ଅ-ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନକୁ ନେଇ ଇସ୍କନ୍କୁ ଘିରି ବିବାଦ ଦିନକୁ ଦିନ ବଢ଼ୁଛି। ଶାସ୍ତ୍ରୀୟ ପରମ୍ପରା ଓ ପୁରୀ ଶ୍ରୀମନ୍ଦିରର ନୀତିକୁ ଉଲ୍ଲଂଘନ କରି ବିଭିନ୍ନ ଦେଶରେ ଅ-ତିଥିରେ ରଥଯାତ୍ରା କରାଯାଉଥିବା ଅଭିଯୋଗ ଉଠିଛି।
ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଶାସ୍ତ୍ରୀୟ ବିଧି ଅନୁଯାୟୀ ରଥଯାତ୍ରା ଆୟୋଜନ କରିବା ଏବଂ ଅ-ତିଥି ରଥଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ।
ମାତ୍ର ଇସ୍କନ୍ ପକ୍ଷରୁ ଏହି ଅନୁରୋଧକୁ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ମାୟାପୁରସ୍ଥିତ ଇସ୍କନ୍ ଗଭର୍ଣ୍ଣିଂ ବଡି କମିସନ୍ (GBC) ପକ୍ଷରୁ ଗଜପତିଙ୍କ ଚିଠିର ଉତ୍ତରରେ କୁହାଯାଇଛି ଯେ, ଏହି ବିଷୟରେ ସେମାନେ ଆଉ କୌଣସି ମତାମତ ଦେବେ ନାହିଁ ଏବଂ ଏହି ଆଲୋଚନାରୁ ଦୂରେଇ ରହିବେ।
ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ, ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନେକଙ୍କ ମତରେ, ଶାସ୍ତ୍ରୀୟ ପରମ୍ପରାକୁ ସମ୍ମାନ ଦେଇ ରଥଯାତ୍ରାର ନିର୍ଦ୍ଦିଷ୍ଟ ତିଥିକୁ ଅନୁସରଣ କରିବା ଆବଶ୍ୟକ।
ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ ସତର୍କ କରିଛନ୍ତି ଯେ, ଯଦି ଇସ୍କନ୍ ନିଜ ଆଭିମୁଖ୍ୟ ପରିବର୍ତ୍ତନ ନକରେ, ତେବେ ଆଗାମୀ ଦିନରେ ଏହାକୁ ନେଇ ଜନଅସନ୍ତୋଷ ସହ ଆଇନଗତ ପଦକ୍ଷେପ ଦାବି ଆହୁରି ଜୋରଦାର ହୋଇପାରେ।
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...
ଆମେରିକାର Federal Bureau of Investigation (FBI) ମଞ୍...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...