ଉତ୍ତରପ୍ରଦେଶର ଶାମଲିରେ ଜଣେ ଲୋକପ୍ରିୟ ହରିୟାଣଭି ଗାୟକ ତଥା ୟୁଟ୍ୟୁବରଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଅଙ୍କିତ ବାଲିୟାନବୁଧବାର ସନ୍ଧ୍ୟାରେ ଜିମ୍ରୁ ବାହାରୁଥିବା ବେଳେ ୩ରୁ ୪ ଜଣ ଅଜଣା ଆକ୍ରମଣକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ପୁଲିସର ସୂଚନା ଅନୁସାରେ, ଅଙ୍କିତ ଜିମ୍ରେ ୱାର୍କଆଉଟ୍ ସାରି ନିଜ କାର ନିକଟକୁ ଯାଉଥିଲେ। ଜିମ୍ଠାରୁ ପ୍ରାୟ ୨୦ରୁ ୨୫ ମିଟର ଦୂରରେ ଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ୨୦ ରାଉଣ୍ଡ ଗୁଳିଚାଲିଥିବା ପୁଲିସ କହିଛି। ଗୁଳିମାଡ଼ରେ ଅଙ୍କିତଙ୍କ ମୃତ୍ୟୁ ଘଟିଥିଲା।
ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି। ପୁରୁଣା ଶତ୍ରୁତା ସହିତ ଆଗାମୀପଞ୍ଚାୟତ ନିର୍ବାଚନସହ ଏହି ହତ୍ୟାକାଣ୍ଡର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।
ଏହି ଘଟଣାର ଦାୟିତ୍ୱଗୋଗୀ ଗ୍ୟାଙ୍ଗ୍ନେଇଥିବା ଦାବି କରାଯାଇଛି। ଗ୍ୟାଙ୍ଗ୍ ପକ୍ଷରୁ ଅଙ୍କିତଙ୍କ ହତ୍ୟାର କାରଣ ନେଇ ଏକ ଦାବି କରାଯାଇଥିବା ବେଳେ ପୁଲିସ ଏହାର ସତ୍ୟତା ଯାଞ୍ଚ କରୁଛି।
ଅଙ୍କିତ ବାଲିୟାନ ହରିୟାଣଭି ସଙ୍ଗୀତ ଜଗତରେ ପରିଚିତ ଥିଲେ। ତାଙ୍କର ଅନେକ ଗୀତରେ ଗ୍ରାମୀଣ ଜୀବନ, ଦେଶୀ ଆଟିଟ୍ୟୁଡ୍, ସ୍ଥାନୀୟ ରାଜନୀତି ଓ ଅପରାଧ ଭଳି ବିଷୟବସ୍ତୁ ଦେଖିବାକୁ ମିଳୁଥିଲା।
ତାଙ୍କର ଚର୍ଚ୍ଚିତ ଗୀତ‘Bhari Court Mein Goli Maarenge Meri Jaan’ହତ୍ୟା ପରେ ବିଶେଷ ଭାବେ ଚର୍ଚ୍ଚାକୁ ଆସିଛି। ଗୀତରେ ଥିବା ହିଂସାତ୍ମକ ବିଷୟବସ୍ତୁ ଓ ବାସ୍ତବ ଜୀବନରେ ଗୁଳିମାଡ଼ରେ ତାଙ୍କ ମୃତ୍ୟୁ ଘଟିବା ଘଟଣାକୁ ଅଧିକ ଚର୍ଚ୍ଚିତ କରିଛି।
ଅଙ୍କିତ ବାଲିୟାନ ଶାମଲିରବାଣ୍ଟିଖେଡ଼ା ଗାଁରବାସିନ୍ଦା ଥିଲେ। ଗତ କିଛି ବର୍ଷ ଧରି ସେ ହରିୟାଣାର ରୋହତକ ଓ ସୋନିପତରେ ରହି ଗାୟକ ଓ ଅଭିନେତା ଭାବେ କ୍ୟାରିୟର କରୁଥିଲେ। ପ୍ରାୟ ଏକ ବର୍ଷ ଧରି ସେ ଶାମଲିର ଏହି ଜିମ୍କୁ ନିୟମିତ ଯାଉଥିବା ଜଣାପଡ଼ିଛି।
ସେ ମସୁମ ଶର୍ମା, ରାଜୁ ପଞ୍ଜାବୀ ଓ ଆଶୁ ଟ୍ୱିଙ୍କଲଙ୍କ ଭଳି ହରିୟାଣଭି କଳାକାରଙ୍କ ସହ ମଧ୍ୟ କାମ କରିଥିଲେ। ସଙ୍ଗୀତ ସହିତ ସେ ପଲିଟିକାଲ୍ ପଡ୍କାଷ୍ଟ ଓ ଗ୍ରାଉଣ୍ଡ୍-ଲେଭଲ୍ ଭ୍ଲଗିଂ ମଧ୍ୟ କରୁଥିଲେ।
ଅଙ୍କିତଙ୍କ ହତ୍ୟା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେମାନେ ମୃତଦେହକୁ ରାସ୍ତାରେ ରଖିଦିଲ୍ଲୀ-ମୁଜାଫରନଗର ରୋଡ୍ଅବରୋଧ କରିଥିଲେ।
ହତ୍ୟାକାରୀଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ପରିବାର ଓ ପ୍ରତିବାଦକାରୀମାନେ ଦାବି କରିଥିଲେ। ଅଭିଯୁକ୍ତମାନେ ଧରାପଡ଼ିବା ପରେ ହିଁ ଶେଷକୃତ୍ୟ କରାଯିବ ବୋଲି ମଧ୍ୟ ସେମାନେ କହିଥିଲେ।
ପୁଲିସ ଆକ୍ରମଣକାରୀଙ୍କ ପରିଚୟ ଓ ହତ୍ୟାର ପ୍ରକୃତ କାରଣ ଖୋଜିବା ସହ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଏବେ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ପଶ୍ଚିମ ଏସିଆରେ ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ...
ଦେବଗଡ଼ ଜିଲ୍ଲାରେ ଜାତ୍ରା ପରିବେଷଣ ବେଳେ ଘଟିଛି ଅଘଟଣ। ଜା...
କ୍ରିପ୍ଟୋକରେନ୍ସି ବଜାରରେ ପୁଣି ଥରେ ଉତ୍ସାହ ଦେଖାଦେଇଛି।...
HBOର ବହୁ ପ୍ରତୀକ୍ଷିତ ‘Harry Potter’ ଟିଭ...
ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜା...
ବଲିଉଡ୍‌ ଅଭିନେତା ଅକ୍ଷୟ ଖନ୍ନା ଏବେ ଏକ ନିଆରା ଅବତା...