ଯୁଦ୍ଧବିରତି ଚାଲିଥିବା ବେଳେ ପୁଣିଥରେ ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ବଢ଼ିଛି। ହର୍ମୁଜ ପ୍ରଣାଳୀକୁ କେନ୍ଦ୍ର କରି ଇରାନ ଓ ଆମେରିକା ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ରୂପ ନେଇଛି। ମେ ୭ ତାରିଖରେ ଓମାନ ଉପସାଗର ଦିଗକୁ ଯାଉଥିବା ଆମେରିକୀୟ ନୌସେନାର ୩ଟି ଯୁଦ୍ଧ ଜାହାଜକୁ ଇରାନ ପକ୍ଷରୁ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଦାବି କରିଛି ଯେ, ଇରାନର ଏହି ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି ଏବଂ କୌଣସି ଆମେରିକୀୟ ଜାହାଜର କ୍ଷତି ହୋଇନାହିଁ। ଏହା ପରେ ଆମେରିକା ଇରାନର କାଶେମ, ବନ୍ଦର ଆବାସ ଓ ମିନାବରେ ଥିବା ସାମରିକ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା।
ଆମେରିକୀୟ ସେନା ଇରାନର କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡ୍, ଡ୍ରୋନ୍ କଣ୍ଟ୍ରୋଲ ସେଣ୍ଟର ଓ ଗୁପ୍ତଚର ନିରୀକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିଥିବା ଦାବି କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ଦୁଃସାହସର ଏହା ହେଉଛି ଉଚିତ ଜବାବ।
ଅନ୍ୟପଟେ ଇରାନ ଆମେରିକା ଉପରେ ପ୍ରଥମେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି। ତେହେରାନ କହିଛି ଯେ ଆମେରିକା ସାଧାରଣ ନାଗରିକ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରିଛି। ଆକ୍ରମଣ ପରେ ଇରାନ ନିଜର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଦେଇଛି।
ଇରାନର ଇସ୍ଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପ୍ସ (IRGC) ଆମେରିକାକୁ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି। ଏହି ଘଟଣା ପରେ ହର୍ମୁଜ ପ୍ରଣାଳୀ ଅଞ୍ଚଳରେ ତୈଳ ପରିବହନ ଓ ଆନ୍ତର୍ଜାତିକ ବ୍ୟାପାର ଉପରେ ପୁଣି ଅନିଶ୍ଚିତତା ସୃଷ୍ଟି ହୋଇଛି।
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...
ବାଂଲାଦେଶର ରାଜନୀତିରେ ପୁଣି ଥରେ ବଡ଼ ହଇଚଇ ସୃଷ୍ଟି ହୋଇଛି...
ରାଜଧାନୀ ଦିଲ୍ଲୀରେ ଚାଲିଥିବା ତୀବ୍ର ପ୍ରତିବାଦ ଓ ଆନ୍ଦୋଳନ...
ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ବିରୋଧ...
ଦିଲ୍ଲୀର ଜନ୍ତର-ମନ୍ତରରେ ସମ୍ପ୍ରତି ଆୟୋଜିତ ସିଜେପିର&lsqu...
ବର୍ଷା ଋତୁ ଆସିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଭାଇରାଲ୍ ସଂ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ...