ସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ନିଜର ଅଭିଯାନକୁ ବଡ଼ ବିଜୟ ସହ ଆରମ୍ଭ କରିଛି। ପୁଲ୍-ବି’ର ପ୍ରଥମ ମ୍ୟାଚ୍ରେ ଭାରତ ଉଜ୍ବେକିସ୍ତାନକୁ ୧୯-୦ ଗୋଲ୍ରେ ପରାସ୍ତ କରିଛି।
ଏହି ମ୍ୟାଚ୍ରେ ଦୀପିକା କୁମାରୀ ସବୁଠାରୁ ଅଧିକ ପ୍ରଭାବ ପକାଇଥିଲେ। ସେ ଏକାକୀ ୮ଟି ଗୋଲ୍ ସ୍କୋର କରିଛନ୍ତି। ଅନ୍ୟପଟେ ଈଶିକା ହ୍ୟାଟ୍ରିକ୍ ହାସଲ କରିଥିଲେ। ନବନୀତ କୌର ଓ ଲାଲଥାନ୍ତଲୁଆଙ୍ଗି ୨ଟି ଲେଖାଏଁ ଗୋଲ୍ କରିଥିଲେ। ଲାଲରେମସିଆମି, ବଲ୍ଜିତ କୌର, ନେହା ଓ ସାକ୍ଷୀ ରାଣା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।
ମ୍ୟାଚ୍ର ଷଷ୍ଠ ମିନିଟ୍ରେ ଲାଲରେମସିଆମି ଫିଲ୍ଡ ଗୋଲ୍ କରି ଭାରତର ଖାତା ଖୋଲିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୪-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆଉ ୪ଟି ଗୋଲ୍ କରି ଭାରତ ହାଫ୍ଟାଇମ୍ ସୁଦ୍ଧା ୮-୦ରେ ଆଗରେ ଥିଲା।
ତୃତୀୟ କ୍ୱାର୍ଟରରେ ଭାରତୀୟ ଦଳ ଆହୁରି ଆକ୍ରମଣାତ୍ମକ ହୋଇଥିଲା। ଏହି କ୍ୱାର୍ଟରରେ ଭାରତ ୮ଟି ଗୋଲ୍ କରି ସ୍କୋରକୁ ୧୬-୦ରେ ପହଞ୍ଚାଇଥିଲା। ଶେଷ କ୍ୱାର୍ଟରରେ ଆଉ ୩ଟି ଗୋଲ୍ ହୋଇଥିବାରୁ ଭାରତ ୧୯-୦ର ବଡ଼ ବିଜୟ ହାସଲ କରିଥିଲା।
କନକ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଏହି ବିଜୟ ଏସୀୟ କ୍ରୀଡ଼ାରେ ଭାରତର ସର୍ବବୃହତ୍ ବ୍ୟବଧାନର ବିଜୟ ନିକଟରେ ରହିଛି।
ଓଡ଼ିଶାର ପାଣିପାଗକୁ ନେଇ ପୁଣି ବଢ଼ିଛି ଚିନ୍ତା। ଉତ୍ତର ଆଣ...
ଭାରତର ୧୪୦ କୋଟିରୁ ଅଧିକ ଲୋକଙ୍କୁ ହେଲ୍ଥକେୟାର ଯୋଗାଇବାରେ...
ଭାରତରେBreast Cancer ବା ସ୍ତନ କର୍କଟଏକ ଗୁରୁତର ସ୍ୱାସ୍ଥ...
ଆଣ୍ଡାମାନ ସାଗରରେ ନୂଆ ପାଣିପାଗ ପ୍ରଣାଳୀ ଗଠନକୁ ନେଇ ଓଡ଼ି...
ଡେଙ୍ଗୁ ବିରୋଧରେ ଭାରତର ଟିକାକରଣ ପ୍ରୟାସରେ ଏକ ନୂଆ ଅଧ୍ୟା...
ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗକୁ ନେଇ ପୁଣି ବଢ଼ିଛି...
ଭାରତ ଏଥର ଦୀର୍ଘ ସମୟ ପରେ ଏକ ଦୁର୍ବଳ ମୌସୁମୀ ଋତୁର ସାମ୍ନ...
ଭାରତର ଖାଦ୍ୟ ନିୟାମକFood Safety and Standards Author...