ଲଗାତାର ଦୁଇ ଦିନ ଧରି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବିଶେଷ କରି ୱାର୍ଡ ନଂ–୪ ଓ ୫ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ବର୍ଷା ପାଣି ଘର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଘର ସମ୍ମୁଖରେ ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଜଳବନ୍ଦୀ ପରିସ୍ଥିତି ଯୋଗୁଁ ମଶା, ସାପ ଓ ଅନ୍ୟାନ୍ୟ ବିଷାକ୍ତ ପୋକଜୋକର ଭୟ ମଧ୍ୟ ବଢ଼ିଛି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,"ଆମ ଦୁଃଖ କେହି ଶୁଣୁନାହାନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ। ପାଣି ଜମି ରହିଥିବାରୁ ସାପ ଓ ବିଷାକ୍ତ ପୋକଜୋକର ଭୟ ରହିଛି।"
ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ, ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୀଘ୍ର ରାସ୍ତା ନିର୍ମାଣ ସହ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଲଗାତାର ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ସାଧାରଣ ଲୋକଙ୍କ ସହ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ଆମେରିକାର Federal Bureau of Investigation (FBI) ମଞ୍...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...