ଇଣ୍ଡିଗୋ ଯାତ୍ରା ହେଲା ମହଙ୍ଗା! ଏକ୍ସଟ୍ରା ବ୍ୟାଗେଜ୍‌ଠୁ ପ୍ରାୟୋରିଟି ସର୍ଭିସ୍‌-ବଢ଼ିଲା ଅନେକ ଚାର୍ଜ

ବିମାନ ଯାତ୍ରୀଙ୍କ ପାଇଁ ଖର୍ଚ୍ଚ ବଢ଼ିବାର ଖବର। ଇଣ୍ଡିଗୋ ଏହାର କିଛି Ancillary Services ଶୁଳ୍କରେ ବୃଦ୍ଧି କରିଛି। ଘରୋଇ ବିମାନରେ ଅତିରିକ୍ତ ବ୍ୟାଗେଜ୍‌ ଶୁଳ୍କ ପ୍ରତି କିଲୋଗ୍ରାମ୍‌ ₹୭୦୦ରୁ ₹୮୦୦କୁ ବଢ଼ିଛି।
IndiGo increases charges for extra baggage, Fast Forward and other ancillary flight services
IndiGo increases charges for extra baggage, Fast Forward and other ancillary flight services

ବିମାନ ଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ପକ୍ଷରୁ ଶୁଳ୍କ ବୃଦ୍ଧିର ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବିମାନ ସେବା କମ୍ପାନି IndiGo ଏହାର କିଛି ଅତିରିକ୍ତ ବା Ancillary Services ଚାର୍ଜରେ ପରିବର୍ତ୍ତନ କରିଛି। ଏଥିରେ ଏକ୍ସଟ୍ରା ବ୍ୟାଗେଜ୍‌, ଶିଶୁ ଟିକେଟ୍‌, Unaccompanied Minor ସେବା ଏବଂ Fast Forward ଭଳି ସୁବିଧା ସାମିଲ ରହିଛି।

ଏକ୍ସଟ୍ରା ବ୍ୟାଗେଜ୍‌ ହେଲା ମହଙ୍ଗା

ନୂଆ ଦର ଅନୁସାରେ, ଘରୋଇ ବିମାନରେ ନିର୍ଦ୍ଧାରିତ ବ୍ୟାଗେଜ୍‌ ସୀମାଠାରୁ ଅଧିକ ସାମଗ୍ରୀ ନେଲେ ଏବେ ପ୍ରତି କିଲୋଗ୍ରାମ୍‌ ₹୮୦୦ ଦେବାକୁ ପଡ଼ିବ। ପୂର୍ବରୁ ଏହି ଶୁଳ୍କ ₹୭୦୦ ଥିଲା। ଅର୍ଥାତ୍‌ ପ୍ରତି କିଲୋଗ୍ରାମ୍‌ରେ ₹୧୦୦ ବୃଦ୍ଧି ହୋଇଛି।

ଶିଶୁ ଟିକେଟ୍‌ ଚାର୍ଜ ବଢ଼ିଲା

୩ ଦିନରୁ ୨ ବର୍ଷ ବୟସର ଶିଶୁଙ୍କ ପାଇଁ ଟିକେଟ୍‌ ଶୁଳ୍କ ₹୨,୦୦୦ରୁ ₹୩,୦୦୦କୁ ବୃଦ୍ଧି କରାଯାଇଛି।

ସେହିପରି ୫ରୁ ୧୨ ବର୍ଷ ବୟସର ଶିଶୁ ଯଦି କୌଣସି ବୟସ୍କଙ୍କ ବିନା ଯାତ୍ରା କରନ୍ତି, ତେବେ Unaccompanied Minor ସେବା ନେବାକୁ ପଡ଼ିଥାଏ। ଏହି ସେବାର ଘରୋଇ ବିମାନ ଚାର୍ଜ ₹୫,୦୦୦ରୁ ବଢ଼ି ₹୫,୯୯୯ ହୋଇଛି। ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଏହି ଶୁଳ୍କ ₹୧୨,୯୯୯ ରହିଛି।

Fast Forward ସେବା ମଧ୍ୟ ମହଙ୍ଗା

ଇଣ୍ଡିଗୋର Fast Forward ସେବା ମଧ୍ୟ ମହଙ୍ଗା ହୋଇଛି। ଘରୋଇ ବିମାନରେ ଏହି ସେବା ପାଇଁ ଶୁଳ୍କ ₹୫୦୦ରୁ ବଢ଼ି ₹୬୫୦ ହୋଇଛି। ଅନ୍ତର୍ଜାତୀୟ ଉଡ଼ାଣରେ ପ୍ରତି ସେକ୍ଟର ପାଇଁ ଏହାର ଶୁଳ୍କ ₹୮୫୦ ରହିଛି।

