷ ଅଞ୍ଚଳରେ ଭାରତୀୟ ନାବିକଙ୍କ ସୁରକ୍ଷା ନେଇ ଭାରତର ଗଭୀର ଚିନ୍ତାକୁ ମଧ୍ୟ ଦୋହରାଇଛନ୍ତି।
ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ସଂଯୋଗୀକରଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏହା ସହିତ ୟୁକ୍ରେନ ସଙ୍କଟ ଓ ଉପସାଗରୀୟ ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିଲେ।
ଅନ୍ୟପଟେ, ରୁଷ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସୋସିଆଲ ମିଡିଆରେ ବୈଠକ ସମ୍ପର୍କରେ ସୂଚନା ଦେଇ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା କଥା କହିଛି।
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେ...
ବ୍ରହ୍ମପୁର ସହରରେ ପୁଣିଥରେ କୋଭିଡ୍ ସଂକ୍ରମଣ ଦେଖିବାକୁ ମି...
ବଲିଉଡ୍‌ର ‘ଶେହେନଶାହ’ ଅମିତାଭ ବଚ୍ଚନଙ...
ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ନିଜ ଜୀବନର ଏକ ନୂ...
ମାର୍ଭେଲ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଅଭିନେତ...
୨୦୨୬ର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ଅୱାରାପନ୍...
ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ କାନାଡିୟ...
ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପୌଷ୍ଟିକ ସଙ୍କଟ ଗଭୀର ହେଉଥିବା...
ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳକୁ ନେଇ ଚୀନ୍ ଓ ଫିଲିପ...
ଗାଜା ଷ୍ଟ୍ରିପରେ ଇସ୍ରାଏଲ ବ୍ୟାପକ ଭାବେ ମାଟିର କାନ୍ଥ ନିର...