West Asia ରେ ଚାଲିଥିବା US-Iran-Israel ଯୁଦ୍ଧର ପ୍ରଭାବ ଏବେ ଭାରତର କୃଷି କ୍ଷେତ୍ରରେ ପ୍ରକାଶ ପାଇଛି । ଆସନ୍ତା Kharif season ପୂର୍ବରୁ fertilizer ଓ pesticide ଅଭାବ ନେଇ କୃଷକମାନଙ୍କ ମଧ୍ୟରେ ଚିନ୍ତା ବଢ଼ୁଛି ।
Crude oil ମୂଲ୍ୟ ବୃଦ୍ଧି ଓ supply chain ବିଘ୍ନିତ ହେବାରୁ କୃଷି ଉପକରଣ ଓ ସାମଗ୍ରୀର ମୂଲ୍ୟ ବହୁତ ବଢ଼ିଛି ।
• Urea ର black market: ସରକାରୀ ଦର ପ୍ରାୟ ₹280 ଥିବା ସତ୍ତ୍ୱେ ବଜାରରେ ଅଭାବ ହେତୁ ₹1100-₹1200 ପର୍ଯ୍ୟନ୍ତ ବିକ୍ରି ହେଉଛି• DAP ମୂଲ୍ୟ ବୃଦ୍ଧି: ₹1300 ଠାରୁ ₹2100-₹2200 ପର୍ଯ୍ୟନ୍ତ ବଢ଼ିଛି• Pesticide ମୂଲ୍ୟ: ପ୍ରାୟ 25% ବୃଦ୍ଧି• ଚାଷ ଖର୍ଚ୍ଚ: ପ୍ରତି ଏକର ₹3500 ଠାରୁ ₹5000-₹6000 ପର୍ଯ୍ୟନ୍ତ ବଢ଼ିଛି
ଭାରତ ଚୀନ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ fertilizer consumer ଓ ପ୍ରାୟ 20-30% urea ଏବଂ 50% LNG Gulf region ଠାରୁ import କରେ ।
Hormuz Strait ମାଧ୍ୟମରେ ବ୍ୟବସାୟ ବିଘ୍ନିତ ହେବାରୁ supply chain ଉପରେ ପ୍ରଭାବ ପଡ଼ିଛି । ଏହା ସହିତ China fertilizer export ଉପରେ ban ଲଗାଇଥିବାରୁ alternative supply ମଧ୍ୟ କମିଯାଇଛି ।
ଏହା ସହ packaging ଖର୍ଚ୍ଚ ମଧ୍ୟ ବଢ଼ିଛି:• Plastic packaging: 70%-80% ବୃଦ୍ଧି• Paper packaging: 15%-20% ବୃଦ୍ଧି
ସମ୍ଭାବ୍ୟ ସଙ୍କଟକୁ ରୋକିବା ପାଇଁ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇଛନ୍ତି:
• 2.5 million tonne urea import: Indian Potash Limited (IPL) tender ଜାରି କରିଛି• Buffer stock: ଆବଶ୍ୟକତା 390.54 LMT ବିପରୀତ 180 LMT stock ଉପଲବ୍ଧ• Pesticide: ପର୍ଯ୍ୟାପ୍ତ stock ରହିଛି• Black marketing ରୋକିବାକୁ monitoring committee ଗଠନ
ବିଶେଷଜ୍ଞମାନେ କହୁଛନ୍ତି ଯେ ବର୍ତ୍ତମାନ company ମାନଙ୍କ ପାଖରେ କେବଳ 30-45 ଦିନର stock ଅଛି । ଯଦି ଯୁଦ୍ଧ ଲମ୍ବା ସମୟ ଚାଲିଥାଏ, ତେବେ କୃଷି ଖର୍ଚ୍ଚ ଆହୁରି ବଢ଼ିବ ଓ ଏହାର ପ୍ରଭାବ ଖାଦ୍ୟ ମୂଲ୍ୟ ବୃଦ୍ଧି ଉପରେ ପଡ଼ିବ ।
ବିଶେଷଜ୍ଞମାନେ fertilizer subsidy policy ରେ ପରିବର୍ତ୍ତନ, bio-fertilizer ବ୍ୟବହାର ବୃଦ୍ଧି ଓ domestic production ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅକଲାଣ୍ଡର ଇଡେନ୍ ପାର୍କରେ ଖ...
ହଂକଂ ସିକ୍ସେସ୍ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ...
ୱାର୍ସା/ନୂଆଦିଲ୍ଲୀ: ଚୀନ୍ ସହ ସମ୍ପର୍କରେ ଫାଟ ସୃଷ୍ଟି ହେଉ...
ଭିଡ଼ ଥିବା ବଜାରକୁ ଟାର୍ଗେଟ୍‌ ସୁଡାନ୍‌ର ଦ...
ବଙ୍ଗୋପସାଗରରେ ଆଉ ଏକ ଅବପାତ ସମ୍ଭାବନା, ନଭେମ୍ବର ୧ରୁ ଓଡ଼...
୧୨୦ ଆସନ ବିଶିଷ୍ଟ ସଂସଦରେ ମ୍ୟାଜିକ୍ ନମ୍ବର ୬୧ ଇସ୍ରାଏ...
ଭାରତୀୟ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ଅଲ୍&zw...