ଲଦାଖରେ ଜଳ ସଙ୍କଟ ଦୂର କରିବା ଏବଂ ସୀମାନ୍ତ ଅଞ୍ଚଳରେ ସିନ୍ଧୁ ନଦୀର ଜଳର ବ୍ୟବହାର ବଢ଼ାଇବା ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଲେହର ଉପଶୀରେ ସିନ୍ଧୁ ନଦୀ ଉପରେ ଭାରତର ପ୍ରଥମ ରକ୍ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି।
ପ୍ରାକୃତିକ ବଡ଼ ପଥର ବ୍ୟବହାର କରି ଏହି ଡ୍ୟାମ୍ ନିର୍ମାଣ କରାଯାଇଛି। ଏଥିରେ ସିମେଣ୍ଟ ବ୍ୟବହାର ହୋଇନାହିଁ। ଡ୍ୟାମ୍ ନିର୍ମାଣ ପରେ ସିନ୍ଧୁ ନଦୀର ଜଳସ୍ତର ପ୍ରାୟ ୧୦ ଫୁଟ୍ ବଢ଼ିଛି। ଫଳରେ ବସନ୍ତ ଋତୁରେ ଜଳ ଅଭାବ ଯୋଗୁଁ ଚାଷ କରିବାରେ ସମସ୍ୟା ଭୋଗୁଥିବା ଚାଷୀମାନେ ଉପକୃତ ହେବେ।
ସିନ୍ଧୁ ନଦୀ ଗଭୀର ଘାଟି ଦେଇ ପ୍ରବାହିତ ହେଉଥିବାରୁ ଜଳସ୍ତର କମ୍ ରହିବା ସମୟରେ ପମ୍ପ ମାଧ୍ୟମରେ ପାଣି ଉଠାଇବା କଷ୍ଟକର ହେଉଥିଲା। ଏହା ଯୋଗୁଁ ଅନେକ ଚାଷଜମି ଶୁଖିଲା ପଡ଼ି ରହୁଥିଲା। ନୂଆ ଡ୍ୟାମ୍ ପ୍ରାୟ୪ କୋଟି ଲିଟର ପାଣିସଂରକ୍ଷଣ କରିପାରିବ ଏବଂ ଇଗୁ ପେହ୍ ଜଳସେଚନ କେନାଲ ମାଧ୍ୟମରେ ଶୁଖିଲା ଗାଁଗୁଡ଼ିକର ଚାଷଜମିକୁ ପାଣି ଯୋଗାଇବ।
ଏହି ପ୍ରକଳ୍ପକୁ ଜଳସେଚନ ସହ ରଣନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ସିନ୍ଧୁ ଜଳ ଚୁକ୍ତିକୁ ଭାରତ ସ୍ଥଗିତ ରଖିଥିବା ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳରେ ନଦୀଜଳର ବ୍ୟବହାର ପାଇଁ ଭାରତ ଭିତ୍ତିଭୂମି ବିକାଶ କରୁଥିବାର ବାର୍ତ୍ତା ଏହି ପ୍ରକଳ୍ପ ଦେଉଛି।
ଲଦାଖ ପ୍ରଶାସନ ସିନ୍ଧୁ ନଦୀ ଉପରେ ଆହୁରି ଅନେକ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ କାମ କରୁଛି। ଏଥିସହ ଲଦାଖରେ ମୋଟ୩୬ଟି ଚେକ୍ ଡ୍ୟାମ୍ନିର୍ମାଣ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି।
ଏହି ପ୍ରସ୍ତାବରେ ଲେହ ଅଞ୍ଚଳରେ ୭ଟି ହିମାଳୟନ୍ ରକ୍ ଚେକ୍ ଡ୍ୟାମ୍ ଏବଂ କାର୍ଗିଲରେ ୨୯ଟି RCC ଚେକ୍ ଡ୍ୟାମ୍ କିମ୍ବା ୱିଅର୍ ନିର୍ମାଣ ସାମିଲ ରହିଛି। ଏହି ସମସ୍ତ ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ୫୬ କୋଟି ଟଙ୍କାରୁ ଅଧିକବୋଲି ଜଣାପଡ଼ିଛି।
ଓଡ଼ିଶାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସଡ଼କ ସୁରକ୍ଷା ସମ...
ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ଶୁକ୍ରବାର ପୋଲିସର ବଡ଼ ଚଢ଼...
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ନୂଆବାଲାଧିଆ ଛକରେ...
ଯାଜପୁର ଜିଲ୍ଲା SP ଅଫିସ ପରିସରରେ ଥିବା ଏକ ପୋଖରୀରେ ବୁଡ଼...