ଇଣ୍ଡିଗୋ ପକ୍ଷରୁ ଏହି Ancillary Services ଶୁଳ୍କରେ ପରିବର୍ତ୍ତନକୁ ନିୟମିତ ବ୍ୟବସାୟିକ ପ୍ରକ୍ରିୟାର ଅଂଶ ବୋଲି ଦର୍ଶାଯାଇଛି। ଫଳରେ ଏକ୍ସଟ୍ରା ବ୍ୟାଗେଜ୍‌ କିମ୍ବା ଏହି ଅତିରିକ୍ତ ସେବାଗୁଡ଼ିକ ନେଉଥିବା ଯାତ୍ରୀଙ୍କ ମୋଟ ଯାତ୍ରା ଖର୍ଚ୍ଚ ବଢ଼ିପାରେ।

LIVE TV
LIVE
Latest News
‘ନାଚିବାକୁ ନେଇ ମୋତେ ଲଜ୍ଜା ନାହିଁ’: ସୀତା ଭୂମିକାକୁ ନେଇ ଟ୍ରୋଲିଂର ଜବାବ ଦେଲେ ‘କଚ୍ଚା ବାଦାମ’ ଅଞ୍ଜଳି ଆରୋରା

‘ନାଚିବାକୁ ନେଇ ମୋତେ ଲଜ୍ଜା ନାହିଁ’: ସୀତା...

‘କଚ୍ଚା ବାଦାମ’ ରିଲ୍‌ ଜରିଆରେ ଲୋକପ୍ର...

ଇଟାନଗରରେ ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ଡୋମିନିକ୍ ସାଙ୍ଗମାଙ୍କୁ ଆକ୍ରମଣ

ଇଟାନଗରରେ ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ...

ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ତଥା **Fil...

‘Hanuman Ansh’ର ବକ୍ସ ଅଫିସ୍‌ ଧମାକା: ୬ଷ୍ଠ ସପ୍ତାହରେ ୮୦ କୋଟି, ୩୧୦ କୋଟି ଛୁଇଁବାକୁ ନିକଟରେ ଫିଲ୍ମ

‘Hanuman Ansh’ର ବକ୍ସ ଅଫିସ୍‌ ଧମାକା: ୬ଷ୍ଠ...

‘Hanuman Ansh’ବକ୍ସ ଅଫିସ୍ରେ ଲଗାତାର ଚମକ...

ଆଫଗାନିସ୍ତାନକୁ ୧୨୭ ରନ୍‌ରେ ହରାଇଲା ଭାରତ, ୩-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌! ଅଭିଷେକଙ୍କ ରେକର୍ଡ ଶତକ

ଆଫଗାନିସ୍ତାନକୁ ୧୨୭ ରନ୍‌ରେ ହରାଇଲା ଭାରତ, ୩-୦ରେ...

ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ରେ ଭାରତ ଦ...

‘୧୭ରୁ ୟୁରୋପ୍‌’! ରିଅଲ୍ ସୋସିଏଦାଦ୍‌କୁ ହରାଇ ଐତିହାସିକ ୟୁରୋପିଆନ୍‌ ଅଭିଯାନ ଆରମ୍ଭ କଲା ବୋର୍ନମାଉଥ୍

‘୧୭ରୁ ୟୁରୋପ୍‌’! ରିଅଲ୍ ସୋସିଏଦାଦ୍‌କୁ ହରାଇ ଐତିହାସିକ...

‘From -17 to Europe’—ଆନୋଏଟା ଷ୍ଟା...

‘Monster: The Lizzie Borden Story’ Review: Lizzie ଭୂମିକାରେ Ella Beattyଙ୍କ ଭୟଙ୍କର ଅଭିନୟ, ଆଜି ବି ରହସ୍ୟ ଘେରରେ ହତ୍ୟାକାଣ୍ଡ

‘Monster: The Lizzie Borden Story’ Review:...

ପ୍ରାୟ ଏକ ଶତାବ୍ଦୀ ଧରିLizzie Bordenଙ୍କ ନାମ ସହ ଜଡ଼ିତ...

୩୦ ବଲ୍‌ରେ ଶତକ! ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା

୩୦ ବଲ୍‌ରେ ଶତକ! ରୋହିତ ଶର୍ମାଙ୍କ ରେକର୍ଡ...

ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍...

ଟି-୨୦ କ୍ରିକେଟ୍‌ରେ ସଞ୍ଜୁ ସାମସନ୍‌ଙ୍କ ବଡ଼ ରେକର୍ଡ, ପୂରଣ କଲେ ୯,୦୦୦ ରନ୍!

ଟି-୨୦ କ୍ରିକେଟ୍‌ରେ ସଞ୍ଜୁ ସାମସନ୍‌ଙ୍କ ବଡ଼ ରେକର୍ଡ,...

ଭାରତୀୟ ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନ୍‌ ଟି-୨୦ କ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+