ଭୁବନେଶ୍ୱର:ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଆଗ୍ରହୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସୁଯୋଗ ଆଣିଛି ହଂକଂ ବିଶ୍ୱବିଦ୍ୟାଳୟ। ୨୦୨୭-୨୮ ଶିକ୍ଷାବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ରୋବୋଟିକ୍ସ ଇଞ୍ଜିନିୟରିଂରେ ନୂଆ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
CBSE କିମ୍ବା ISC ବୋର୍ଡର ଦ୍ୱାଦଶ ପରୀକ୍ଷାରେ ଅତିକମରେ ୯୩ ପ୍ରତିଶତ ମାର୍କ ରଖିଥିବା ଭାରତୀୟ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ତେବେ ୯୩% ମାର୍କ ରହିବା ଆଡମିଶନର ଗ୍ୟାରେଣ୍ଟି ନୁହେଁ।
ଚାରି ବର୍ଷିଆ ପାଠ୍ୟକ୍ରମ
ଏହି Bachelor of Engineering ପାଠ୍ୟକ୍ରମରେ ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅଟୋମେସନ୍ ଓ ଅଟୋନୋମସ୍ ସିଷ୍ଟମ୍ ସମ୍ପର୍କରେ ଶିକ୍ଷା ଦିଆଯିବ। ପ୍ରଥମ ଦୁଇ ବର୍ଷରେ ଗଣିତ, ମେକାନିକ୍ସ, ଇଲେକ୍ଟ୍ରିକାଲ୍ ସର୍କିଟ୍, ପ୍ରୋଗ୍ରାମିଂ ଓ AI ଭଳି ବିଷୟ ପଢ଼ାଯିବ। ପରବର୍ତ୍ତୀ ସମୟରେ ରୋବୋଟିକ୍ସ ମଡେଲିଂ, ସେନ୍ସିଂ, କଣ୍ଟ୍ରୋଲ୍ ସିଷ୍ଟମ୍ ଓ ଇଣ୍ଟେଲିଜେଣ୍ଟ ସିଷ୍ଟମ୍ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।
ସାଂଘାଇରେ ପଢ଼ିବା ସୁଯୋଗ ସହ ୫୦ ହଜାର HK$ ସହାୟତା
ଏହି ପାଠ୍ୟକ୍ରମର ଏକ ବିଶେଷ ଆକର୍ଷଣ ହେଉଛି ତୃତୀୟ ବର୍ଷରେ ଛାତ୍ରଛାତ୍ରୀମାନେ ସାଂଘାଇର HKU Zhangjiang Base ରେ ପଢ଼ିବାର ସୁଯୋଗ ପାଇବେ। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ HK$50,000 ଛାତ୍ରବୃତ୍ତି ଦିଆଯିବ। ଏହି ଅର୍ଥରେ ବିମାନ ଯାତ୍ରା, ରହିବା ଖର୍ଚ୍ଚ ଓ ଦୈନନ୍ଦିନ ଖର୍ଚ୍ଚ ସାମିଲ ରହିବ।
ସ୍କଲାରସିପ୍ ଓ ଗବେଷଣା ସୁଯୋଗ
ଦ୍ୱିତୀୟ ବର୍ଷ କିମ୍ବା ତା’ଠାରୁ ଉପର ଶ୍ରେଣୀର ଯୋଗ୍ୟ ଛାତ୍ରଛାତ୍ରୀ ପ୍ରଫେସରଙ୍କ ସହ ରୋବୋଟିକ୍ସ କ୍ଷେତ୍ରରେ ଗବେଷଣା କରିବାର ସୁଯୋଗ ପାଇପାରିବେ। ଏହାସହ ନିର୍ଦ୍ଦିଷ୍ଟ ପୋଷ୍ଟଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ ଯୋଗ୍ୟତା ଓ ଆଡମିଶନ ସର୍ତ୍ତ ପୂରଣ କରୁଥିବା ଛାତ୍ରଛାତ୍ରୀ HK$100,000 ପ୍ରବେଶ ଛାତ୍ରବୃତ୍ତି ପାଇଁ ମଧ୍ୟ ଆବେଦନ କରିପାରିବେ।
ଆଡମିଶନ ପାଇଁ ଶିକ୍ଷାଗତ ମାର୍କ ସହ ଇଣ୍ଟରଭ୍ୟୁ, ବ୍ୟକ୍ତିଗତ ବିବୃତି, ସୁପାରିଶ ପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜକୁ ବିଚାର କରାଯିବ। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀମାନେ HKUର ଅଫିସିଆଲ୍ ଅଣ୍ଡରଗ୍ରାଜୁଏଟ୍ ଆଡମିଶନ୍ ୱେବସାଇଟ୍ରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଶେଷ ତାରିଖ ଯାଞ୍ଚ କରିବା ଆବଶ୍ୟକ।
କ୍ରିକେଟ୍ ଦୁନିଆରେ ନିଜ ବ୍ୟାଟିଂର ଯାଦୁ ଦେଖାଇ ଚାଲିଛନ୍ତି...
ମହାକାଶରେ ହେବ AI ଡାଟା ସେଣ୍ଟର! ଏଥିପାଇଁ ଏଲନ୍ ମସ୍କଙ୍କ...
ସିନେମା ଜଗତରେ ଏବେ ଦୁଇଟି ବଡ଼ ଫିଲ୍ମକୁ ନେଇ ଚର୍ଚ୍ଚା। ଗୋ...
ଆମେରିକାର ପିଲାମାନଙ୍କୁ ଦୁଇଟି ଲେଖାଏଁ SpaceX ସେୟ...
ଆଇପିଏଲ୍‌ ୨୦୨୭କୁ ନେଇ ଏବେଠାରୁ କ୍ରିକେଟ୍‌ ମହ...
ନୂଆଦିଲ୍ଲୀ: ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ରଣ...
ଆମେରିକାରେ ଥ୍ୟାଙ୍କସଗିଭିଂ ଉତ୍ସବ ମଧ୍ୟରେ ପ୍ରକୃତିର ତାଣ୍...
ମୁମ୍ବାଇ: ବକ୍ସ ଅଫିସ୍ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀ...