ଭୁବନେଶ୍ୱରର ହାଇଟେକ୍ ହାୟର ସେକେଣ୍ଡାରୀ ସ୍କୁଲରେ ମଙ୍ଗଳବାର ଦିନ ପ୍ଲସ ଟୁ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନେଇ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଚଳିତ ଶିକ୍ଷାବର୍ଷରେ ସଂସ୍ଥାର ଉତ୍କୃଷ୍ଟ ଫଳାଫଳକୁ ନେଇ ସ୍କୁଲ ପକ୍ଷରୁ ଖୁସି ପ୍ରକାଶ କରାଯାଇଥିଲା।
ଅନୁଷ୍ଠାନରେ ଉଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଥିରେ ଦୁର୍ଯ୍ୟୋଧନ ସାହୁ ୯୬.୫ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଥିଲେ। ସଂସ୍ଥା ପକ୍ଷରୁ ଜଣାଯାଇଛି ଯେ, ଏବର୍ଷ ପ୍ରାୟ ୯୭ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ କେବଳ ପାଞ୍ଚ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି।
ଗତ ୨୦ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଏହି ସଂସ୍ଥା ପ୍ରତିବର୍ଷ ୧୦୦ ପ୍ରତିଶତ ସଫଳତା ହାସଲ କରୁଥିବା ଦାବି କରିଛି। ସ୍କୁଲରେ କେବଳ ପାଠ୍ୟକ୍ରମ ନୁହେଁ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି।
ଏହି ଅବସରରେ ଜଣେ ଛାତ୍ର କହିଥିଲେ ଯେ, “ଏଠାର ଶିକ୍ଷକମାନେ ବହୁତ ସହଯୋଗୀ। ମୁଁ ଇଂରାଜୀ ଓ କେମିଷ୍ଟ୍ରିରେ ୧୦୦ ନମ୍ବର ପାଇଛି। ଏଠାର ଶିକ୍ଷା ପ୍ରଣାଳୀ ବହୁତ ଭଲ।”
ସଂସ୍ଥାର ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ଏହି ସଫଳତାର ଶ୍ରେୟ ଶିକ୍ଷକ, ଅଭିଭାବକ ଓ କର୍ମଚାରୀମାନଙ୍କୁ ଦେଇଥିଲେ। ସେ କହିଥିଲେ ଯେ, ପ୍ରିନ୍ସିପାଲଙ୍କ ନେତୃତ୍ୱରେ ସଂସ୍ଥା ନୂଆ ଉଚ୍ଚତାକୁ ପହଞ୍ଚିଛି।
ପ୍ରିନ୍ସିପାଲ ଡ଼. ଚିତ୍ତରଞ୍ଜନ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରିନ୍ସିପାଲ ଡ଼. ଚିତ୍ତରଞ୍ଜନ ସାହୁ, ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ, ସିଇଓ ଶକ୍ତିମୟୀ ପଣ୍ଡା ଓ ଉପସଭାପତି ବିଭୂତି ଭୂଷଣ ବେହେରା ଉପସ୍ଥିତ ଥିଲେ।
Nitesh Tiwariଙ୍କ ମହାକାଙ୍କ୍ଷୀ ଚଳଚ୍ଚିତ୍ର ‘Rama...
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଜୀବନର ଏକ କଷ୍ଟଦାୟ...
ବିହାରର ରାଜନୀତିରେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି, ଯେତେବେଳ...
ଭାରତୀୟ Mixed Martial Arts (MMA) ଜଗତରେ Matrix Fight...
ୟଶଙ୍କ ଅପେକ୍ଷିତ ଚଳଚ୍ଚିତ୍ର ‘Toxic: A Fairytale...
ପଶ୍ଚିମବଙ୍ଗ ଆଜି ଏକ ନୂଆ ରାଜନୈତିକ ଯୁଗରେ ପ୍ରବେଶ କରିଛି।...
ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ Pappu Yadav ପୁନର୍ବାର ବିବା...
ଉତ୍ତର ପ୍ରଦେଶ ବିଧାନସଭା ପରିସରରେ ସମାଜବାଦୀ ପାର୍ଟି (SP)...