ଭାରତୀୟ କ୍ରିକେଟ ତାରକାହାର୍ଦ୍ଦିକ ପାଣ୍ଡ୍ୟାଏବଂ ମଡେଲ୍ମାହିକା ଶର୍ମାଙ୍କୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁଙ୍କ ଏକ ଫଟୋ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ୟୁଜର ଦାବି କରୁଛନ୍ତି ଯେ ସେମାନେ ଗୁପ୍ତ ଭାବେ ବିବାହ କରିଛନ୍ତି।
ଭାଇରାଲ ଫଟୋରେ ମାହିକା ଶର୍ମାଙ୍କ କପାଳରେ ସିନ୍ଦୂର ଲାଗିଥିବା ଦେଖିବାକୁ ମିଳୁଛି। ହାର୍ଦ୍ଦିକ ଓ ମାହିକାଙ୍କ ସହ ଜଣେ ବୟସ୍କ ମହିଳା ମଧ୍ୟ ନଜର ଆସୁଛନ୍ତି। ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଳ୍ପନା ଓ ଗୁଜବ ଦେଖିବାକୁ ମିଳୁଛି।
ତେବେ ଏହି ଫଟୋ କୌଣସି ବ୍ୟକ୍ତିଗତ ବିବାହ ଉତ୍ସବ କିମ୍ବା ପାରିବାରିକ କାର୍ଯ୍ୟକ୍ରମର ବୋଲି ମଧ୍ୟ କେତେକ ୟୁଜର ଅନୁମାନ କରୁଛନ୍ତି। ଏପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ମାହିକା ଶର୍ମାଙ୍କ ପକ୍ଷରୁ ଏହି ଗୁଜବକୁ ନେଇ କୌଣସି ଅଧିକାରିକ ବୟାନ ଆସିନାହିଁ।
ପତ୍ନୀ ନତାସା ଷ୍ଟାନକୋଭିକଙ୍କ ସହ ବିଚ୍ଛେଦ ପରେ ହାର୍ଦ୍ଦିକଙ୍କ ନାମ ମଡେଲ୍ ମାହିକା ଶର୍ମାଙ୍କ ସହ ଯୋଡ଼ି ହୋଇଥିଲା। ୨୦୨୫ ମସିହାରେ ହାର୍ଦ୍ଦିକ ଏକ ବିଚ୍ ଫଟୋ ସେୟାର କରିଥିଲେ, ଯେଉଁଥିରେ ମାହିକାଙ୍କ ସହ ତାଙ୍କର କେମିଷ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ମାହିକା ଶର୍ମା ଭାରତୀୟ ଫ୍ୟାଶନ୍ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ମଡେଲ୍। ସେELLEଏବଂGraziaଭଳି ପ୍ରମୁଖ ମ୍ୟାଗାଜିନ୍ର କଭରରେ ସ୍ଥାନ ପାଇଛନ୍ତି। ସେIndian Fashion AwardsରେModel of the Yearସମ୍ମାନ ମଧ୍ୟ ପାଇଛନ୍ତି। ଏହାସହ ତନିଷ୍କ, ଭିଭୋ ଓ ୟୁନିକ୍ଲୋ ଭଳି ବ୍ରାଣ୍ଡ ପାଇଁ ମଡେଲିଂ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଆଧାରରେ ବିବାହ ହୋଇଥିବା ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ମାହିକା ଶର୍ମାଙ୍କ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କିମ୍ବା ପୁଷ୍ଟି ହୋଇନାହିଁ।ତେଣୁ ବିବାହ ଖବରକୁ ନିଶ୍ଚିତ ବୋଲି କୁହାଯାଇପାରିବ ନାହିଁ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଜଗତ ପ୍ରକା...
ନୂଆଦିଲ୍ଲୀ: ଇବୋଲା ଭାଇରସ୍ ସଂକ୍ରମଣର ଆଶଙ୍କାକୁ ନଜରରେ ରଖ...
ଓଡ଼ିଶାର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପ ବି...
ରାଜ୍ୟରେ ଚାଷୀମାନଙ୍କୁ ଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏ...
ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଯା...
ନେଟଫ୍ଲିକ୍ସରେ ଆରମ୍ଭ ହୋଇଥିବା ରିଆଲିଟି ଶୋ ‘ଲକ୍ ଅ...
ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ୧୨ ବର୍ଷରୁ କମ୍ ବୟସର ଜଣେ...
ଲୋକପ୍ରିୟ କ୍ରାଇମ୍-ଡ୍ରାମା ୱେବ୍ ସିରିଜ୍ ‘ମିର୍ଜାପ...
ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳ...
ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ବିଶିଷ୍ଟ ନିର୍ଦ୍...
ବଲିଉଡ୍ର ଲୋକପ୍ରିୟ ଅଭିନେତାଅଜୟ ଦେବଗନପୁଣିଥରେ ତାଙ୍କର ଦମ...