ଜାତିସଂଘ ମଞ୍ଚରେ ପାକିସ୍ତାନ ପୁଣିଥରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ତାହାର କଡ଼ା ପ୍ରତିକ୍ରିୟା ଦେଇଛି। ‘ରାଇଟ୍ ଟୁ ରିପ୍ଲାଏ’ର ବ୍ୟବହାର କରି ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି।
ଅନୁପମା ସିଂହ କହିଛନ୍ତି ଯେ, ଜମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା, ଅଛି ଏବଂ ସର୍ବଦା ରହିବ। ଆନ୍ତର୍ଜାତିକ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, କିନ୍ତୁ ବିଶ୍ୱ ସମୁଦାୟ ପାକିସ୍ତାନର ପ୍ରକୃତ ଚରିତ୍ର ସମ୍ପର୍କରେ ଅବଗତ ଅଛନ୍ତି।
ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ର ପରିସ୍ଥିତିକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛି। ଅନୁପମା ସିଂହ କହିଛନ୍ତି ଯେ ରାୱାଲକୋଟ ସମେତ ଅନେକ ସ୍ଥାନରେ ଲୋକମାନେ ମୌଳିକ ଅଧିକାର, ଖାଦ୍ୟ, ବିଦ୍ୟୁତ ଓ ଉନ୍ନତ ଜୀବନମାନ ଦାବି କରି ରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ସେମାନଙ୍କ ଦାବି ପୂରଣ ପରିବର୍ତ୍ତେ ଦମନମୂଳକ ପଦକ୍ଷେପ ନିଆଯାଉଛି।
ସେ ଅଭିଯୋଗ କରିଛନ୍ତି ଯେ PoKରେ ଜମି ଅଧିଗ୍ରହଣ, ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ସ୍ଥାନୀୟ ଲୋକଙ୍କ ଅଧିକାର ହରଣ ଭଳି କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଆସୁଛି। ଏହି କାରଣରୁ ସେଠାରେ ଅସନ୍ତୋଷ ବଢ଼ୁଛି ଏବଂ ଲୋକମାନେ ପ୍ରତିବାଦ କରୁଛନ୍ତି।
ଆତଙ୍କବାଦ ପ୍ରସଙ୍ଗରେ ଭାରତ ପାକିସ୍ତାନକୁ ଘେରି କହିଛି ଯେ ଦେଶଟି ଦୀର୍ଘ ସମୟ ଧରି ଆତଙ୍କବାଦୀ ଗୋଷ୍ଠୀମାନଙ୍କୁ ଆଶ୍ରୟ, ପ୍ରଶିକ୍ଷଣ ଓ ସମର୍ଥନ ଦେଇଆସୁଛି। ଅନୁପମା ସିଂହ କହିଛନ୍ତି ଯେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶ ଆତଙ୍କବାଦୀଙ୍କୁ ସମର୍ଥନ ଦେଇଥିଲା।
ଏହି ପ୍ରସଙ୍ଗରେ ସେ ପାକିସ୍ତାନକୁ‘ଫ୍ରାଙ୍କଷ୍ଟିନ୍ ଷ୍ଟେଟ୍’ବୋଲି କହିଛନ୍ତି। ତାଙ୍କ ମତରେ, ପାକିସ୍ତାନ ନିଜ ସ୍ୱାର୍ଥ ପାଇଁ ଯେଉଁ ଆତଙ୍କବାଦୀ ନେଟୱାର୍କ ସୃଷ୍ଟି କରିଥିଲା, ଆଜି ସେହି ଶକ୍ତି ତାହାର ନିଜ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି।
ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ମଧ୍ୟ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଭାରତ କହିଛି ଯେ ୧୯୬୦ ମସିହାରେ ସ୍ୱାକ୍ଷରିତ ଏହି ଚୁକ୍ତିକୁ ବର୍ତ୍ତମାନର ଭୌଗୋଳିକ, ପ୍ରଯୁକ୍ତିଗତ, ଜନସଂଖ୍ୟା ଓ ସୁରକ୍ଷା ପରିସ୍ଥିତିରୁ ଅଲଗା କରି ଦେଖାଯାଇପାରିବ ନାହିଁ। ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ଏପରି ବ୍ୟବସ୍ଥାଗୁଡ଼ିକର ସମୀକ୍ଷା ଆବଶ୍ୟକ ବୋଲି ଭାରତ ମତ ରଖିଛି।
ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କ ଉପରେ...
ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଓ ଆମେର...
ଦକ୍ଷିଣ ଲେବାନନ୍ ଉପରେ ଗୁରୁବାର ରାତିରୁ ଶୁକ୍ରବାର ପର୍ଯ୍ୟ...
ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ...
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ...
ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଗୁରୁବାର ଘୋଷଣା...
ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁର...
ମୟୂରଭଞ୍ଜ ଜିଲ୍ଲା ପାଇଁ ଆସନ୍ତା ଜୁନ୍ ୨୦ ତାରିଖ ଏକ ଐତିହା...
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସ୍ୱିଜରଲ୍ୟାଣ୍ଡ...
ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଆର୍ଥିକ, ପ୍ରଯୁକ୍ତିଗତ ଏବଂ...
ଭାରତରେ ମାନସିକ ସ୍ୱାସ୍ଥ୍ୟ ଏବେ ଏକ ଗୁରୁତର ସାମାଜିକ ଏବଂ...
ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍...