ନୂଆଦିଲ୍ଲୀ:ଏଣିକି ପିଲାମାନେ କେବଳ ବହିରୁ ନୁହେଁ, ନିଜ ଚାରିପାଖର ପରିବେଶରୁ ମଧ୍ୟ କୃଷି ଓ ପ୍ରକୃତି ବିଷୟରେ ଶିଖିପାରିବେ। ଏଥିପାଇଁ IIT Roparର Centre of Excellence for AI in Digital AgricultureANNAM.AIପକ୍ଷରୁ‘AVNI – Grow with Nature’ନାମରେ ଏକ ନୂଆ ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ କରାଯାଇଛି।
AVNI ଏକweb ଓ mobile application, ଯେଉଁଥିରେ Artificial Intelligenceର ବ୍ୟବହାର କରାଯାଇଛି। ପିଲାମାନେ ନିଜ ଚାରିପାଖରେ ଦେଖୁଥିବା ଗଛ, ଫସଲ, ଫଳ, ପନିପରିବା, ମସଲା, ଶସ୍ୟ ଓ ମିଲେଟ୍ ବିଷୟରେ ଜାଣିପାରିବେ।
ଅର୍ଥାତ୍ ଘରେ ଥିବା ଏକ ଫଳ, ସ୍କୁଲ୍ ବଗିଚାରେ ଥିବା ଗଛ କିମ୍ବା ନିକଟସ୍ଥ କ୍ଷେତରେ ଥିବା ଫସଲ ହିଁ ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ ହୋଇପାରିବ।
AVNIରେ କେବଳ ଗଛ ଚିହ୍ନିବା ସୁବିଧା ନୁହେଁ, ପିଲାମାନଙ୍କୁ ଲଗାତାର ଶିଖିବା ପାଇଁ ବିଭିନ୍ନ ଫିଚର୍ ମଧ୍ୟ ରହିଛି।
ଏଥିରେ—
AI-powered plant/crop identification
Daily Challenges
Nature Points
Digital Nature Book
Nature Gallery
Crop Compare
ଭଳି ସୁବିଧା ରହିଛି। ଏହା ମାଧ୍ୟମରେ ପିଲାମାନେ ନିଜେ ଦେଖିଥିବା ଗଛ ଓ ଫସଲ ବିଷୟରେ ଅବଲୋକନ କରିବା ସହ ତାହାକୁ ରେକର୍ଡ ଏବଂ ତୁଳନା କରିପାରିବେ।
AVNIର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ କୃଷି ସହ ଛୋଟବେଳୁ ଯୋଡ଼ିବା। ଏଥିପାଇଁ କୃଷିକୁ କେବଳ ଏକ ବିଷୟ ଭାବେ ପଢ଼ାଇବା ପରିବର୍ତ୍ତେ ଦୈନନ୍ଦିନ ଜୀବନ ସହ ଯୋଡ଼ାଯାଇଛି।
ସ୍କୁଲ୍ ବଗିଚାର ଗଛ, ଘରେ ଥିବା ଫଳ କିମ୍ବା ପାଖ କ୍ଷେତରେ ଥିବା ଫସଲ ମାଧ୍ୟମରେ ପିଲାମାନେ ଖାଦ୍ୟ କେଉଁଠୁ ଆସେ ଏବଂ କିପରି ଚାଷ ହୁଏ ସେ ବିଷୟରେ ମୌଳିକ ଜ୍ଞାନ ହାସଲ କରିପାରିବେ।
AVNIରେ ବର୍ତ୍ତମାନହିନ୍ଦୀ ଓ ଇଂରାଜୀଭାଷାରେ କଣ୍ଟେଣ୍ଟ ଉପଲବ୍ଧ ରହିଛି। ଛୋଟ ପିଲାମାନଙ୍କ ପାଇଁ audio content ମଧ୍ୟ ରହିଛି, ଯାହା ଶୁଣି ଶୁଣି ସେମାନେ ବିଭିନ୍ନ ବିଷୟ ଶିଖିପାରିବେ।
ପ୍ଲାଟଫର୍ମଟିfree, ad-free ଏବଂ privacy-focusedବୋଲି IIT Ropar ପକ୍ଷରୁ କୁହାଯାଇଛି। ଏହାର designକୁ ପିଲାମାନଙ୍କ ଉପଯୋଗ ଅନୁକୂଳ ଏବଂ age-appropriate ରଖାଯାଇଛି।
ANNAM.AIର Co-project Directorଡ. ମୁକେଶ ସାଇନିAVNIର development ସହ ଜଡ଼ିତ ଅଛନ୍ତି। ANNAM.AI ହେଉଛି IIT Roparର AI for Digital Agriculture ସମ୍ପର୍କିତ Centre of Excellence, ଯାହା AI, digital agriculture, climate intelligence ଏବଂ farmer advisory ଭଳି କ୍ଷେତ୍ରରେ କାମ କରୁଛି।
ANNAM.AIର ବ୍ୟାପକ ଲକ୍ଷ୍ୟ ହେଉଛି ଭାରତୀୟ କୃଷି ପାଇଁ AI ଆଧାରିତ digital public infrastructure ବିକଶିତ କରିବା। AVNI ଏହି ପ୍ରୟାସକୁ ଶିକ୍ଷା କ୍ଷେତ୍ର ସହ ଯୋଡ଼ିଛି।
ଏହି ପ୍ଲାଟଫର୍ମ ମାଧ୍ୟମରେ ପିଲାମାନେ ଛୋଟବେଳୁ ଗଛ, ଫସଲ, ଖାଦ୍ୟ ଏବଂ କୃଷି ପରିବେଶ ସମ୍ପର୍କରେ ଅବଗତ ହୋଇପାରିବେ। ଏହା ଭବିଷ୍ୟତ ପିଢ଼ିକୁ କୃଷି ସହ ଅଧିକ ନିକଟତର କରିବାର ଏକ ଟେକ୍ନୋଲୋଜି-ଆଧାରିତ ପ୍ରୟାସ ଭାବେ ଦେଖାଯାଉଛି।
ନୂଆଦିଲ୍ଲୀ: Campa ପାନୀୟରେ ‘Energy Drink&rsquo...
ନୂଆଦିଲ୍ଲୀ: ନିବେଶକଙ୍କୁ ଆର୍ଥିକ ବଜାର ବିଷୟରେ ସରଳ ଭାବେ...
ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ଜାରି ରହିଥିବା...
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର। Worl...
ନୂଆଦିଲ୍ଲୀ: Tata Sonsର ଲିଷ୍ଟିଂକୁ ନେଇ Tata Trusts ମଧ...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...
୧୦ ଲକ୍ଷ ନିଯୁକ୍ତି, ୧୦୦ ବିଲିୟନ୍ ଡଲାର ନିବେଶ; ଭାରତ-ସ୍ୱ...
୨୦୨୬ ମସିହାର ନୋବେଲ୍ ଭୌତିକ ବିଜ୍ଞାନ ପୁରସ୍କାର ଫ୍ରାନ୍ସି...