Indian Railways ଚଳିତ 2025-26 ଆର୍ଥିକ ବର୍ଷରେ 43,230 ଜଣଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଛି। ଏହାରେ ଟେକ୍ନିସିଆନ୍, ଜୁନିୟର ଇଞ୍ଜିନିୟର, ପାରାମେଡିକାଲ୍ ସ୍ଟାଫ୍, Railway Protection Force (RPF) ର ସବ୍-ଇନସ୍ପେକ୍ଟର ଓ କନଷ୍ଟେବଲ୍, ସହିତ Assistant Loco Pilot (ALP) ମାନେ ଅନ୍ତର୍ଭୁକ୍ତ।
ରେଲୱେ କହିଛି ଯେ ଓପରେସନ୍, ଟେକ୍ନୋଲୋଜିକାଲ୍ ପରିବର୍ତ୍ତନ, ମେକାନାଇଜେସନ୍ ଓ ରିଟାୟରମେଣ୍ଟକୁ ଧ୍ୟାନରେ ରଖି ଏହି ନିଯୁକ୍ତି ଅଭିଯାନ ଚାଲିଛି।
ALP ନିଯୁକ୍ତି ଅପଡେଟ୍:
ଏହା ଛଡ଼ା, 2024-2026 ମଧ୍ୟରେ ମୋଟ 1,54,213 ନନ୍-ଗଜେଟେଡ୍ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି।
2024ରେ ମାତ୍ର 92,116 ପଦ ପାଇଁ 10ଟି Centralized Employment Notification (CEN) ଜାରି କରାଯାଇଥିଲା ଓ ସେଗୁଡ଼ିକର CBT ପରୀକ୍ଷା ସମ୍ପନ୍ନ ହୋଇଛି।
ରେଲୱେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରକାଶ୍ୟ ଓ ପାରଦର୍ଶୀ ଭାବେ କରାଯାଉଛି, ଯେଉଁଠାରେ ପେପର ଲିକ୍ ବା ଅନ୍ୟ କୌଣସି ଅନିୟମିତତା ରିପୋର୍ଟ ହୋଇନାହିଁ।
ସିଷ୍ଟମକୁ ଆରୋ ଭଲ କରିବା ପାଇଁ 2024 ଠାରୁ ଏକ Annual Recruitment Calendar ଆରମ୍ଭ କରାଯାଇଛି, ଯାହା ଦ୍ୱାରା ପ୍ରତିବର୍ଷ ନୂତନ ଅଭ୍ୟର୍ଥୀମାନେ ସୁଯୋଗ ପାଇପାରିବେ ଓ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ହେବ।
ଏହା ସହିତ, ଲୋକୋ ପାଇଲଟମାନଙ୍କ ସୁବିଧା ପାଇଁ 2,800 ରୁ ଅଧିକ ଲୋକୋମୋଟିଭ୍ରେ waterless urinal ବ୍ୟବସ୍ଥା ମଧ୍ୟ କରାଯାଇଛି।
ଭୁବନେଶ୍ୱର: ଜମିଜମା ସମ୍ପର୍କିତ ଠକେଇ ଓ ରାଜସ୍ୱ ରେକର୍ଡରେ...
ମହାରାଷ୍ଟ୍ରରେଗର୍ବା ଓ ଡାଣ୍ଡିଆ କାର୍ଯ୍ୟକ୍ରମରେ ମୁସଲିମ୍ମ...
ପଞ୍ଜାବରସାଙ୍ଗରୁର ଗୁଲଜାର ସିଂହ ଆତ୍ମହତ୍ୟା ମାମଲାରେ ନୂଆ...
ସମ୍ବଲପୁର:ଓଡ଼ିଆ ଭାଷା ଓ ‘ବନ୍ଦେ ଉତ୍କଳ’କୁ...
କେନ୍ଦୁଝର:କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଘଟ...
କଟକ:ବହୁ ପ୍ରତୀକ୍ଷିତ ମହାନଦୀ ରିଭର୍ ଫ୍ରଣ୍ଟ ପ୍ରକଳ୍ପକୁ ନ...
ତେଲେଙ୍ଗାନାରେBRS ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦଆହୁ...
ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ସିଆଳି ବେଳାଭୂମି ଅଞ୍ଚଳର...