ହର୍ମୁଜ୍ ପ୍ରଣାଳୀରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଏକ ତେଲ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିବା ପରେ ଭାରତ ସରକାର କଠୋର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ଦିଲ୍ଲୀସ୍ଥିତ ଇରାନୀ ଦୂତାବାସକୁ ସମନ ଜାରି କରି ସ୍ପଷ୍ଟୀକରଣ ମାଗିଛି ଭାରତ।
ସୂଚନା ଅନୁସାରେ, ଭାରତର ସମନ ପରେ ଇରାନର ଡେପୁଟି ଚିଫ୍ ଅଫ୍ ମିଶନ (DCM) ମହମ୍ମଦ ଜାଭାଦ ହୋସେନିଙ୍କ ସମେତ ବରିଷ୍ଠ ଇରାନୀ କୂଟନୀତିଜ୍ଞମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ଅଧିକାରୀମାନେ ସାମୁଦ୍ରିକ ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଗଭୀର ଚିନ୍ତା ପ୍ରକାଶ କରିଥିଲେ।
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅତ୍ୟନ୍ତ ବ୍ୟସ୍ତ ସାମୁଦ୍ରିକ ବାଣିଜ୍ୟ ପଥ ମଧ୍ୟରୁ ଅନ୍ୟତମ। ଏହି ଅଞ୍ଚଳରେ ହଜାର ହଜାର ଭାରତୀୟ ନାବିକ ଏବଂ ସମୁଦ୍ର କର୍ମଚାରୀ ବିଭିନ୍ନ ବାଣିଜ୍ୟିକ ଜାହାଜରେ କାର୍ଯ୍ୟରତ ଅଛନ୍ତି। ତେଣୁ ଏହି ଘଟଣା ଭାରତ ସରକାରଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।
ଏହି ଘଟଣା ନେଇ ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ମଧ୍ୟ ପ୍ରତିକ୍ରିୟା ଦେଇଛି। ଆଇଆରଜିସି ଦାବି କରିଛି ଯେ, ସମ୍ପୃକ୍ତ ଜାହାଜଗୁଡ଼ିକୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେଗୁଡ଼ିକ ତାହାକୁ ଅଣଦେଖା କରିଥିଲେ।
ଇରାନ ପକ୍ଷରୁ କୁହାଯାଇଛି ଯେ, ଜାହାଜଗୁଡ଼ିକ ନାଭିଗେସନ୍ ସିଷ୍ଟମ୍ ବନ୍ଦ କରି ଇରାନୀ ସୁରକ୍ଷା ବଳର ନିର୍ଦ୍ଦେଶକୁ ଅମାନ୍ୟ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବାରୁ ଭାରତ ସରକାର ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଓ ଦାୟିତ୍ୱ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି।
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ସାମୁଦ୍ରିକ ସୁରକ୍ଷା ଓ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଛି।
ରାଜ୍ୟରେକେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାବ୍ୟବସ୍ଥାକ...
୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦ...
ଓଡ଼ିଶା ସରକାର ମଙ୍ଗଳବାର କେଜିରୁ ପିଜି (KG to PG) ପର୍ଯ୍...
SCERT ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଗୁର...
ଭଦ୍ରକ ଜିଲ୍ଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେଙ୍କ ଜୀବ...
ଭୁବନେଶ୍ୱରର ଶାସ୍ତ୍ରୀ ନଗରରେ ଘଟିଥିବା ଭୟାବହ ସଡ଼କ ଦୁର୍ଘ...
ପୁରୀ ରଥଯାତ୍ରା କେବଳ ରଥ, ପରମ୍ପରା ଓ ଧାର୍ମିକ ଆୟୋଜନ ନୁହ...